ଟିମ୍ ଇଣ୍ଡିଆ ରେ ସୃଷ୍ଟିହେଲା ଫାଟ , କୋଚଙ୍କ କୋଚିଂ କୁ ନେଇ ସୃଷ୍ଟିହେଲା ପ୍ରଶ୍ନ
କୋଚ ଙ୍କ ଚାକିରୀ ଲଟକିଛି ଖଣ୍ଡାଧାର ରେ ମ୍ୟାନେଜମେଣ୍ଟ ନେବାକୁ ଯାଉଛି ବଡ଼ ପଦକ୍ଷେପ
ଆୟାରଲ୍ୟାଣ୍ଡ ଓ ଇଂଲଣ୍ଡ ବିରୁଦ୍ଧରେ ଲଗାତାର ଭାରତୀୟ ଦଳର ପରାଜୟ ପରେ ମ୍ୟାନେଜମେଣ୍ଟ ର ମୁଣ୍ଡ ବିନ୍ଧା ବଢିଯାଇଛି, ଗତ ୬ଟି ମ୍ୟାଚ ଖେଳି ଭାରତୀୟ ଦଳ ଲଗାତାର ପରାଜୟ ଲାଭ କରିଆସୁଛି l ଯାହାକୁ ନେଇ କୋଚିଂ ସେଟ ଅପ ରେ ବଡ଼ ପରିବର୍ତ୍ତନ ର ଗୁଞ୍ଜରଣ ଚାଲିଛି, ମିଳିଥିବା ସୂଚନା ଅନୁସାରେ BCCI କୋଚି କୁ ନେଇ ଖୁବ ଶୀଘ୍ର ବଡ଼ ନିଷ୍ପତି ନେଇପାରେ , ବର୍ତମାନ ଟିମ ଇଣ୍ଡିଆର କୋଚ ଙ୍କ ମଧ୍ୟରେ 2 + 1 ର କଣ୍ଟ୍ରାକ୍ଟ ହୋଇଥିଲା, ଏହାର ଅର୍ଥ ହେଲା ୨ବର୍ଷ ପରେ ଗୋଟିଏ ବର୍ଷ ପାଇଁ କୋଚ ଙ୍କ କାର୍ଯ୍ୟକାଳ କୁ ବଢ଼ାଇ ଦିଆ ଯାଇପାରେ l
ଟାଇମ୍ସ ଅଫ ଇଣ୍ଡିଆର ରିପୋର୍ଟ ଅନୁସାରେ ଭାରତୀୟ କ୍ରିକେଟ ଟିମ ର କୋଚିଂ ସେଟ ଅଫ ରେ ପରିବର୍ତ୍ତନ ହୋଇପାରେ, ସପୋର୍ଟ ଷ୍ଟାଫ ଙ୍କର ଯେକୌଣସି ଜଣେ ସଦସ୍ୟ ଟିମ୍ ଛାଡିପାରେ l ଗୌତମ ଗମ୍ଭୀର ଙ୍କ ନିର୍ଦେଶରେ କାର୍ଯ୍ୟ କରୁଥିବା କୋଚିଂ ଗୃପ ୨୦୨୪ ରୁ କାର୍ଯ୍ୟ କରି ଆସୁଛନ୍ତି l
ମିଳିଥିବା ସୂଚନା ଅନୁସାରେ ଜଣେ କୋଚ IPL ଫ୍ରାଞ୍ଚାଇଜ ଙ୍କ ସହିତ ଡୀଲ କରି ସାରିଛନ୍ତି ଏବଂ ତାଙ୍କ ସେଟଅଫ ରେ ସାମିଲ ହୋଇପାରନ୍ତି l ମିଳିଥିବା ସୁଚାରୁ ହସ୍ତଗତ ହୋଇଛି ଯେ ଟିମ ଇଣ୍ଡିଆର କୋଚିଂ କୁ ନେଇ ଫାଟ ଡ୍ରେସିଂ ରୁମ ରେ ମଧ୍ୟ ଦେଖିବାକୁ ମିଳୁଛି l BCCI ସଚିବ ଦେବଜୀତ ସାଇକିଆ ଶୁକ୍ରବାର ଦିନ ବୟାନ ଦେଇ କହିଛନ୍ତି ଯେ ଟିମ ଇଣ୍ଡିଆ ର ପ୍ରଦର୍ଶନ ଉପରେ BCCI ର ନଜର ରହିଛି, ଯେ କୌଣସି ସମୟରେ କିଛିବି ପରିବର୍ତ୍ତନ ହୋଇପାରେ l
