Odisha news

ପଟାୟା ନାଇଟ କ୍ଲବ ରେ ମୋଦି

0

ପଟାୟା ର ନାଇଟ କ୍ଲବ ରେ ପ୍ରଧାନମନ୍ତ୍ରୀ ମୋଦି
ନାଇଟ କ୍ଲବ ର ସେନସେସନ ହେଲେ ମୋଦି
ଲୋକେ ଭୁଲିଗଲେ ଇଂରାଜୀ ସଂଗୀତ
ମୋଦି ଙ୍କ ଭାଷଣର ତାଳେ ତାଳେ ଝୁମିଲେ

କଣ ଆପଣ କେନେ ଭାବିଛନ୍ତି କୌଣସି ନାଇଟ କ୍ଲବ ରେ , ଯେଉଁଠି ଖୁବ ଜୋର ରେ ମ୍ୟୁଜିକ ବାଜୁଥିବ ଓ ନାଚ ଚାଲିଥିବ,ସେଠାରେ କୌଣସି ନେତାଙ୍କ ଭାଷଣ ମଧ୍ୟ ଶୁଣିବାକୁ ମିଳିପାରେ ?ଆପଣାକୁ ଏହା ଅସମ୍ଭବ ଲାଗିପାରେ , କିନ୍ତୁ ଏହା ସତ୍ୟ l ଥାଇଲ୍ୟାଣ୍ଡ ର ଗୋଟିଏ ବଡ଼ କ୍ଲବ ରେ ଏଭଳି କିଛି ଦୃଶ୍ୟ ଦେଖିବାକୁ ମିଳିଛି l ଯାହାକୁ ସୋସିଆଲ ମିଡିଆରେ ଦେଖି ସମସ୍ତେ ଆଶ୍ଚର୍ଯ୍ୟ l ବର୍ତମାନ ଥାଇଲ୍ୟାଣ୍ଡ ପଟାୟା ର ଲେଗଜୁରି ‘ଜନ୍ନତ ‘ କ୍ଲବ ର ଗୋଟିଏ ଭିଡିଓ ସୋସିଆଲ ମିଡିଆରେ ଭାଇରଲ ହେଉଛି l

ଯେଉଁଠି ଦେଖିବାକୁ ମିଳିଛି ଲୋକେ ନାଚୁଛନ୍ତି ପଞ୍ଜାବୀ ବିଟସ୍ ରେ ପ୍ରଧାମନ୍ତ୍ରୀ ମୋଦି ଙ୍କ ଭାଷଣ ରେ , ଏବଂ ଲୋକେ ଏହି  ବିଟସ୍ ରେ ଏତେ ସୁନ୍ଦର ତାଳ ଦେଇ ଝୁମି ଉଠୁଛନ୍ତି ଯେ ଯାହାର ଭିଡିଓ ସୋସିଆଲ ମିଡିଆରେ ମିଲିୟନ ଭିୟୁ ହୋଇଛି l ଏହି ନାଇଟ କ୍ଲବ ରେ ଅଚାନକ ଭାବରେ  ପଂଜାବୀ ବିଟସ୍ ମଧ୍ୟରେ ମୋଦିଙ୍କ ଭାଷଣ ଶୁଣିବାକୁ ମିଳିଥିଲା, ଏବଂ ବ୍ୟାଗ୍ରାଉଣ୍ଡ ରେ ମୋଦି ଙ୍କର ଗୋଟିଏ ବଡ଼ ଫଟୋ ଦେଖିବାକୁ ମଧ୍ୟ ମିଳିଲା l

ଥାଇଲ୍ୟାଣ୍ଡ ପଟାୟା ର ୱାକିଙ୍ଗ ଷ୍ଟ୍ରିଟ ରେ ଜନ୍ନତ କ୍ଲବ ରହିଛି, ଏଠାକୁ ବିଶେଷ ଭାବରେ ଭାରତୀୟ ମାନେ ଅଧିକ ଯାଇଥାଆନ୍ତି, ଏଠାକାର ପରିବେଶ ମୁମ୍ବାଇ ନାଇଟ କ୍ଲବ ଭଳି ଲାଗିଥାଏ, ଏଠାରେ ବିଶେଷ ଭାବରେ ବଲିଉଡ ର ପଂଜାବୀ ଗୀତ ଶୁଣିବାକୁ ମିଳିଥାଏ, ଭାଇରଲ ହୋଇଥିବା ଭିଡିଓରେ ଦେଖିବାକୁ ମିଳିଛି ଯେ ଜନ୍ନତ କ୍ଲବ ବେଶ ଗଗହଳ ରହିଛି ଓ ରଙ୍ଗ ବେରଙ୍ଗ ର ଲାଇଟ ରେ ପଞ୍ଜାବୀ  ସଂଗୀତ ବାଜୁଛି,  କିନ୍ତୁ ଅଚାନକ ଲାଗିଥିବା ସ୍କ୍ରିନ ରେ ପ୍ରଧାନମନ୍ତ୍ରୀ ମୋଦି ଙ୍କ ଫଟୋ ଦେଖିବାକୁ ମିଳିଛି, ଏବଂ ତାଙ୍କର ଗୋଟିଏ ଭାଷଣ ର କ୍ଲିପ ମଧ୍ୟ ଶୁଣିବାକୁ ମିଳିଛି  l

ମିୟୁଜିକ ଡ଼ାଇରେକ୍ଟର ଗୋଟିଏ ନୂଆ ଷ୍ଟାଇଲ୍ ରେ ମୋଦି ଙ୍କ ଭାଷଣ କୁ ପଞ୍ଜାବୀ  ବିଟସ୍ ରେ ଏଭଳି ମିକ୍ସ କରିଛନ୍ତି କି କ୍ଲବ ରେ ଉପସ୍ଥିତ ଥିବା ଲୋକେ ନିଜକୁ ଡାନ୍ସ କରିବାରୁ ଅଟକାଇ ପାରିନାହାନ୍ତି l

ଯେମିତି ଏହି ଭିଡିଓ ସୋସିଆଲ ମିଡିଆରେ ଭାଇରଲ ହୋଇଛି ବିଭିନ୍ନ ସ୍ତରରେ ଚର୍ଚା ଜୋର ଧରିଛି, l

IEC 2 years
Leave A Reply