Odisha news

ବୋରିଗୁମ୍ମା :କଂଗ୍ରେସ ଦଳ ତରଫରୁ ୫,୦୦୦ ମାସ୍କ ବଣ୍ଟନ କରାଗଲା।

0

ବୋରିଗୁମ୍ମା — କରୋନା ଭାଇରସ ର ମୁକାବିଲା କରିବା ପାଇଁ ସାମାଜିକ ଦୂରତ୍ୱ ଓ ଘରେ ରହିବା ଏକ ମାତ୍ର ବିକଳ୍ପ ବୋଲି ସରକାର ଘୋଷଣା କରିଥିଲେ। ଏଥିସହ ଗତ ୯ ତାରିଖ ଠାରୁ ସରକାର ଘୋଷଣା କରିଥିଲେ ଯେ ଯେଉଁ ବ୍ୟକ୍ତି ବାହାରକୁ ବାହାରିବେ ମୁହଁ ରେ ମାସ୍କ ଲଗାଇ ବାହାରିବେ। ସେହି ଦିନ ଠାରୁ ମାସ୍କ ର ଚାଳିଦା ବୃଦ୍ଧି ପାଉଛି। ବିଭିନ୍ନ ସ୍ୱେଚ୍ଛାସେବୀ ସଂଗଠନ ଓ ବ୍ୟକ୍ତି ବିଶେଷ ମାନେ ମାସ୍କ ନିଜ ଘର ମାନଙ୍କରେ ତିଆରି କରି ମାଗଣା ରେ ଲୋକ ମାନଙ୍କୁ ପ୍ରଦାନ କରୁଛନ୍ତି। ଏହି କ୍ରମରେ ଜୟପୁର ବିଧାୟକ ତାରା ପ୍ରସାଦ ବାହିନୀପତି ନିଜ ନିର୍ବାଚନ ମଣ୍ଡଳୀ ବୋରିଗୁମ୍ମା ବ୍ଲକ ର ୧୯ ଗୋଟି ପଞ୍ଚାୟତ ରେ ୫,୦୦୦ ମାସ୍କ ବଣ୍ଟନ କରିଛନ୍ତି। ବିଧାୟକ ଶ୍ରୀ ବାହିନୀପତି ଙ୍କ ନିର୍ଦ୍ଦେଶ କ୍ରମେ ବିଧାୟକ ଙ୍କ ପ୍ରତିନିଧି ଅଶୋକ କୁମାର ଗନ୍ତାୟତ ଙ୍କ ନେତୃତ୍ୱରେ କଂଗ୍ରେସ ର ବିଭିନ୍ନ କର୍ମୀ ଓ ସହଯୋଗୀ ମାନେ ମାସ୍କ ବଣ୍ଟନ କରିଥିଲେ। ବୋରିଗୁମ୍ମା ବ୍ଲକ ର ବୋରିଗୁମ୍ମା, ସର୍ଗିଗୁଡା, ନୂଆଗାଁ, ରଣସପୁର, କୁମୁଲି, କାମତା, ମୁଂଜା, କାଠରଗଡା ଅନ୍ୟାନ୍ୟ ପଂଚାୟତର ବିଭିନ୍ନ ଗ୍ରାମରେ ଲୋକମାନଙ୍କୁ ମାସ୍କ ବଣ୍ଟନ କରାଯାଇଥିଲା।କୋରାପୁଟ ସାଂସଦ ଙ୍କ ପ୍ରତିନିଧି ରାମଚନ୍ଦ୍ର ପାଢ଼ୀ, ବୋରିଗୁମ୍ମା ଯୋନ ସଭାପତି ନିରଞ୍ଜନ ପ୍ରଧାନ, କେ.ସୁଧାକର,ଭାନୁ ଦୋରା,ପାଇଲୁ ନାଗା ,ତପନ ଦାସ ,ମନୁ ପଟନାୟକ, ଚନ୍ଦ୍ରଶେଖର ମହାନ୍ତି, ଭଗବାନ ଡିସାରି ପ୍ରମୁଖ ମାସ୍କ ବଣ୍ଟନ କରିଥିଲେ।

Leave A Reply