Odisha news

ସତର୍କତା ନ ମାନିଲେ କାର୍ଯ୍ୟାନୁଷ୍ଠାନ

0

ଭୁବନେଶ୍ୱର, ୧୩।୩ : କରୋନା ଲାଗି ଜାରି ହୋଇଥିବା ସତର୍କତାକୁ କାର୍ଯ୍ୟକାରୀ କରିବା ପାଇଁ କମିଶନରେଟ୍‌ ପୋଲିସ ପ୍ରସ୍ତୁତି ଆରମ୍ଭ କରିଛି । ଏଥିଲାଗି ଥିବା ନିର୍ଦ୍ଦେଶନାମାକୁ କାର୍ଯ୍ୟକାରୀ ନକଲେ କାର୍ଯ୍ୟାନୁଷ୍ଠାନ ହେବ ବୋଲି ପୋଲିସ କମିଶନର ସୁଧାଂଶୁ ଷଡଙ୍ଗୀ ସୂଚନା ଦେଇଛନ୍ତି । ଶ୍ରୀ ଷଡ଼ଙ୍ଗୀ ସାମ୍ବାଦିକ ସମ୍ମିଳନୀରେ କହିଛନ୍ତି ଯେ ଦେ୍ୱðତ ନଗରୀ କଟକ- ଭୁବନେଶ୍ୱର ପାଇଁ ପୋଲିସ କମିଶନର, ଅତିରିକ୍ତ କମିଶନର, ଯୁଗ୍ମ କମିଶନର, ସହ କମିଶନର, ଜିଲ୍ଲା ମାଜିଷ୍ଟ୍ରେଟ୍‌ ଓ ମାଜିଷ୍ଟ୍ରେଟ୍‌ଙ୍କ କ୍ଷମତା ପାଇଛନ୍ତି । ଏଣୁ ଏହି ଅଧିନିୟମ ଅନୁସାରେ କମିଶନରେଟ ପୋଲିସ କରୋନା ଅଧିନିୟମକୁ କାର୍ଯ୍ୟକାରୀ କରିବ । ଏସଂକ୍ରାନ୍ତରେ ଡିସିପି, ଏସିପି, ଥାନା ଅଧିକାରୀ ଓ ପିସିଆର୍‌ କର୍ମଚାରୀଙ୍କୁ ନିର୍ଦ୍ଦେଶ ଦିଆଯାଇଛି । ଶୁକ୍ରବାର ଠାରୁ ସିନେମା ହଲ୍‌, ଜିମ୍‌, ସୁଇମିଂ ପୁଲ୍‌ ମାର୍ଚ୍ଚ ୩୧ ତାରିଖ ପର୍ଯ୍ୟନ୍ତ ବନ୍ଦ ରହିବ ।

Leave A Reply