Odisha news

କରୋନା ସମୟରେ ପିଲା ମାନଙ୍କୁ ସ୍କୁଲ ପଠାଇବା ପୂର୍ବରୁ ଏହିସବୁ କଥାକୁ ବିଶେଷ ଧ୍ୟାନ ଦେବା ଆବଶ୍ୟକ

ବର୍ତମାନ କରୋନା  ଚାଲିଥିଲେ ମଧ୍ୟ ବିଭିନ ରାଜ୍ୟରେ ସ୍କୁଲ ଖୋଲି ଗଲାଣି ଓ ଅନେକ ରାଜ୍ୟର ସରକାର ସ୍କୁଲ ଖୋଲିବାକୁ ଚିନ୍ତା କରୁଛନ୍ତି l ଏପରି ସ୍ଥାନରେ ସମ୍ଭାବିତ ତୃତୀୟ ଲହରକୁ ଧ୍ୟାନ ରେ ରଖି ଆମକୁ ଅନେକ ସାବଧାନତା ଅବଲମ୍ବନ କରିବା ଆବଶ୍ୟକ l କିନ୍ତୁ ଯେଉଁ ରାଜ୍ୟରେ ସ୍କୁଲ ଖୋଲି ଯାଇଥିବାରୁ ପିଲାମାନଙ୍କୁ ମହାମାରୀ ରୁ ରକ୍ଷା କିପରି ନିଜକୁ ବିଶେଷ ପ୍ରଶିକ୍ଷଣ ଦେବା ଆବଶ୍ୟକ l

ସ୍ୱାସ୍ଥ୍ୟ ଗବେଷକ ମାନଙ୍କ ମତରେ ପିଲା ମାନଙ୍କର ଇମ୍ୟୁନ ସିଷ୍ଟମ ବଡ ମାନଙ୍କ ତୁଳନାରେ ଦୁର୍ବଳ ଅଟେ l ଯେଉଁ କାରଣରୁ ଶୀଘ୍ର ଥଣ୍ଡା ଜ୍ୱର ହେବାର ଅଧିକ ସମ୍ଭାବନା ରହିଥାଏ l ଏପରି ସ୍ଥଳେ ପିଲା ମାନଙ୍କୁ ମହାମାରୀରୁ ରକ୍ଷା କରିବା ପାଇଁ କିଛି ଉପାୟ ଅବଲମ୍ବନ କରିବା ଆବଶ୍ୟକ l

* କରୋନା ସଂକ୍ରମଣ ରୁ ରକ୍ଷା କରିବା ପାଇଁ ପିଲା ମାନଙ୍କୁ ସର୍ବପ୍ରଥମେ କରୋନା ଗାଇଡ଼ ଲାଇନ ବିଷୟରେ ସଚେତନ କରିବା ଆବଶ୍ୟକ l ସାମାଜିକ ଦୂରତା ଓ ମାସ୍କ ପିନ୍ଧିବାକୁ ସଚେତନ କରିବା ଆବଶ୍ୟକ l କାରଣ ପିଲାମାନେ ଯେତେବେଳେ ଆମ ନିକଟରୁ ଦୁରେଇ ଯାନ୍ତି ସେମାନେ କଣ କରି ଥାଆନ୍ତି ଆମେ ଜାଣି ନଥାଉ l ସେଥିପ୍ରତି ବିଶେଷ ଦୃଷ୍ଟି ଦେବା ଆବଶ୍ୟକ l କାଶିବା ଓ ଛିଙ୍କିବା ସମୟରେ ଟିସୁ କିମ୍ବା ରୁମଲ ମୁହଁରେ ଦେବା ଆବଶ୍ୟକ l

* ସ୍କୁଲ ରୁ ଆସିବା ପରେ କୌଣସି ପ୍ରକାରର କୌଣସି ରୋଗର ଲକ୍ଷଣ ଦେଖାଦେଲେ ତୁରନ୍ତ ଡାକ୍ତରଙ୍କୁ ପରାମର୍ଶ କରିବା ଉଚିତ l ସେଥିପାଇଁ ବିଶେଷ ପଦକ୍ଷେପ ନେବା ଉଚି l ଯେତେବେଳେ ଛୋଟ ପିଲାଙ୍କ ଟୀକା ଉପଲବ୍ଧ ହେବ ସେତେବେଳେ ତୁରନ୍ତ ପିଲା ମାନଙ୍କୁ ଟୀକା କରଣ କରାଇବା ଉଚିତ l ଏହା ସେମାନଙ୍କର ଇମ୍ୟୁନ ସିଷ୍ଟମ କୁ ସୁଦୃଢ କରିବ l ଅକ୍ଟୋବର ମାସରେ ଇନଫ୍ଲୁଏଞ୍ଜା ଟୀକା ଆସିବା ପରେ ତାହା ପିଲାମାନେ ନେବା ଉଚିତ l

* ସବୁବେଳେ ପିଲାଙ୍କୁ ପ୍ରବାୟୋଟିକ ଯୁକ୍ତ ଖାଦ୍ୟ ଅବଶ୍ୟ ଦିଅନ୍ତୁ , ଯାହା ସେମାନଙ୍କର ଇମ୍ୟୁନିଟି କୁ ମଜବୁତ କରିବ l ପ୍ରବାୟୋଟିକ ଯୁକ୍ତ ଖାଦ୍ୟ ଶରୀରରେ ଗୁଡ଼ ବ୍ୟାକ୍ଟେରିଆ କୁ ବଢ଼ାଇଥାଏ l ପାଚନ କ୍ରିୟାକୁ ମଜବୁତ କରିଥାଏ l ଛୋଟ ପିଲା ମାନଙ୍କ ପାଇଁ ଭିଟାମିନ ଡି 3 ଯୁକ୍ତ ଖାଦ୍ୟ ଖୁବ ଭଲ ଅଟେ l ପିଲାମାନଙ୍କୁ ସ୍ୱାସ୍ଥ୍ୟକର ଖାଦ୍ୟ ଅଧିକ ଦେବା ଆବଶ୍ୟକ ଯାହା ସେମାନଙ୍କ ଶରୀରକୁ ସୁସ୍ଥ ରଖିବ l

Nalco

Comments are closed.