Odisha news

ଦୁନିଆରେ କେଉଁ ଦେଶରେ ପ୍ଲାଷ୍ଟିକ ନୋଟ ରେ ବ୍ୟବହାର ହେଉଛି ପଶୁ ଙ୍କ ଚର୍ବି ? କିନ୍ତୁ କଣ ରହିଛି ଭାରତୀୟ ରିସର୍ଭ ବ୍ୟାଙ୍କ ର ନିୟମ ?

0

ଖୁବ ଶୀଘ୍ର ଭାରତୀୟ ରିଜର୍ଭ ବ୍ୟାଙ୍କ ଭାରତୀୟ ମୁଦ୍ରା ପ୍ରଣାଳୀ ରେ ଗୋଟିଏ ବଡ଼ ପରିବର୍ତ୍ତନ କରିବାକୁ ଯାଉଛନ୍ତି, ବଜାରରେ ଖୁବ ଶୀଘ୍ର ୧୦ ଟଙ୍କିଆ ଓ ୨୦ ଟଙ୍କିଆ ନୂଆ ପ୍ଲାଷ୍ଟିକ ନୋଟ ଦେଖିବାକୁ ମିଳିବ, ପ୍ରାରମ୍ଭିକ ସ୍ଥିତି ରେ ରିଜର୍ଭ ବ୍ୟାଙ୍କ ପକ୍ଷରୁ ୨ଶହ କୋଟି ମୂଲ୍ୟ ବିନିଯୋଗ ରେ ପଲିମର ନୋଟ ଛପିବାର ଯୋଜନାରେ କାମ କରୁଛି, ସେଥିପାଇଁ ଆବଶ୍ୟକୀୟ କଞ୍ଚା ମାଲ ଓ ଯନ୍ତ୍ରପାତି ଉପଲବ୍ଧ କରାଯାଇଛି l ଏବଂ କମ୍ପାନୀ ମାନଙ୍କୁ କୁହାଯାଇଛି ଯେ ପଲିମର ନୋଟ ପାଇଁ ପଶୁ ମାନଙ୍କର ଚର୍ବି ର ଆଦୌ ବ୍ୟବହାର କରିବେ ନାହିଁ l

ବିଶ୍ୱର ଅନେକ ଦେଶ ଏଭଳି ରହିଛି ଯେଉଁଠି ପଲିମର ନୋଟ ରେ ଜୀବଜନ୍ତୁ ଙ୍କ ଚର୍ବି ର ବ୍ୟବହାର ହୋଇଥାଏ l ଆସନ୍ତୁ ଜାଣିବା କେଉଁସବୁ ଦେଶରେ ପଶୁ ଙ୍କ ଚର୍ବି ବ୍ୟବହାର କରାଯାଏ l

ଦୁନିଆରେ ପାଖାପାଖି ୨୪ ଟି ଦେଶ ଏଭଳି ରହିଛନ୍ତି ଯେଉଁଠି ପଲିମର ନୋଟ ଛପା ଯାଇଥାଏ, ଏମିତିରେ ଅନେକ ଦେଶ ଏଭଳି ରହିଛି ଯେଉଁଠି ପଲିମର ନୋଟ ରେ ପଶୁ ଙ୍କ ଚର୍ବି ର ବ୍ୟବହାର ହୋଇଥାଏ l ସେହି ଦେଶ ଗୁଡିକ ହେଲେ –

– ବ୍ରିଟେନ – ଯେଉଁଠି ୨୦୧୬ ରେ ଜାରି ହୋଇଥିବା ପଲିମର ନୋଟ ରେ ପଶୁ ଙ୍କ ଚର୍ବି ର ପ୍ରୟୋଗ ହୋଇଥିବାର ଦାବି ହୋଇଥିଲା l

– ଅଷ୍ଟ୍ରେଲିଆ – ଯିଏକି ଦୁନିଆର ପ୍ରଥମ ଦେଶ ଯିଏକି 1988 ରୁ ପଲିମର ନୋଟ ଆରମ୍ଭ କରିଥିଲା, ଏବଂ ଆରମ୍ଭ ରେ ପଶୁ ଚର୍ବି ମିଶି ଥିବାର ଦାବି ହୋଇଥିଲl  l

– କାନାଡ଼ା ଓ ନିୟୁଜିଲ୍ୟାଣ୍ଡ – ଏହି ଦୁଇ ଦେଶରେ ପ୍ଲାଷ୍ଟିକ ନୋଟ ରେ ପଶୁ ଚର୍ବି ମିଶି ଥିବାର ପୁଷ୍ଟି ହୋଇଥିଲା l

କଣ ରହିଛି ପଲିମର ନୋଟ ର ବିଶେଷତା –

ପଲିମର ନୋଟ ର ବିଶେଷତା ହେଉଛି ଏହାକୁ ଜଟିଳ ଓ ଉନ୍ନତ ସୁରକ୍ଷା ଫିଚର୍ସ ସାମିଲ କରାଯାଇପାରିବ l ଯାହାର ନକଲ କରିବା ଅସମ୍ଭବ ଅଟେ l ଏଥିରେ ଆଧୁନିକ ସୁରକ୍ଷା ଉପାୟ ସହଜରେ ଯୋଡ଼ା ଯାଇପାରିବ l  ଦେଶରେ ନକଲି ନୋଟ କାରବାର ଉପରେ ମଧ୍ୟ ଅଙ୍କୁଶ ଲାଗିପାରିବ l

ବିଶେଷକଥାଟି ହେଲା ଭାରତରେ ପଲିମର ନୋଟ ରେ ପଶୁ ଚର୍ବି ବ୍ୟବହାର ଉପରେ ସମ୍ପୂର୍ଣ ତାଲା ଲାଗିବ, କାହିଁକି ନା ଭାରତ ଗୋଟିଏ ଧର୍ମ ବହୁଳ ରାଷ୍ଟ୍ର ହୋଇଥିଲେ ମଧ୍ୟ ଏଠାରେ ଅଧିକ ହିନ୍ଦୁ ଲୋକେ ବସବାସ କରୁଛନ୍ତି, ଯେଉଁ କାରଣରୁ ପଶୁ ଙ୍କ ଚର୍ବୀ ର ବ୍ୟବହାର ଉପରେ ନିଶିଧ କରାଯାଇଛି l

Nalco
Leave A Reply