Odisha news

ତମ୍ବାଖୁ ଓ ସିଗାରେଟ ଛାଡିବା କାହିଁକି ଏତେ କଷ୍ଟ ଦାୟକ , କଣ ରହିଛି ଏହା ପଛର ବୈଜ୍ଞାନିକ କାରଣ

0
ବିଶ୍ୱ ସ୍ୱାସ୍ଥ୍ୟ ସଂଗଠନ ଅନୁସାରେ ବିଶ୍ୱରେ ୧ .୩ ଆରବ ଲୋକ ତମ୍ବାଖୁର ବ୍ୟବହାର କରି ଥାଆନ୍ତି l ଅନ୍ୟ ପକ୍ଷରେ ୮୦ ଲକ୍ଷ ଲୋକ ପ୍ରତିବର୍ଷ ତମ୍ବାଖୁ ସେବନ ଦ୍ୱରା ମୃତ୍ୟୁ ବରଣ କରି ଥାଆନ୍ତି l ୧୨ ଲକ୍ଷ ଲୋକ ପ୍ରତିବର୍ଷ ସିଗାରେଟ ସେବନ ଦ୍ୱାରା ମୃତ୍ୟୁ ବରଣ କରନ୍ତି l ଆମେ ସମସ୍ତେ ଜାଣିଚୁ ଯେ ସିଗାରେଟ ଓ ତମ୍ବାଖୁ କାରଣରୁ ମୃତ୍ୟୁ ଅଧିକ ହୋଇଥାଏ, ତଥାପି ଆମେ ତାହାକୁ ସେବନ କରିଥାଉ ଓ ଛାଡି ପରି ନଥାଉ l କଣ ରହିଛି ଏହା ପଛର କାରଣ l
– ନିକୋଟିନ ହେଉଛି ସବୁଠୁ ବଡ ଭିଲେନ –
ଆମେରିକା ସେଣ୍ଟର ଫର ଡିଜିଜ କଣ୍ଟ୍ରୋଲ ଏଣ୍ଡ ପ୍ରିଭେନ୍ଶାନ ର ତଥ୍ୟ ଅନୁସାରେ ନିକୋଟୀନ ଗୋଟିଏ ପ୍ରକାରର ଡ୍ରଗ୍ସ ଅଟେ l ସିଗାରେଟ କୁ ଏଭଳି ଭାବରେ ତିଆରି କରାଯାଇ ଥାଏ କି ଏଥିରେ ଥିବା ନିକୋଟୀନ ମସ୍ତିଷ୍କ ମଧ୍ୟକୁ ଚାଲି ଯାଇଥାଏ l ଏହା ମସ୍ତିଷ୍କ ମଧ୍ୟକୁ ଯିବା ଦ୍ୱାରା ଏହି କେମିକାଲ ଫିଲ ଗୁଡ଼ ଭଳି ଅନୁଭବ ହୋଇଥାଏ l ସମୟ ସହିତ ନିକୋଟିଂ ମସ୍ତିଷ୍କ ର କାମ କରିବାର ଅଭ୍ୟାସ କୁ ବଦଳାଇ ଦେଇଥାଏ ଓ ଆମେମାନେ ନିକୋଟିଂ ପାଇଁ ପାଗଳ ହୋଇଯାଇ ଥାଉ l
– ମଣିଷ ଚିଡିଚିଡା ସ୍ଵଭାଵ ର ହୋଇଯାଏ –
ମଣିଷ ସିଗାରେଟ ଟାଣିବା ବନ୍ଦ କରିବା ମାତ୍ରକେ ଚିଡିଚିଡା ହୋଇ ଯାଇଥାଏ l ଏଭଳି ସ୍ଥିତିରେ ମଣିଷ ଅପସେଟ ଅନୁଭବ କରିଥାଏ l ଏହାଛଡା ମନ ଅସ୍ଥିର ହୋଇଥାଏ, ମାନସିକ ଚାପରେ ରହିବ ଭଳି ଅନୁଭବ ହୁଏ, ଅସହଜ ଅନୁଭବ ହୋଇ ଥାଏ l ଯଦି ଏଭଳି ସ୍ଥିତିରେ ଆପଣ ଗୋଟିଏ ସପ୍ତାହ ରହିଗଲେ ତେବେ ବିନା ସିଗାରେଟ ରେ ଜୀବନ ସାରା ରହିପାରିବେ l
– ସିଗାରେଟ ଛାଡିବା ସହଜ –
ଯେତେବେଳେ ଆପଣ ସିଗାରେଟ ଟାଣି ଥାଆନ୍ତି ସେହି ସମୟରେ ଆପଣଙ୍କ ସମ୍ପୂର୍ଣ ମସ୍ତିଷ୍କ ସିଗାରେଟ ଉପରେ ରହିଥାଏ l ଏହା ଗୋଟିଏ ଦୈନନ୍ଦିନ ଜୀବନ ର ଅଂଶ ହୋଇଯାଏ l ନିଜ ଦୈନନ୍ଦିନ ଜୀବନ ରୁ ତମ୍ବାଖୁ ଓ ସିଗାରେଟ କୁ କାଢ଼ିବା କିଛି ଅସମ୍ଭବ ନୁହେଁ l ଯେତେବେଳେ ମଣିଷ ଷ୍ଟ୍ରେସ ରେ ରହିଥାଏ ସେତେବେଳେ ଅଧିକ ତମ୍ବାଖୁ ସେବନ କରିବା ପାଇଁ କିମ୍ବା ସିଗାରେଟ ଟାଣିବା ପାଇଁ ଇଛା ହୋଇଥାଏ l କିନ୍ତୁ ସମୟ ଥାଉ ଥାଉ ଯଦି ଏହି ୨ଟି ଜିନିଷ କୁ ଛାଡି ପରିବା ତେବେ ଗୋଟିଏ ସୁସ୍ଥ ଜୀବନ ବଂଚି ପାରିବା l

Leave A Reply