Odisha news

ନେପାଳରେ କିପରି ସୃଷ୍ଟି ହେଲା ବନ୍ୟା ? କଣ ଚୀନର ଜନବସତି ହେଲା କାଳ ?

ନେପାଳରୁ ଭାରତ ବନ୍ୟା ବିତ୍ପାତ , କଣ ରହିଛି ଏହା ପଛର ବଡ କାରଣ ?

0

ବୁଧବାର ଦିନ ସକାଳୁ ନେପାଳରେ ଆସିଥିବା ବନ୍ୟା ଦ୍ୱାରା ରସୁବା , ନୁବାକୋଟ ଏବଂ ନିକଟର ଅନେକ ଅଞ୍ଚଳ ରେ ଜଳମଗ୍ନ ହୋଇଯାଇଛି, ଉଚ୍ଚ ଉଚ୍ଚ ପ୍ରାସାଦ ବିଶିଷ୍ଟ ଘର, ବଡ଼ ବଡ଼ ବସ ଓ ଟ୍ରକ ଏବଂ ବିଭିନ୍ନ ଚାରିଚକିଆ ଯାନ ଏହି ବନ୍ୟା ପାଣିରେ ନିଶ୍ଚିହ୍ନ ହୋଇଯାଇଛି, ଯେଉଁ ଜାଗାରେ ବସୁଥିଲା ନିତିଦିନିଆ ଡେଲି ମାର୍କେଟ ବର୍ତମାନ ସେହି ସ୍ଥାନରେ ଖାଲି ରହିଛି କୁଢ଼ କୁଢ଼ ପଙ୍କ ଓ ଅଳିଆ ଆବର୍ଜନା l ସତେ ଯେମିତି ଲାଗୁଚି ଏହି ସ୍ଥାନ ଗୁଡିକ ହୋଇଯାଇଛି ଜନବସତି ଶୂନ୍ୟ l

କିନ୍ତୁ କଥାଟି ହେଲା ନେପାଳ ରେ କାହିଁକି ସୃଷ୍ଟି ହେଲା ଏହି ବନ୍ୟା ବିପତି ? କଣ ପ୍ରଶାସନ ନିକଟରେ ନଥିଲା କୌଣସି ସୂଚନା ? ନା ରହିଛି ଏହା ପଛରେ କିଛି ବିଶେଷ କାରଣ ?

କାଠମାଣ୍ଡୁ ବିଶ୍ୱବିଦ୍ୟାଳୟର ଜଳବାୟୁ ବିଶେଷଜ୍ଞ ପ୍ରଫେସର ରୀଯାନ କାଠମାଣ୍ଡୁ ଟାଇମ୍ସ ରେ ଗୋଟିଏ ପୋଷ୍ଟ ସେୟାର କରିଛନ୍ତି ଯେ ଆରମ୍ଭରେ ବରଫ ର ଗୋଟିଏ ବଡ଼ ହିମାସ୍ଖଳନ ଲହେନ୍ଦ ନଦୀରେ ପଡିଥିଲା ଏବଂ ତାହା ନଦୀର ପ୍ରବାହିତ ଜଳକୁ ଅଟକାଇ ଦେଇଥିଲା, ଏହି ବରଫ ପଛରେ ଅନେକ ଜଳ ଅଟକି ଯାଇଥିଲା, ଏବଂ ପ୍ରାକୃତିକ ବନ୍ଧ ଭାଙ୍ଗି ଯାଇଥିଲା ଓ ଜମା ପାଣି ତଳକୁ ଚାଲି ଆସିଥିଲା, ଏହାପରେ ବିନାଶକାରୀ ବନ୍ୟାର ରୂପ ନେଇଥିଲା l

ଏଠି ପ୍ରଶ୍ନ ଉଠୁଛି ଯେ କଣ ଭୂକମ୍ପ ଦ୍ୱାରା ହେଲା ହିମାସ୍ଖଳନ ନା ଗ୍ଲେସିୟର ଫାଟି ଥିଲା ? ବର୍ତମାନ ଏହି ଆଶଙ୍କା କୁ ନେଇ ଯାଞ୍ଚ ଚାଲିଛି, ଆମେରିକାର ଭୁ ବିଜ୍ଞାନୀ ଙ୍କ ସର୍ବେକ୍ଷଣ ଅନୁସାରେ ବୁଧବାର ସକାଳ ୮ଟା ୩୭ ମିନିଟ ସମୟରେ ତିବ୍ବତ ରେ ୪ .୪ ତୀବ୍ରତାର ଭୂମିକମ୍ପ ଆସିଥିଲା, ଏହାର କେନ୍ଦ୍ର ଗ୍ଳୋସlଇ କୁଣ୍ଡ ଠାରୁ ୪୭ କିଲୋମିଟର ଦୂର ଉତ୍ତରରେ ରେ ଥିଲା, ଏହାପରେ ସକାଳ ୯ ଟା ପାଖାପାଖି ଭୋଟେକୋଶୀ ରେ ବନ୍ୟା ଆସିଥିଲା l

ନେପାଳର ହାଇଡ୍ରୋଲୋଜି ଓ ଜଳବାୟୁ ବିଭାଗର ତଥ୍ୟ ଅନୁସାରେ ନେପାଳ ର ତିବ୍ବତ ର ଉପରି ଭାଗରେ ଗ୍ଲେସିୟର ଫଟାଇବାର ଆଶଙ୍କା ରହିଛି ତେଣୁ ଯାଞ୍ଚ ଚାଲିଛି l

ପୂର୍ବରୁ ଜୁଲାଇ ୨୦୨୫ ରେ ଏଭଳି ଘଟି ସାରିଛି, ନେପାଳର ଏହି କ୍ଷେତ୍ରରେ ଅନେକ ଗ୍ଲସିୟର ହ୍ରଦ ରହିଛି, କିଛି ସୋସିଆଲ ମିଡ଼ିଆ ପୋଷ୍ଟ ଓ ସାଟେଲାଇଟ ଫଟୋ ରେ ଦାବି କରାଯାଉଛି ଯେ ଚୀନ ଦ୍ୱାରା ଏହି ଜନବସତି କରାଯାଇଛି, ଏବଂ ପାହାଡ଼ କାଟିବା ଓ ନଦୀ ର ରାସ୍ତାକୁ ବନ୍ଧ କରିବା ଦ୍ୱାରା ଗ୍ଲେସିୟର ଫଟିବାର ସମ୍ଭାବନା ଅଧିକ ରହିଥାଏ l ଯାହାଦ୍ୱାରା ନଦୀର ପ୍ରଭାବ ପ୍ରଭାବିତ ହୋଇଛି ଏବଂ ଜଳଧାରା ନେପାଳ ଆଡକୁ ବୋହି ଆସିଛି l

ନେପାଳର ଏହି ବନ୍ୟାରେ ହଜାର ହଜାର ଲୋକ ନିରୁଦ୍ଧିଷ୍ଟ ଅଛନ୍ତି, ହଜାର ହଜାର  ଗାଡି ପାଣିର ସୁଅ ରେ ବୋହି ଭାସି ଯାଇଛି, ଏବଂ ଅନେକ ଅଞ୍ଚଳ କାଦୁଅ ଓ ପଟୁ ମାଟି ତଳେ  ଶୂନ୍ୟ ହୋଇଯାଇଛି l

Nalco
Leave A Reply