Odisha news

ଆଚାର୍ଯ୍ୟ ହରିହର କ୍ୟାନସର ହସ୍‌ପିଟାଲ ଓ SCB ମେଡିକାଲ ୨ଟି ଯାକ ହସ୍ପିଟାଲରୁ ମୋଟ ୬୬ ଜଣ କରୋନା ଆକ୍ରାନ୍ତ ଚିହ୍ନଟ

0

କଟକ: କଟକ ଆଚାର୍ଯ୍ୟ ହରିହର କ୍ୟାନସର ହସ୍‌ପିଟାଲରୁ ୫୫ ଜଣ କରୋନା ପଜିଟିଭ୍ ଚିହ୍ନଟ ହୋଇଛନ୍ତି। ସେହିଭଳି SCB ମେଡିକାଲରୁ ମଧ୍ୟ ୧୧ ଜଣ କରୋନା ପଜିଟିଭ ଚିହ୍ନଟ ହୋଇଛନ୍ତି। ୨ଟି ଯାକ ହସ୍ପିଟାଲରୁ ମୋଟ ୬୬ ଜଣ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଥିବା କଟକ ଜିଲ୍ଲା ପ୍ରଶାସନ ପକ୍ଷରୁ ସୂଚନା ଦିଆଯାଇଛି।

ସେପଟେ ରାଉରକେଲା ଆଇଜିଏଚ୍‌ର କିଛି ଅଂଶକୁ ଆଇସୋଲେସନ୍ ଘୋଷଣା କରାଯାଇଛି। ହସ୍ପିଟାଲରେ ଚିକିତ୍ସାଧୀନ ଜଣେ ରୋଗୀ ପଜିଟିଭ ଚିହ୍ନଟ ପରେ ଜଣେ ଡାକ୍ତରଙ୍କ ସହ ୬ କର୍ମଚାରୀଙ୍କୁ କ୍ୱାରେଣ୍ଟିନ ପଠାଯାଇଛି। ସଂପୃକ୍ତ ରୋଗୀଙ୍କ କଣ୍ଟାକ୍ଟ ଟ୍ରେସିଂ କରିବା ସହିତ ହସ୍ପିଟାଲକୁ ସାନିଟାଇଜ  କରାଯାଉଥିବା ଆଇଜିଏଚ୍ କର୍ତ୍ତୃପକ୍ଷ ସୂଚନା ଦେଇଛନ୍ତି।

ସେହିଭଳି ପୂର୍ବରୁ ଆଜି ରାଜ୍ୟର ୧୯ ଜିଲ୍ଲାରୁ ୨୨୯ ଜଣ କରୋନା ରୋଗୀ ଚିହ୍ନଟ ହୋଇଥିଲେ। ସେମାନଙ୍କ ମଧ୍ୟରୁ ୧୯୩ ଜଣ କ୍ୱାରେଣ୍ଟିନରେ ଥିଲେ ଓ‌ ୩୬ଜଣ ଲୋକାଲ୍ କେସ୍ ରହିଛି। ସେଥିମଧ୍ୟରୁ କଟକରେ ୧୨ ଜଣ ଆକ୍ରାନ୍ତ ହୋଇଥିବା ନେଇ ସୂଚନା ଦେଇଥିଲା ରାଜ୍ୟ ସୂଚନା ଓ ଲୋକ ସମ୍ପର୍କ ବିଭାଗ। ଏବେ କଟକ ଜିଲ୍ଲା ପ୍ରଶାସନ ଦେଇଥିବା ୬୬ ଜଣ ଆକ୍ରାନ୍ତ ସୂଚନା ପରେ କଟକରେ ଗୋଟିଏ ଦିନରେ ୭୮ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ସେହିଭଳି ଆଜି ୧୪୯ ଜଣ ସୁସ୍ଥ ହେବା ନେଇ ସୂଚନା ଦେଇଥିଲା ରାଜ୍ୟ ସ୍ୱାସ୍ଥ୍ୟ  ଓ ପରିବାର କଲ୍ୟାଣ ବିଭାଗ।

Leave A Reply