– ପ୍ରୋ ପାସ୍ ୪୮ ଟଙ୍କାରୁ ଆରମ୍ଭ, ଚୟନିତ ପ୍ଲାନ୍ରେ ଜିଓ ବ୍ୟବହାରକାରୀଙ୍କୁ ୧୦୦ ଟଙ୍କା ଯାଏଁ ରିହାତି
– କ୍ଲାଉଡ୍ରୁ ଷ୍ଟ୍ରିମ୍ କରି ମୋବାଇଲ୍, ଲାପଟପ୍ ଓ ଟିଭିରେ ଖେଳିପାରିବେ ପ୍ରିମିୟମ୍ କ୍ରିକେଟ୍ ଗେମ୍
– ଜିଓ ଗେମ୍ସରେ କ୍ରିକେଟ୍ ୨୬ – ଦ ଅଫିସିଆଲ୍ ଗେମ୍ ଅଫ୍ ଦ ଏସେସ୍
ନୂଆଦିଲ୍ଲୀ, ୬ ଅକ୍ଟୋବର ୨୦୨୬: କ୍ରିକେଟ୍ ପ୍ରେମୀଙ୍କ ପାଇଁ ଭଲ ଖବର। ଏବେ ମହଙ୍ଗା ଗେମ୍ କିଣିବା କିମ୍ବା ଗେମିଂ କନ୍ସୋଲରେ ବଡ଼ ଅର୍ଥ ଖର୍ଚ୍ଚ ନକରି ମଧ୍ୟ ଭାରତରେ ପ୍ରିମିୟମ୍ କ୍ରିକେଟ୍ ଗେମ୍ର ମଜା ନିଆଯାଇପାରିବ। ଜିଓ ଗେମ୍ସ ଏହାର କ୍ଲାଉଡ୍ ଗେମିଂ ପ୍ଲାଟଫର୍ମରେ “କ୍ରିକେଟ୍ ୨୬ – ଦ ଅଫିସିଆଲ୍ ଗେମ୍ ଅଫ୍ ଦ ଏସେସ୍” ଉପଲବ୍ଧ କରାଇଛି। ଏହି ଗେମ୍ ଜିଓ ଗେମ୍ସ ପ୍ରୋ ପାସ୍ ଜରିଆରେ ଖେଳିହେବ। ଜିଓ ବ୍ୟତୀତ ଅନ୍ୟ ବ୍ୟବହାରକାରୀଙ୍କ ପାଇଁ ପ୍ରୋ ପାସ୍ର ମୂଲ୍ୟ ମାତ୍ର ୪୮ ଟଙ୍କାରୁ ଆରମ୍ଭ ହେଉଛି। ଅନ୍ୟପକ୍ଷରେ, ଚୟନିତ ପ୍ଲାନ୍ରେ ଜିଓ ୟୁଜର୍ମାନେ ୧୦୦ ଟଙ୍କା ଯାଏଁ ଅତିରିକ୍ତ ରିହାତି ପାଇପାରିବେ।
ଜିଓ ଗେମ୍ସର ବିଶେଷତା ହେଉଛି, ଏହା କେବଳ ଜିଓ ଗ୍ରାହକଙ୍କ ପାଇଁ ସୀମିତ ନୁହେଁ। ଅନ୍ୟ ମୋବାଇଲ୍ ଏବଂ ବ୍ରଡବ୍ୟାଣ୍ଡ ଅପରେଟର୍ଙ୍କ ସେବା ବ୍ୟବହାରକାରୀମାନେ ମଧ୍ୟ ଏହା ବ୍ୟବହାର କରିପାରିବେ। ୪୮ ଟଙ୍କାର ପ୍ରାରମ୍ଭିକ ପ୍ଲାନ୍ ବ୍ୟତୀତ ୯୮ ଟଙ୍କା ଏବଂ ୩୯୮ ଟଙ୍କାର ପ୍ଲାନ୍ ମଧ୍ୟ ଉପଲବ୍ଧ ରହିଛି। ଚୟନିତ ପ୍ରୋ ପାସ୍ ପ୍ଲାନରେ ଜିଓ ବ୍ୟବହାରକାରୀମାନେ ୧୦୦ ଟଙ୍କାର ରିହାତି ପାଇପାରିବେ। ଏହା ବ୍ୟତୀତ ଏକ ବର୍ଷର ପ୍ରୋ ପାସ୍ ସହ ଗେମିଂ କଣ୍ଟ୍ରୋଲର୍ ଥିବା ଅଫର୍ ମଧ୍ୟ ଉପଲବ୍ଧ ରହିଛି।
‘କ୍ରିକେଟ୍ ୨୬’କୁ କ୍ଲାଉଡ୍ରୁ ଷ୍ଟ୍ରିମ୍ କରି ଖେଳାଯାଇପାରିବ। ଅର୍ଥାତ୍ ଗେମ୍ ଖେଳିବା ପାଇଁ ଅଲଗା ଭାବେ ମହଙ୍ଗା ହାଇ-ଏଣ୍ଡ୍ ଗେମିଂ ପିସି କିମ୍ବା ଗେମିଂ କନ୍ସୋଲ୍ କିଣିବାର ଆବଶ୍ୟକତା ରହିବ ନାହିଁ। ଖେଳାଳିମାନେ ଡେସ୍କଟପ୍ ଏବଂ ଲାପଟପ୍ରେ କ୍ରୋମ୍ ବ୍ରାଉଜର୍ ଜରିଆରେ ଏହି ଗେମ୍ ଖେଳିପାରିବେ। ଏହା ସହିତ ଆଣ୍ଡ୍ରଏଡ୍ ଫୋନ୍, ଆଇଫୋନ୍, ଜିଓ ସେଟ୍-ଟପ୍ ବକ୍ସ ଏବଂ ଆଣ୍ଡ୍ରଏଡ୍ ଟିଭିରେ ମଧ୍ୟ ଜିଓ ଗେମ୍ସ ଆପ୍ ଜରିଆରେ ଏହାକୁ ବ୍ୟବହାର କରିହେବ।
ଗେମରେ ଅନେକ ଆକର୍ଷଣୀୟ ଫିଚର୍ ରହିଛି। ଏଥିରେ କ୍ୟାରିୟର୍ ମୋଡ୍, ଟିମ୍ ମ୍ୟାନେଜମେଣ୍ଟର ବିକଳ୍ପ, ଅଧିକ ଫିଚର୍ ସହ ଉନ୍ନତ ଏସେସ୍ ମୋଡ୍, ପ୍ରୋ ଟିମ୍, ମଲ୍ଟିପ୍ଲେୟାର୍ ଏବଂ ନିଜସ୍ୱ କ୍ରିକେଟ୍ ଏକାଡେମୀ ଗଠନ କରିବାର ବିକଳ୍ପ ରହିଛି। ବ୍ୟାଟିଂ ଏବଂ ଗେମପ୍ଲେକୁ ମଧ୍ୟ ପୂର୍ବାପେକ୍ଷା ଅଧିକ ଉନ୍ନତ କରାଯାଇଛି। ଫଳରେ ଖେଳାଳିମାନେ କେବଳ ମ୍ୟାଚ୍ ଖେଳିବା ନୁହେଁ, ନିଜ ଟିମ୍ ପ୍ରସ୍ତୁତ କରିବା ସହ ନିଜ ପସନ୍ଦ ଅନୁସାରେ କ୍ରିକେଟର ଅନୁଭୂତି ନେବାର ସୁଯୋଗ ପାଇବେ।
ସାଧାରଣତଃ ପ୍ରିମିୟମ୍ କ୍ରିକେଟ୍ ଗେମ୍ ଖେଳିବା ପାଇଁ ଗେମ୍ କିଣିବା ସହ ଗେମିଂ କନ୍ସୋଲ୍ କିମ୍ବା ହାଇ-ଏଣ୍ଡ୍ ଗେମିଂ ପିସିରେ ମଧ୍ୟ ଅଧିକ ଖର୍ଚ୍ଚ କରିବାକୁ ପଡ଼େ। ଜିଓ ଗେମ୍ସ କ୍ଲାଉଡ୍ ଗେମିଂ ଜରିଆରେ ଏହାକୁ ସହଜ କରିବାକୁ ପ୍ରୟାସ କରିଛି। ସବ୍ସକ୍ରିପ୍ସନ୍ ନେବା ପରେ ଗେମକୁ ସିଧାସଳଖ କ୍ଲାଉଡରୁ ଷ୍ଟ୍ରିମ୍ କରାଯାଇପାରିବ। ଭାରତରେ କ୍ରିକେଟ୍ର ବିପୁଳ ଲୋକପ୍ରିୟତାକୁ ଦୃଷ୍ଟିରେ ରଖି, ମହଙ୍ଗା ଗେମିଂ ସେଟ୍ଅପ୍ ବିନା ପ୍ରିମିୟମ୍ କ୍ରିକେଟ୍ ଗେମିଂର ମଜା ନେବାକୁ ଚାହୁଁଥିବା ଗେମର୍ମାନଙ୍କ ପାଇଁ ଏହା ଏକ ବିକଳ୍ପ ହୋଇପାରେ।
