ଥାଇଲ୍ୟାଣ୍ଡର ପଟାୟା ରେ ପହଞ୍ଚିବେ ଆମେରିକୀୟ ସେନା : ୫ ହଜାର ଆମେରିକୀୟ ସେନାଙ୍କ ପାଇଁ ଚାଲିଛି ପ୍ରସ୍ତୁତି
ପଟାୟା ରେ ଚାଲିଛି ଦେହ ବ୍ୟବସାୟ ଉପରେ ରେଡ , ଆମେରିକୀୟ ସୈନ୍ୟ ଙ୍କ ପାଇଁ ଚାଲିଛି ଦେହଜୀବୀ ଙ୍କ ସ୍ୱାସ୍ଥ୍ୟ ପରୀକ୍ଷା
ମଧ୍ୟ-ପୂର୍ବରେ ଇରାନ ବିରୁଦ୍ଧରେ ଦୀର୍ଘଦିନ ରୁ ଚାଲିଥିବା ଅପରେସନ ରେ ସାହାଯ୍ୟ କରିବା ପରେ ପାଖାପାଖି ୫ହଜାର ଆମେରିକୀୟ ନାବିକ , ମରାଇନ ଫୋର୍ସ, ଓ ପାଇଲଟ ୨ରୁ ୬ ସେପ୍ଟେମ୍ବର ମଧ୍ୟରେ ପଟାୟା ରେ ପହଂଚିବେ l ଥାଇଲ୍ୟାଣ୍ଡ ର ପଟାୟା ସହର ବ୍ୟାଙ୍କକ ରୁ ମାତ୍ର ୧୫୦ କିଲୋମିଟର ଦୂର, ଏହି ସହର ନିଜର ସମୁଦ୍ର ତଟ , ନାଇଟ ଲାଇଫ, ମନୋରଞ୍ଜନ, ପର୍ଯ୍ୟଟନ ଓ କ୍ଲବ ପାଇଁ ପ୍ରସିଦ୍ଧ l
ଥାଇଲ୍ୟାଣ୍ଡ ରେ ବେଶ୍ୟା ବୃତି ଓ ସେକ୍ସ ୱାର୍କ ଉପରେ ରୋକ ଲଗାଇବା ପାଇଁ ନିୟମ ମଧ୍ୟ ରହିଛି, କିନ୍ତୁ ଥାଇଲ୍ୟାଣ୍ଡ ସରକାର ଏହା ବିରୁଦ୍ଧରେ କୌଣସି କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବା ବଦଳରେ ତାହାକୁ ପ୍ରୋତ୍ସାହନ ଦେଇ ଥାଆନ୍ତି , ବିଶେଷ ଭାବରେ ପଟାୟା ରେ l ଆମେରିକାର FBI ଏହାକୁ ଦୁନିଆର ପ୍ରମୁଖ ସେକ୍ସ ଟୁରିଜିମ ବୋଲି କହିଥିଲା l
କିନ୍ତୁ ଥାଇଲ୍ୟାଣ୍ଡ ମିଡ଼ିଆ ରିପୋର୍ଟ ଅନୁସାରେ ପ୍ରଥମଥର ପାଇଁ ଆମେରିକୀୟ ସୈନ୍ୟ ଆସିବା ପୂର୍ବରୁ ଏହି ବେଶ୍ୟା ବୃତି ନେଟୱାର୍କ ବିରୁଦ୍ଧରେ କାର୍ଯ୍ୟାନୁଷ୍ଠାନ ଆରମ୍ଭ ହୋଇଛି, ଏବଂ ୫୦ ଜଣଙ୍କୁ ଗିରଫ ମଧ୍ୟ କରାଯାଇଛି, ଏହି କାର୍ଯ୍ୟାନୁଷ୍ଠାନ ଏପରି ସମୟରେ ହେଉଛି ଯେତେବେଳେ ପଟାୟା ର ଦେହ ବ୍ୟବସାୟ ମାନ୍ଦା ଚାଲିଥିଲା, ୨୮ ଫେବୃଆରୀ ରୁ ମିଡିଲ ଇଷ୍ଟ ଯୁଦ୍ଧ ଚାଲିବା ପରେ ଥାଇଲ୍ୟାଣ୍ଡ ର ଟୁରିଜିମ, ଇକୋନମି ଉପରେ ଖରାପ ପ୍ରଭାବ ପଡିଥିଲା, ୫ହଜାର ଆମ୍ୱେର୍କୀୟ ସୈନ୍ୟ ଙ୍କ ଆଗମନ ପରେ ଟୁରିଜିମ ଟ୍ରାକ କୁ ଆଶା ରହିଛି l
ଇରାନ ବିରୁଦ୍ଧରେ ୨୫୦ ରୁ ଅଧିକ ଦିନ ସମୁଦ୍ର ରେ ବିତାଇ ଛନ୍ତି, ଏତେ ଦୀର୍ଘ ଦିନରୁ ସମୁଦ୍ରରେ ଯୁଦ୍ଧ ଲଢ଼ି ଥିବାରୁ ସେମାନଙ୍କ ଜୀବନ ଅବସ୍ଥା ଅତ୍ୟନ୍ତ ଦୁର୍ବିସହ ହୋଇପଡ଼ି ଥିଲା, କୃ ମେମ୍ବରସ ଙ୍କ ବ୍ୟକ୍ତିଗତ ଜୀବନ ମଧ୍ୟ ପ୍ରଭାବିତ ହୋଇଛି, ବ୍ୟବହୃତ ଜିନିଷ ର ଅଭାବ ମଧ୍ୟ ରହିଥିଲା, ଦୀର୍ଘଦିନ ଧରି କାମ କରିବା, ଏପରିକି ଆତ୍ମହତ୍ୟା ପାଇଁ ସେନା ଚେଷ୍ଟା କରିବା ଭଳି ଖବର ମଧ୍ୟ ଶୁଣିବାକୁ ମିଳିଥିଲା l
ଅବ୍ରହାମ ଲିଙ୍କନ ଜାହାଜ ପଟାୟା ନିକଟରେ ଲେମ ବନ୍ଦରରେ ଅଟକିବ, ଯେଉଁଥିରେ ୫ହଜାର ସୈନ୍ୟ ଙ୍କୁ କିଛି ରୋମାଞ୍ଚକ ମୁହୂର୍ତ ବିତାଇବା କୁ ସମୟ ମିଳିବ l ଥାଇ ମିଡ଼ିଆ ରିପୋର୍ଟ ଅନୁସାରେ ୩୧ ଅଗଷ୍ଟ ରେ ସିଟି ହଲ ରେ ଗୋଟିଏ ବୈଠକ ହୋଇଥିଲା, ଯେଉଁଥିରେ ଅବ୍ରହାମ ଲିଙ୍କନ ରେ ଆସୁଥିବା ୫ହଜାର ସୈନ୍ୟ ଙ୍କୁ ଗୋଟିଏ ସୁରକ୍ଷିତ ଓ ରୋମାଂଚିତ ସମୟ ଦିଆଯାଇ ପାରିବ ସେ ବିଷୟରେ ଚର୍ଚା ହୋଇଥିଲା ଏବଂ ଏଥିରେ ସୈନ୍ୟ ଙ୍କ ସୁରକ୍ଷା କୁ ମଧ୍ୟ ବେଶ ଗୁରୁତ୍ୱ ଦିଆଯାଇଛି l
‘ଥାଇ BPS ‘ ର ରିପୋର୍ଟ ଅନୁସାରେ ପର୍ଯ୍ୟଟନ ସହିତ ସମସ୍ତ ବ୍ୟବସ୍ଥା କୁ ନିର୍ଦେଶ ଦିଆଯାଇଛି ଯେ ଆମେରିକୀୟ ମେମ୍ବରସ ଙ୍କୁ କାମର୍ସିୟାଲ ସେକ୍ସ ସର୍ଭିସ ବିଶେଷ ଭାବରେ ଚାଇଲଡ ସେକ୍ସ ସର୍ଭିସ ଦିଆ ନଯାଏ, ଏବଂ ସେକ୍ସ ବ୍ୟବସାୟୀ ଙ୍କୁ ନିର୍ଦେଶ ଦିଆଯାଇଛି ଯେ ମଉକା ର ଫାଇଦା ନ ଉଠାଇ ଅଧିକ ପଇସା ଯେପରି ଅସୁଲ ନ କରାଯାଏ l
ଦିନେ ପଟାୟା ଗୋଟିଏ ଛୋଟ ଗାଁ ଟିଏ ଥିଲା, ପରବର୍ତୀ ସମୟ ରେ ଭିଏତନାମ ଯୁଦ୍ଧ ସମୟ ରେ ଅର୍ଥାତ 1955 ରୁ 1975 ମଧ୍ୟରେ ଆମେରିକୀୟ ସୈନିକ ପଟାୟା ସମୁଦ୍ର କୁଳ କୁ ଛୁଟି ବିତାଇବା ପାଇଁ ଏହି ସ୍ଥାନକୁ ଆସିଥିଲେ l ସେହିଦିନ ଠାରୁ ଧୀରେ ଧୀରେ ଆମେରିକୀୟ ସୈନ୍ୟ ଙ୍କ ମନରଞ୍ଜନ ପାଇଁ ଏହିସ୍ଥାନ କୁ ବିକଶିତ କରାଗଲା l
ଥାଇ ସମାଚାର ଏଜେନ୍ସି ର ଖବର ଅନୁସାରେ ଆମେରିକୀୟ ସୈନ୍ୟ ଙ୍କ ସ୍ୱାସ୍ଥ୍ୟ କୁ ଦୃଷ୍ଟିରେ ରଖି ଦେହ ଜୀବି ଙ୍କର ସ୍ୱାସ୍ଥ୍ୟ ପରୀକ୍ଷା ଦ୍ରୁତ ଗତିରେ କରାଯାଇଛି, ଯିଏ କେହି HIV ପଜିଟିଭ ବାହାରୁଛନ୍ତି ସେମାନଙ୍କୁ ଗିରଫ କରାଯାଉଛି l
