Odisha news

ଏମିତି ଗୋଟିଏ ଦେଶ ଯେଉଁଠି କଦାପି ଘଡି ରେ ୧୨ ଟା ବାଜି ନଥାଏ , କଣ ରହିଛି ଏହା ପଛର କାରଣ

0

ଆମେ ସମୟ ଦେଖିବା ପାଇଁ ଘଡିର ବ୍ୟବହାର କରିଥାଉ l ଗୋଟିଏ ଘଡି ରେ ୧-୧୨ ପର୍ଯ୍ୟନ୍ତ ଅଙ୍କ ରହିଥାଏ l କିଛି ଘଡି ରେ ୨୪ ଅଙ୍କ ମଧ୍ୟ ରହିଥାଏ l କିନ୍ତୁ ଦୁନିଆର ଗୋଟିଏ ଏଭଳି ସହର ରହିଛି , ଯେଉଁଠି ୧୨ ଅଙ୍କ ନଥାଏ l ଅର୍ଥାତ ଏଠାକାର ଘଡି ରେ କଦାପି ୧୨ ଟା ବାଜି ନଥାଏ l ଏହା ଶୁଣି ଆପଣ ଆଶ୍ଚର୍ଯ୍ୟ ହେଉଥିବେ କିନ୍ତୁ ଏହା ସମ୍ପୂର୍ଣ ସତ୍ୟ l

ଏହି ସ୍ଥାନ ଟି ହେଲା ଦୁନିଆର ସବୁଠୁ ସୁନ୍ଦର ସହର ସ୍ବୀଜରଲ୍ୟାଣ୍ଡ ରେ ଅବସ୍ଥିତ, ଏବଂ ଏହାର ନାମ ସୋଲୋର୍ଥନ l ଏଠାକାର ଲୋକ ୧୧ ପାଇଁ ଏଭଳି ପାଗଳ ଯେ ନିଜ ଘଡି ରେ ୧୨ ଅଙ୍କ କୁ ରଖି ହିଁ ନାହାନ୍ତି l ଏହି ସହରର ସମସ୍ତ ଘଡି ଏହିପରି ଯେଉଁଥିରେ ୧୨ ଟା ହିଁ ନାହିଁ l ଏଠାକାର ଚର୍ଚ୍ଚ ଗୁଡିକ ରେ ଲାଗିଥିବା ଘଡି ଗୁଡିକ ମଧ୍ୟ ୧୧ ଟା ପର୍ଯ୍ୟନ୍ତ ସମୟ ରହିଥାଏ l

ବିଶେଷ କଥାଟି ହେଲା ଯେ ଏଠାକାର ଲୋକେ ୧୧ ନମ୍ବର ପଛରେ ପାଗଳ ଅଟନ୍ତି l ତେଣୁ ପ୍ରତ୍ୟେକ ଜିନିଷ କୁ ୧୧ ନମ୍ବର ସହିତ ଯୋଡି ଦେଇ ଥାଆନ୍ତି l ଏଠାକାର ସଂଗ୍ରହାଳୟ, ଝରଣା , ଓ ଟାୱାର ରେ ମଧ୍ୟ ୧୧ ନମ୍ବର ରହିଛି l ଏଠାକାର ମୁଖ୍ୟ ଚର୍ଚ୍ଚ କୁ ତିଆରି ହେବା ପାଇଁ ୧୧ ବର୍ଷ ସମୟ ଲାଗିଥିଲା , ଏହାର ୧୧ ଟି ଝରକା ଓ ୧୧ ଟି କବାଟ ରହିଛି l ଏବଂ ବିଶେଷ କଥାଟି ହେଲା ଏଠାକାର ପ୍ରାୟ ସମସ୍ତ ଲୋକେ ନିଜର ଜନ୍ମ ଦିନ ୧୧ ତାରିଖ ରେ ପାଳନ କରି ଥାଆନ୍ତି l

କଣ ରହିଛି ଏହା ପଛର କାରଣ –
ଗୋଟିଏ ପୁରାତନ କଥା ଅନୁସାରେ
ସୋଲୋର୍ଥନ ଲୋକେ ଖୁବ ପରିଶ୍ରମୀ ଥିଲେ , କିନ୍ତୁ ସେମାନେ ଆଦୌ ଖୁସି ରହି ପାରୁ ନଥିଲେ l ସେତେବେଳେ ପାହାଡ଼ ରୁ ଗୋଟିଏ ଏଲ୍ଫ ଆସିଲା l ସେ ଲୋକ ମାନଙ୍କର ଉତ୍ସାହ ବୃଦ୍ଧି କରିଥିଲା l ଏହି ଏଲ୍ଫ ନିକଟ ରେ ଅଲୌକିକ ଶକ୍ତି ରହିଥିଲା , ଜର୍ମାନ ଭାଷା ରେ ଏଲ୍ଫ ର ଅର୍ଥ ୧୧ ଅଟେ l ତେନୁ ୧୧ ପଛରେ
ସୋଲୋର୍ଥନ ଲୋକେ ପାଗଳ ଅଟନ୍ତି l ତେଣୁ ଏଠାକାର ଘଡି ୧୧ ଅଙ୍କରେ ରେ ସୀମିତ ଅଟେ l

Leave A Reply