Odisha news

କିଡ୍ନୀ ଷ୍ଟୋନ ରୋଗୀ ମାନଙ୍କ ପାଇଁ କୋଳଥ ଡାଲି ସଞ୍ଜିବନୀ ସଦୃଶ

0

suvendra pattanaik: ହରଡ ,ମୁଗ ,ମସୁର ,ମଟର ବ୍ୟତୀତ ଅନ୍ୟ ଡାଲିକୁ ମଧ୍ୟ ଆମେମାନେ ନିଜ ଖାଦ୍ୟରେ ଖାଇଥାଉ l କୋଳଥ ଏହି ପ୍ରକାର ଏକ ଡାଲି ଯାହା ବିଷୟରେ ଆପଣମାନେ ଅଳ୍ପ ବହୁତେ କିଛି ଶୁଣିଥିବେ ବା ଜାଣିଥିବେ l ଚିକିତ୍ସା ଜଗତରେ କୋଳଥ ଡାଲିକୁ ଏକ ବିଶେଷ ସ୍ତନ ଦିଆଯାଇଛି ,କାରଣ କୋଳଥ ଡାଲି ଉପରେ ହୋଇଥିବା ବିଭିନ୍ନ ଅଧୟନରୁ ଜଣ ପଡିଛି ଯେ କୋଳଥ ଡାଲି ଔଷଧୀୟ ଗୁଣରେ ଭରପୁର ଅଟେ l କଲଠାଡାଲି କୁ ଦକ୍ଷିଣ ଭାରତର ଲୋକମାନେ ତାଙ୍କ ବ୍ୟଞ୍ଜନରେ ପ୍ରମୁଖ ଡାଲି ଭାବରେ ବ୍ୟବହାର କରିଥାନ୍ତି l କର୍ଣ୍ଣାଟକ ,ଆନ୍ଧ୍ରପ୍ରଦେଶ ,ତାମିଲନାଡୁ ବ୍ୟତୀତ ଓଡିଶା ପଶ୍ଚିମବଙ୍ଗ,ମଧ୍ୟପ୍ରଦେଶ,ବିହାର ଓ ହିମାଚଳ ପ୍ରଦେଶ ଇତ୍ୟାଦିରେ କୋଳଥ ଡାଲି ଚାଷ କରାଯାଏ l କୋଳଥ ଡାଲିର ବୈଜ୍ଞାନିକ ନାମ ହେଲା “macrotyloma uniflorum “l

* କୋଳଥ ଡାଲି କିଡ୍ନୀଷ୍ଟୋନ ପାଇଁ ଲାଭଦାୟକ l କିଡ୍ନୀଷ୍ଟୋନରେ ପୀଡିତ ଥିବା ଲୋକ ମାନଙ୍କୁ ପ୍ରତିଦିନ କୋଳଥ ଡାଲି ସେବନ କରିବାକୁ କୁହାଯାଏ l କୋଳଥ ଡାଲି ଅଣ୍ଟିଆକ୍ସିଡେଣ୍ଟ ଓ ଶରୀରରୁ ବର୍ଜ୍ୟବସ୍ତୁ ବାହାର କରିବାରେ ସମୃଦ୍ଧ ଅଟେ ,ତେଣୁ ଡାକ୍ତର ମାନଙ୍କ ମତରେ କୋଳଥ ଡାଲି କିଡ୍ନୀରୁ ଷ୍ଟୋନକୁ ବାହାର କରିବା ପାଇଁ ସକ୍ଷମ ଅଟେ l

* ମଧୁମେହ ରୋଗ ସହିତ ସଂଘର୍ଷ କରୁଥିବା ବ୍ୟକ୍ତି ମାନଙ୍କ ପାଇଁ କୋଳଥ ଡାଲି ଲାଭ ଦାୟକ l ଏକ ଅଧୟନ ଅନୁସାରେ ଜଣl ପଡିଛି ଯେ କୋଳଥ ଡାଲିର ଅଣ୍ଟିଆକ୍ସିଡେଣ୍ଟ ଥିବା ହେତୁ ମଧୁମେହ କୁ ନିୟନ୍ତ୍ରଣ କରିଥାଏ l ଏହା ବ୍ୟତୀତ କୋଳଥ ଡାଲିରେ ରେଜିଷ୍ଟେନ୍ସ ଷ୍ଟାର୍ଚ୍ଚ ଥିବା ହେତୁ ରକ୍ତ ସର୍କରାକୁ ସନ୍ତୁଳିତ ରଖିଥାଏ l ତେଣୁ ମଧୁମେହ ରୋଗୀମାନେ କୋଳଥ ଡାଲି ଖାଇବl ଆବଶ୍ୟକ l

* ଆଜିକାଲି ଓଜନ ବଢିବା ସମସ୍ୟା ସମସ୍ତଙ୍କ ପାଖରେ ଦେଖା ଯାଉଛି l କୋଳଥ ଡାଲି ବଢୁଥିବା ଓଜନକୁ ନିୟନ୍ତ୍ରଣ କରିବାରେ ସାହାଯ୍ୟ କରିଥାଏ l କାରଣ କୋଳଥ ଡାଲିର ପ୍ରଚୁର ପରିମାଣରେ ଫାଇବର ରହିଛି l ଏକ ଅଧୟନରୁ ଜଣl  ପଡିଛି ଯେ  ଫାଇବର ଯୁକ୍ତ ଖାଦ୍ୟ ପଦାର୍ଥ ମୋଟାପଣକୁ କମାଇ ଓଜନକୁ ନିୟନ୍ତ୍ରଣ କରିଥାଏ l ଓଜନକୁ ନେଇ ବ୍ୟସ୍ତ ହେଉଥିବା ବ୍ୟକ୍ତି ମାନେ ସକାଳୁ ଖାଲି ପେଟରେ କୋଳଥ ଡାଲିର ସିଝା ପାଣି ପିଅନ୍ତୁ l

* ଥଣ୍ଡା ଓ ଜ୍ୱର ଭଳି ଶାରୀରିକ ସମସ୍ୟାରେ କଷ୍ଟ ପାଉଥିବା ବେଳେ କୋଳଥ ଡାଲି ଶରୀରକୁ ଲାଭ ଦେଇଥାଏ l ଜ୍ୱର ଓ ଥଣ୍ଡା ପାଇଁ କୋଳଥ ଡାଲିର ପ୍ରୟୋଗ ଏକ ପାରମ୍ପରିକ ଔଷଧ ଭାବରେ ବହୁ ବର୍ଷରୁ କରାଯାଉଛି l କେବଳ ଜ୍ୱର ଥଣ୍ଡାରୁ ସୁସ୍ଥ କରିନଥାଏ ,କୋଳଥ ଡାଲି ଥଣ୍ଡା ଦ୍ୱାରା ଗଲା ସଂକ୍ରମରୁ ମଧ୍ୟ ଅରାମ ଦେଇଥାଏ l ଏକ ଅଧୟନ ରୁ ଜଣl ପଡିଛି ଯେ କୋଳଥ ଡାଲିର ପାଣି ଥଣ୍ଡା ଜନିତ ସମସ୍ୟାରୁ ରକ୍ଷା କରିଥାଏ l

* ପ୍ରାୟ ଅଧିକାଂଶ ଲୋକ ଅଲ୍ସର ଯୋଗୁ କଷ୍ଟ ପାଇଥାନ୍ତି ,ଏହି କଷ୍ଟରୁ କୋଳଥ ଡାଲିରେ ଥିବା ଫ୍ଲେବୋନୋୟଡ଼ ଦୂର କରିଥା l ଫ୍ଲେବୋନୋୟଡ଼ ଏକ ଆଣ୍ଟିଅଲ୍ସର  ପରି କାମକରେ l ନିୟମିତ କୋଳଥ ଡାଲି ଖାଇବା ଦ୍ୱାରା  ଅଲ୍ସର ଦୂର ହୋଇଯାଏ l କୋଳଥ ଡାଲିର ଫାଇବର ମଧ୍ୟ ରହିଅଛି ଯାହା  ଅଲ୍ସରକୁ ଠିକ କରିବାରେ ପ୍ରମୁଖ ଭୂମିକା ଗ୍ରହଣ କରିଛି l ବିଶ୍ୱସ୍ୱାସ୍ଥ୍ୟ ସଂଗଠନ ପେଟର  ଅଲ୍ସର ପାଇଁ ଫାଇବର ଯୁକ୍ତ ଖାଦ୍ୟ ଖାଇବାକୁ ଉପଦେଶ ଦେଇଛନ୍ତି ,ତେଣୁ ଭାରତୀୟ ଡାକ୍ତର ମାନେ  ଅଲ୍ସର ରୋଗୀ ମାନଙ୍କୁ କୋଳଥ ଡାଲି ଖାଇବାକୁ କହିଥାନ୍ତି l

Nalco

Leave A Reply