ଇରାନୀ ମେଡିଆରେ ମୋଷ୍ଟ ୱାଣ୍ଟେଡ ୧୩ ବିଦେଶୀ ନେତା
ଅୟତୁଲା ଅଲି ଖମେନେଇ ଙ୍କ ହତ୍ୟାକୁ ନେଇ ନେତାଙ୍କ ତାଲିକା
ସୂଚୀ ରେ ରହିଛି ଟ୍ରମ୍ପଙ୍କ ସହ ଜର୍ଜିଆ ମେଲୋନୀ ଙ୍କ ନାମଇରାନୀ ଖବରକାଗଜ ରେ ପ୍ରକାଶ ପାଇଛି ୧୩ ମୋଷ୍ଟ ୱାଣ୍ଟେଡ ବିଦେଶୀ ନେତାଙ୍କ ନାମ, ନାମ ସହିତ ମଧ୍ୟ ଫଟୋ ରହିଛି ଖବରକାଗଜ ରେ, ଇରାନୀ ମିଡ଼ିଆ ରିପୋର୍ଟ ଅନୁସାରେ ଇରାନ ର ସର୍ବୋଚ୍ଚ ନେତା ଅୟତୁଲା ଅଲି ଖମେନେଇଙ୍କ ହତ୍ୟାର ପ୍ରତିଶୋଧ ରେ ଏହି ନେତାଙ୍କୁ ଦାୟୀ କରାଯାଇଛି l

AFP ର ରିପୋର୍ଟ ଅନୁସାରେ ଶନିବାର ଜୁଲାଇ ୧୧ ତାରିଖ ଦିନ ଇରାନ ର ସରକାରୀ ଅଧିକାରୀଙ୍କ ଦ୍ୱାରା ପବ୍ଲିସ ହମ ସହରୀ ଖବରକାଗଜ ରେ ୧୩ ବିଦେଶୀ ନେତାଙ୍କର ଫଟୋ ସହିତ ନାମ ପ୍ରକାଶ ପାଇଛି, ଖବରକାଗଜ ର ଏହି ସୂଚୀ ରେ ଇରାନୀ ସରକାର ଙ୍କ ମଞ୍ଜୁରୀ ଥିବା ମଧ୍ୟ ଉଲେଖ କରାଯାଇଛି l

ଖବରକାଗଜ ପକ୍ଷରୁ ଯେଉଁ ଲିଷ୍ଟ ଜାରି କରାଯାଇଛି ସେଥିରେ ୧ନମ୍ବର ରେ ଆମେରିକା ରାଷ୍ଟ୍ରପତି ଡୋନାଲଡ ଟ୍ରମ୍ପ ଙ୍କ ନାମ ରହିଛି, ଇସ୍ରାଏଲ ପ୍ରଧାନମନ୍ତ୍ରୀ ନେତାନହ୍ୟୁ , ବ୍ରିଟେନ ପ୍ରଧାନମନ୍ତ୍ରୀ କୀର ଷ୍ଟର୍ମର , ଆମେରିକା ବିଦେଶ ମନ୍ତ୍ରୀ , ଆମେରିକା ରକ୍ଷାମନ୍ତ୍ରୀ, ଫ୍ରାନ୍ସ ରାଷ୍ଟ୍ରପତି ଈମାନୁଏଲ ମେକ୍ର , ଇଟାଲୀ ପ୍ରଧାନମନ୍ତ୍ରୀ ଜର୍ଜିଆ ମେଲୋନୀ, ଜର୍ମାନ ଚାନ୍ସେଲର ଙ୍କ ନାମ ସାମିଲ ରହିଛି l

କିଛିଦିନ ତଳେ ମୁଜତବା ଖମେନେଇ କହିଥିଲେ ପ୍ରତିଶୋଧ ନେବା ଜରୁରୀ l ଏହା ଇରାନ ବାସି ଙ୍କର ଇଛା ରହିଛି, ତେଣୁ ଏହାକୁ ପୁରା କରିବା ଜରୁରୀ l ଏହି ତାଲିକାରେ ଥିବା ଅପରାଧୀ ମାନଙ୍କୁ ଯିଏକି ନିଜ ବିଛଣାରେ ଶାନ୍ତି ରେ ସୋଇଛନ୍ତି ସେମାନଙ୍କୁ ତାଙ୍କର ମରିବା ଇଛା ସହିତ କବର କୁ ନେଇଯିବା ଆବଶ୍ୟକ l

ଫେବୃଆରୀ ୨୮ ତାରିଖରେ ଇରାନ ର ସର୍ବୋଚ୍ଚ ନେତା ଅୟତୁଲା ଅଲି ଖମେନେଇ ଙ୍କର ଇସ୍ରାଏଲ ଏବଂ ଆମେରିକା ର ମିଳିତ ଆକ୍ରମଣ ରେ ମୃତ୍ୟୁ ହୋଇଥିଲା, ଯାହାକୁ ନେଇ ତାଙ୍କ ପୁଅ ମୁଜାତବା ଖେମନେଇ ସଂକଳ୍ପ ନେଇ କହିଥିଲେ ଯେ ଏଥିପାଇଁ ଯିଏ ଦୋଷୀ ତାକୁ ଉପଯୁକ୍ତ ଦଣ୍ଡ ଦିଆଯିବ l ୧୫ ଦିନର ଶୋକ ଦିବସ ପରେ ଅୟତୁଲା ଅଲି ଖମେନେଇ ଙ୍କୁ କବର ଦିଆଯାଇ ସାରିଛି l