Odisha news

ନାସ୍ତ୍ରେଦାମସ ଙ୍କ ଭବିଷ୍ୟବାଣୀ ଅନୁସାରେ ୨୦୨୬ ରେ ବିଶ୍ୱ ମନଚିତ୍ରରୁ ଉଭାନ ହୋଇଯିବ ଏହି ଦେଶ

0

୨୦୨୬ ଆରମ୍ଭ ହୋଇଯାଇଛି , ଏହା ମଧ୍ୟରେ ଫ୍ରାନ୍ସ ର ପ୍ରସିଦ୍ଧ ଭଵିଷ୍ୟଵାକ୍ତା ନାସ୍ତ୍ରେଦାମସ ଙ୍କ ଭବିଷ୍ୟବାଣୀ କୁ ନେଇ ଚିନ୍ତା ବଢିଛି, ନାସ୍ତ୍ରେଦାମସ ଙ୍କୁ ଗ୍ରହଣ କରିଥିବା ବ୍ୟକ୍ତିମାନଙ୍କ ମତରେ ୨୦୨୬ ବିଶ୍ୱ ଇତିହାସ ପାଇଁ ଖୁବ ଭୟଙ୍କର ଅଟେ, ନାସ୍ତ୍ରେଦାମସ ନିଜ ପୁସ୍ତକ ଲେସ ପ୍ରଫେଟିଜ ରେ ଲେଖିଛନ୍ତି ଯେ ୨୦୨୬ ରେ ଜଣେ ମହାନ ବ୍ୟକ୍ତି ବିଜୁଳି ଆଘାତରେ ମୃତ୍ୟୁବରଣ କରିବେ l ଏହା ଇସାରା କରୁଛି ଯେ ୨୦୨୬ ରେ ବିଶ୍ୱର ଜଣେ ଲୋକପ୍ରିୟ ନେତାଙ୍କର ମୃତ୍ୟୁହେବ l

ନାସ୍ତ୍ରେଦାମସ ଙ୍କ ପ୍ରୂକୃତ ନାମ ମିଶେଲ ଡି ନାସ୍ତ୍ରେଦାମସ ଥିଲା, ଏବଂ ସେ ୧୬ ଶହ ଶତାବ୍ଦୀ ର ଜଣେ ଜ୍ୟୋତିଷ ଓ ଚିକିତ୍ସକ ଥିଲେ, ସେ ନିଜ ପୁସ୍ତକ ଲେସ ପ୍ରଫେଟିଜ ୧୫୫୫ ରେ ୯୪୨ ଟି ରହସ୍ୟମୟୀ କଥାର ଆଲୋଚନା କରିଥିଲେ, ଏହାକୁ ଅନେକ ଗୁଡିଏ ଘଟଣା ସହିତ ଯୋଡ଼ା ଯାଇ ଦେଖାଯାଇ ଥାଏ l

୨୦୨୬ ର ନାସ୍ତ୍ରେଦାମସ ଙ୍କର ଗୋଟିଏ ଭବିଷ୍ୟବାଣୀ ଅନୁସାରେ ସ୍ୱିଜରଲ୍ୟାଣ୍ଡ ର ଟିସିନୋ କ୍ଷେତ୍ରକୁ ନେଇ, ଯେଉଁଥିରେ କୁହାଯାଇଛି ଯେ ସେଠାରେ ରକ୍ତର ବନ୍ୟା ହେବ, ଏଠାରେ ରାଜନୈତିକ ହିଂସା ଦେଖାଦେବ, ନିକଟରେ ନୂଆବର୍ଷ ପାଳନ ଅବସରରେ ସ୍ୱିଜରଲ୍ୟାଣ୍ଡ ର ଗୋଟିଏ ଲାଗଜୁରି ରିଜୋର୍ଟ ରେ ଭୀଷଣ ନିଆଁ ଜଳିଥିବା କାରଣରୁ ଅନେକ ଜନଜୀବନ ଧ୍ବଂସ ହୋଇଯାଇଥିଲା l ଏହାକୁ ଲୋକେ ନାସ୍ତ୍ରେଦାମସ ଙ୍କ ଭବିଷ୍ୟବାଣୀ ବୋଲି ଭାବିଛନ୍ତି l

ନାସ୍ତ୍ରେଦାମସ ୭ମାସ ର ଗୋଟିଏ ବଡ଼ ଯୁଦ୍ଧର ଭବିଷ୍ୟବାଣୀ ଦେଇଛନ୍ତି, ତେଣୁ ଏହାକୁ ନେଇ କୁହାଯାଇଛି ଯେ ୨୦୨୬ ରେ ଦ୍ଵିତୀୟ ବିଶ୍ୱଯୁଦ୍ଧ ର ଆରମ୍ଭ ହୋଇପାରେ, ଯେଉଁଥିରେ ଅନେକ ଜନ ହାନି ହେବାର ଭବିଷ୍ୟବାଣୀ ରେ କୁହାଯାଇଛି l ଯେଉଁଥିରେ ଚୀନ, ତାଇୱାନ, ଫିଲିପାଇନ୍ସ , ଭିଏତନାମ୍ ମଧ୍ୟରେ ପୂର୍ବରୁ ଉତେଜନା ଦେଖା ଦେଇଛି l

ନାସ୍ତ୍ରେଦାମସ ଙ୍କ ଭବିଷ୍ୟବାଣୀ କୁ ନେଇ କୌଣସି ବୈଜ୍ଞାନିକ ପ୍ରମାଣ ମିଳିନାହିଁ, ତଥାପି ବିଶ୍ୱ ସଙ୍କଟ ସମୟରେ ତାଙ୍କ ନାମକୁ ନେଇ ଚର୍ଚା ହୋଇଥାଏ l

IEC 2 years
Leave A Reply