ମୁମ୍ବାଇ : ପୋର୍ଣ୍ଣଗ୍ରାଫି ଫିଲ୍ମ ତିଆରି କରୁଥିବା କେଶ ରେ ରାଜ କୁନ୍ଦ୍ରା ଆଜିକାଲି ଆଜିକାଲି ଜେଲ ରେ ଅଛନ୍ତି l ରାଜ କୁନ୍ଦ୍ରାଙ୍କ କେଶ ରେ କିଛିଦିନ ପୂର୍ବରୁ ଶର୍ଲିନ୍ ଚୋପ୍ରାଙ୍କୁ ନେଇ କ୍ରାଇମ ବ୍ରାଞ୍ଚ ପଚାର ଉଚରା ମଧ୍ୟ କରିଥିଲା l ଶର୍ଲିନ୍ ରାଜ କୁନ୍ଦ୍ରାଙ୍କୁ ନେଇ ଅନେକ ପ୍ରକାରର ତଥ୍ୟ ଦେଇଥିଲେ l ଏହା ଭିତରେ ଶର୍ଲିନ୍ ସୋସିଆଲ ମିଡିଆରେ ଗୋଟିଏ ଏପରି ଫଟୋ ସେୟାର କରିଥିଲେ ଯାହା ତାଙ୍କ ଫ୍ୟାନ ମାନଙ୍କ ମଧ୍ୟରେ ଛାଇ ଯାଇଥିଲା l ଶର୍ଲିନ୍ ଯେଉଁ ଫଟୋ ସେୟାର କରିଥିଲେ ,ଏହାକୁ ଦେଖି ୟୁଜର୍ସ ଆଶ୍ଚର୍ଯ୍ୟ ହୋଇ ଯାଇଛନ୍ତି l ଶର୍ଲିନ୍ ଏହି ଫଟୋକୁ ନେଇ କହିଛନ୍ତି ଯେ ଏହା ମୋର ପିକ ଆପ ର ପ୍ରଥମ ଫଟୋ l ଶର୍ଲିନ୍ ଚୋପ୍ରା ଫଟୋ ସେୟାର କରି ଲେଖିଛନ୍ତି ମାର୍ଚ୍ଚ ୨୯ ,୨୦୧୯ ର ଦିନ ଥିଲା l ଆମସ୍କ୍ରାଇମ୍ ଦ୍ୱାରା ଆୟୋଜିତ ” ଦ ଶର୍ଲିନ୍ ଚୋପ୍ରା ” ଆପ ର ପ୍ରଥମ କଣ୍ଟେଣ୍ଟ ସୁଟିଂ ହେବାକୁ ଯାଉଥିଲା l ମୋ ପାଇଁ ଏହା ଏକ ନୂଆ ଅନୁଭବ ଥିଲା କାରଣ ପ୍ରଥମ କେବେବି କୌଣସି ଆପ ସହିତ ମୁଁ ଯୋଡି ହୋଇ ନଥିଲି l ଆଶା ଓ ଭରସା ର ସମୟ ଥିଲା l
ଶର୍ଲିନ୍ ଙ୍କର ଏହି ଫଟୋ ସୋସିଆଲ ମିଡିଆରେ ଦ୍ରୁତ ଗତିରେ ଛାଇ ଯାଇଥିଲା l ପ୍ରଶଂସକ ମାନେ ତାଙ୍କର ଖୁବ ପ୍ରତିକ୍ରିୟା ଦେଇଥିଲେ l ଏହି ଫଟୋକୁ ସେୟାର କରି ଶର୍ଲିନ୍ ରାଜ ଙ୍କ ବିଷୟରେ ସେ ଯାହା କହିଛନ୍ତି ସେଥିରେ ସତ୍ୟତା ରହିଛି l ଶର୍ଲିନ୍ ଅଗଷ୍ଟ ୮ ତାରିଖ ଦିନ ଏଏନଆଇ ସହିତ କଥା ହୋଇ କହିଥିଲେ ରାଜ କୁନ୍ଦ୍ରା ମାର୍ଚ୍ଚ ମାସରେ ତାଙ୍କୁ ଫିଲ୍ମ ବନାଇବାକୁ ନେଇ ସାଇନ କରାଇଥିଲେ l ରାଜ ତାଙ୍କୁ ଫେସନ , ଫିଟ୍ ନେସ ,ଓ ଗ୍ଲାମର୍ସ କୁ ନେଇ ଭିଡିଓ କରିବାକୁ ଚାହୁଁଥିଲେ l କିନ୍ତୁ ପରେ ସେମି ନ୍ୟୂଡ଼ ଓ ନ୍ୟୂଡ଼ ଭିଡିଓ ହୋଇଥିଲା l
ଶର୍ଲିନ୍ ଙ୍କୁ ଏହି ମାମଲାରେ ପଚରା ଉଚରା ପାଇଁ ମୁମ୍ବାଇ ପୋଲିସ ସମନ ପଠାଇଥିଲା l ଏହି ପଚାର ଉଚରା ସମୟରେ ଶର୍ଲିନ୍ ରାଜ ଙ୍କ ଉପରେ ଅନେକ ଗମ୍ଭୀର ଆରୋପ ଲଗାଇଥିଲେ l କେବଳ ଏତିକି ନୁହେଁ ଶର୍ଲିନ୍ ରାଜ କୁନ୍ଦ୍ରାଙ୍କ ବିରୋଧରେ ଏଫଆଇଆର ମଧ୍ୟ ଦର୍ଜ କରିଥିଲେ l

Comments are closed.