ଟେଷ୍ଟ କ୍ରିକେଟ ରେ ଖରାପ ପ୍ରଦର୍ଶନ ପରେ ବ୍ରେଡ଼ନ ମେକୁଲମ ଙ୍କୁ ଇଂଲଣ୍ଡ ଟେଷ୍ଟ ଟିମ ର ହେଡ଼ କୋଚ ପଦବୀ ରୁ ହଟାଇଦିଆ ଯାଇଛି, ଗୋଟିଏ ରିପୋର୍ଟ ଅନୁସାରେ ଭାରତର ପ୍ରସିଦ୍ଧ ଖେଳାଳି ରାହୁଲ ଦ୍ରାବିଡ଼ ଇଂଲଣ୍ଡ ଟିମ ର ଆଗାମୀ ଟେଷ୍ଟ କୋଚ ହେବା ଦୌଡ଼ ରେ ଅଛନ୍ତି, ରାହୁଲ ଦ୍ରାବିର ଭାରତ ପାଇଁ ୧୬୪ ଟି ଟେଷ୍ଟ ମ୍ୟାଚ ଖେଳିଛନ୍ତି, ଏବଂ ୧୩୨୮୮ ରନ କରି ସାରିଛନ୍ତି, ଯେଉଁଥିରେ ୩୬ ଟି ଶତକ ଓ ୬୩ ଟି ଅର୍ଦ୍ଧଶତକ ସାମିଲ ରହିଛି, ରାହୁଲ ଦ୍ରାବିଡ଼ ଙ୍କର ବେଷ୍ଟ ସ୍କୋର ଟେଷ୍ଟ କ୍ରିକେଟ ରେ ରହିଛି ୨୭୦ ରନ l
ଡେଲି ଟେଲିଗ୍ରାଫ ର ଗୋଟିଏ ରିପୋର୍ଟ ଅନୁସାରେ ଇଂଲଣ୍ଡ ର ଟେଷ୍ଟ କ୍ରିକେଟ କୋଚ ହେବାର ଦୌଡରେ ଯେଉଁ ତାଲିକା ପ୍ରସ୍ତୁତ ହୋଇଛି ସେଥିରେ ଦ୍ରାବିଡ଼ଙ୍କ ନାମ ସାମିଲ ରହିଛି l ୫୩ ବର୍ଷୀୟ ରାହୁଲ ଦ୍ରାବିଡ଼ ଭାରତ କୁ ଟି-20 ୱାର୍ଲଡ କପ 2024 ଓ ୱାର୍ଲଡ ଟେଷ୍ଟ ଚାମ୍ପିୟନସିପ 2023 ରେ ଫାଇନାଲ ରେ ପହଞ୍ଚି ଥିଲେ l ତେଣୁ ଇଂଲଣ୍ଡ ଦଳ ତାଙ୍କୁ ହେଡ଼ କୋଚ ଦୌଡରେ ରଖି ଥିବାର ସୂଚନା ମିଳିଛି l ରାହୁଲ ଦ୍ରାବିଡ଼ ଫୁଲ ଟାଇମ କୋଚିଂ କରିବାକୁ ଚାହୁଁ ନଥିବା ବେଳେ ଇଂଲଣ୍ଡ ହେଡ଼ କୋଚ ପଦବୀ କୁ କଣ କହୁଛନ୍ତି ତାହା ସ୍ପଷ୍ଟ ହୋଇନାହିଁ l
ଇଂଲଣ୍ଡ ର ଟେଷ୍ଟ କୋଚ ପଦବୀ ଦୌଡରେ ଜିମ୍ବାଵେ ର ମହାନ ଖେଳାଳି ଏଂଡି ଫ୍ଲାବର ସାମିଲ ରହିଛନ୍ତି, ଯିଏ କି ଆଧୁନିକ ଯୁଗର ଇଂଲଣ୍ଡ ର ସବୁଠୁ ସଫଳ କୋଚ, ସେ ୩ଥର ଇଂଲଣ୍ଡ କୁ ଏସେଜ ସିରିଜ ଜିତାଇଛନ୍ତି l ଏହି ଦୌଡରେ ଶ୍ରୀଲଙ୍କା ର ଦିଗଜ ଖେଳାଳି କୁମାର ସାଙ୍ଗାକାରା ମଧ୍ୟ ସାମିଲ ଅଛନ୍ତି l
