Odisha news

ହଂକଂର ସ୍ୱତନ୍ତ୍ର ପ୍ରଶାସନିକ ଅଞ୍ଚଳ ତଥା ଏସ୍ଏଆର୍ ପାଇଁ ଚୀନ ଜାତୀୟ ସୁରକ୍ଷା ଆଇନ ପ୍ରଣୟନ କରିବା ପରେ ଆପତ୍ତି ଉଠାଇଛି ଭାରତ

0

ନୂଆଦିଲ୍ଲୀ : ହଂକଂର ସ୍ୱତନ୍ତ୍ର ପ୍ରଶାସନିକ ଅଞ୍ଚଳ ତଥା ଏସ୍ଏଆର୍ ପାଇଁ ଚୀନ ଜାତୀୟ ସୁରକ୍ଷା ଆଇନ ପ୍ରଣୟନ କରିବା ପରେ ଆପତ୍ତି ଉଠାଇଛି ଭାରତ। ଜାତିସଂଘ ପାଖରେ ଏନେଇ ଆପତ୍ତି ଉଠାଇ ଭାରତ କହିଛି ଯେ ହଂକଂରେ ବହୁଳ ସଂଖ୍ୟାରେ ପ୍ରବାସୀ ଭାରତୀୟ ବସବାସ କରୁଛନ୍ତି। ଚୀନର ଏହି ପଦକ୍ଷେପ ପରେ ଏହା ବାଣିଜ୍ୟ କେନ୍ଦ୍ରର ସ୍ୱତନ୍ତ୍ରତା ଏବଂ ସ୍ୱାୟତ୍ତତାକୁ କ୍ଷତି ପହଞ୍ଚାଇବ।

ଜାତିସଂଘରେ ଅବସ୍ଥାପିତ ଭାରତ ରାଷ୍ଟ୍ରଦୂତ ରାଜୀବ କେ.ଚନ୍ଦର ଏକ ସାମ୍ବାଦିକ ସମ୍ମିଳନୀରେ କହିଛନ୍ତି ଯେ ହଂକଂ ଏସଏଆର୍ ତଥା ସ୍ୱତନ୍ତ୍ର ପ୍ରଶାସନିକ ଅଞ୍ଚଳରେ ବହୁ ସଂଖ୍ୟାରେ ଭାରତୀୟ ରହୁଛନ୍ତି। ତେଣୁ ସେମାନଙ୍କ ସ୍ୱାର୍ଥକୁ ନଜରରେ ରଖି ଭାରତ ପକ୍ଷରୁ ପୂରା ଘଟଣାକ୍ରମ ଉପରେ ନଜର ରଖାଯାଇଛି।

ପୂର୍ବରୁ ଆମେରିକା, ବ୍ରିଟେନ, ୟୁରୋପୀୟ ସଂଘ ପକ୍ଷ ଚୀନର ନିଷ୍ପତ୍ତିକୁ ନେଇ ଉଦ୍‌ବେଗ ପ୍ରକାଶ କରିଥିଲେ। ଚୀନର ଏପରି ଏକପାଖିଆ ନିଷ୍ପତ୍ତି ଦ୍ୱାରା ହଂକଂରେ ସୃଷ୍ଟିହୋଇଥିବା ଆନ୍ଦୋଳନକୁ ଚପାଇବା ପାଇଁ ଉଦ୍ୟମ କରାଯାଉଛି। ଏଥିସହ ହଂକଂର ସ୍ୱାଧିନତା ଓ ସ୍ୱୟଂଶାସନ ପ୍ରତି ବିପଦ ସୃଷ୍ଟି କରିବ ବୋଲି ସେମାନେ ଆଶଙ୍କା କରିଛନ୍ତି।

Leave A Reply

Your email address will not be published.