Odisha news

ସାଲେପୁର : ଗ୍ରାମ୍ୟ ରାସ୍ତାକୁ ଜବରଦଖଲ ନେଇ ତହସିଲଦାରଙ୍କ ନିକଟରେ ଅଭିଯୋଗ

0

ସାଲେପୁର : କେତେକ ପ୍ରଭାବଶାଳୀ ବ୍ୟକ୍ତି ବାହାବଳପୁର ଗ୍ରାମର ସର୍ବସାଧାରଣ ରାସ୍ତାର ଉଭୟ ପାଶ୍ୱର୍ରେ ସ୍ଥାୟୀ ଗୃହ ନିର୍ମାଣ କରି ରାସ୍ତାକୁ ଜବରଦଖଲ କରି ରଖିଥିବାରୁ ଅତି ଜରୁରୀକାଳୀନ ଯାନବାହନ ଗ୍ରାମ ମଧ୍ୟକୁ ଯାଇପାରୁନଥିବା ନେଇ ସ୍ଥାନୀୟ ଗ୍ରାମବାସୀମାନେ ସାଲେପୁର ତହସିଲଦାରଙ୍କ ନିକଟରେ ଲିଖିତ ଅଭିଯୋଗ କରିଥିବା ଜଣାଯାଇଛି ।

ଅଭିଯୋଗରୁ ପ୍ରକାଶ ଯେ ସାଲେପୁର ତହସିଲ ଅନ୍ତର୍ଗତ ସରସ୍ୱତୀ ରାଜସ୍ୱ ନିରୀକ୍ଷକଙ୍କ ଅଧିନରେ ଥିବା ବାହାବଳପୁର ଗ୍ରାମର ମୁଖ୍ୟ ରାସ୍ତାକୁ କେତେକ ବ୍ୟକ୍ତି ପ୍ରାୟ ୨ଶହ ମିଟରରୁ ଉଦ୍ଧ୍ୱର୍ ହେବ ରାସ୍ତାର ଉଭୟ ପାଶ୍ୱର୍ରେ ସ୍ଥାୟୀ ଗୃହ ନିର୍ମାଣ, ରାସ୍ତା ଉପରେ ପାହାଚନିର୍ମାଣ, ପାଚେରୀ ଆଦି ନିର୍ମାଣ କରିଥିବାରୁ ଏହି ରାସ୍ତା ଦେଇ ଗ୍ରାମ ମଧ୍ୟକୁ ଆମ୍ବୁଲାନ୍ସ ଦମକଳ ଗାଡ଼ି ଓ ଅତି ଆବଶ୍ୟକୀୟ ଯାନବାହନ ଯାତାୟତରେ ବ୍ୟାଘାତ ଉପୁଜିଛି ।

ଏହାନେଇ ସ୍ଥାନୀୟ ଗ୍ରାମର ଯଶୋବନ୍ତ ନାଥ, ଅର୍ଜୁନ ଚରଣ ନାଥ, ସୁକଦେବ ନାଥ, ହରିହର ନାଥ, ବଂଶୀଧର ନାଥ, ଦେବେନ୍ଦ୍ର ନାଥ ପ୍ରମୁଖ ଗ୍ରାମବାସୀମାନେ ଗତ ୨୯ତାରିଖ ଦିନ ସାଲେପୁର ତହସିଲଦାରଙ୍କୁ ଲିଖିତ ଭାବେ ଅଭିଯୋଗ କରିଥିଲେ ମଧ୍ୟ ତହସିଲ ପ୍ରଶାସନ ପକ୍ଷରୁ ଅଦ୍ୟାବଧି କୌଣସି କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଇନଥିବା ଗ୍ରାମବାସୀମାନେ ଅଭିଯୋଗ କରିଛନ୍ତି ।

Nalco
Leave A Reply