Odisha news

ଶନିବାର ଦିନ ଶନିଦେବ ଙ୍କ ଏହି ୧୦ଟି ନାମ ନେଇ ପୂଜା ସମର୍ପଣ କରନ୍ତୁ, ବଦଳିଯିବ ଭାଗ୍ୟ ଓ ଲାଭ ହେବ ପ୍ରତିଷ୍ଠା

0
ଶନିଦେବ ଙ୍କ ନାମ ଶୁଣିବା ମାତ୍ରକେ ମନରେ ଗୋଟିଏ ପ୍ରକାର ଭୟ ଜାଗ୍ରତ ହୋଇଥାଏ l କିନ୍ତୁ ଶନିଦେବ ଙ୍କୁ ସନ୍ତୁଷ୍ଟ କରିବା ଖୁବ ସହଜ, ସେ ହେଉଛନ୍ତି କର୍ମ ଫଳ ଦାତା , ସେ ମଣିଷର ସଠିକ କାମରେ ପ୍ରସନ୍ନ ହୋଇ ଫଳ ପ୍ରଦାନ କରନ୍ତି l ଶନି ଦେବଙ୍କ କରୁ ଦୃଷ୍ଟିରେ ସମସ୍ତ କାର୍ଯ୍ୟରେ ବାଧା ଆସିଥାଏ, ତେଣୁ ଆସନ୍ତୁ ଆଜି ଜାଣିବା କିପରି ଶନିଦେବ ଙ୍କୁ ସନ୍ତୁଷ୍ଟ ରଖିବା l
– ଶନିଦେବ ଙ୍କୁ ସନ୍ତୁଷ୍ଟ କରିବା ପାଇଁ ଶନିବାର ଦିନ ସୂର୍ଯ୍ୟାସ୍ତ ପରେ ହନୁମାନ ଙ୍କୁ ପୂଜା କରନ୍ତୁ l ଏହି ପୂଜାରେ ଆପଣ ହନୁମାନଙ୍କୁ କିଛିଟା ବିଶେଷ ଦ୍ରବ୍ୟ ଅର୍ପଣ କରନ୍ତୁ, ସେଗୁଡିକ ହେଲା ସିନ୍ଦୁର, କଳା ରାଶି ର ତେଲ ଓ ଅପରାଜିତା ଫୁଲ ଅର୍ପଣ କରନ୍ତୁ l ଏପରି ପ୍ରତି ଶନିବର କରିବା ଦ୍ୱାରା ଶନିଦେବ ପ୍ରସନ୍ନ ହୋଇ ଥାଆନ୍ତି l
– ପ୍ରତି ଶନିବାର ଦିନ ଶନିଦେବ ଙ୍କୁ ପୂଜା କରିବା ସମୟରେ ତାଙ୍କର ବିଶେଷ ଭାବରେ ୧୦ଟି ନାମ ଉଚ୍ଚାରଣ କରନ୍ତୁ l କୋଣସ୍ଥ, ପିଙ୍ଗଳ , ବଭ୍ରୁ , କୃଷ୍ଣ, ରୌଦ୍ରlନ୍ତକ , ଯମ , ସୌରୀ, ଶନିଶ୍ଚର, ମନ୍ଦ ଓ ପିପଲାଦ l ଏହି ନାମକୁ ଜପ କରିସାରି ତମ୍ବା ପାତ୍ରରେ ସାମାନ୍ୟ ଜଳ ଅର୍ପଣ କରନ୍ତୁ l
– ଶନିବାର ଦିନ ସକାଳୁ ନିଜର ସ୍ନାନ କାର୍ଯ୍ୟ ସାରି ଆପଣ ଯଦି ଶନି ମନ୍ଦିରରେ ରକ୍ତ ଚନ୍ଦନ ମାଳା କୁ ମନ୍ତ୍ରୀତ୍ୱ କରି ନିଜ ଗଳା ରେ ଧାରଣ କରିବେ, ତେବେ ସମସ୍ତ ପ୍ରକାର ଅସୁବିଧା ରୁ ଦୁରେଇ ରହିବେ ଓ ସମସ୍ତ କାର୍ଯ୍ୟରେ ସଫଳ ହେବେ l
– ଶନିବାର ଦିନ ସନ୍ଧ୍ୟା ସମୟରେ ବରଗଛ କିମ୍ବା ଓସ୍ତ ବୃକ୍ଷ ମୂଳରେ ସୋରିଷ ଟେଲର ଦୀପ ସମର୍ପଣ କରିବା ଶୁଭ ହୋଇଥାଏ l ଏହାଦ୍ୱାରା ଶନିଦେବ ଙ୍କ ଶୁଭ ଦୃଷ୍ଟି ଆପଣଙ୍କ ପରିବାର ଉପରେ ସର୍ବଦା ରହିଥାଏ l
– ଶନିବାର ଦିନ ଗୋଟିଏ କଂସା ପାତ୍ର ରେ ରାଶି ତେଲ ରେ ନିଜର ମୁଖ ଦେଖି ତାହା ସହିତ କଳା ବିରି, କିଛି ଫଳ, କିଛି ମିଠା ଜିନିଷ, ଖଣ୍ଡେ ଅଙ୍ଗାର ଓ ଗୋଟିଏ ଲୁହା କଣ୍ଟା ରଖି ତାହାକୁ କୌଣସି ମନ୍ଦିର ରେ ଦାନ କରନ୍ତୁ l ଏହାଦ୍ୱାରା ଘର ପରିବାରର ସମସ୍ତ ରିଷ୍ଟ ଖଣ୍ଡନ ହେବ l
– ଶନି ଜୟନ୍ତୀ ଓ ପ୍ରତ୍ୟେକ ଶନିବାର ଦିନ ମାଙ୍କଡ଼ ଓ କଳା କୁକୁର ଙ୍କୁ କିଛି ମିଠା ଜିନିଷ ସହିତ ରୁଟି ଖାଇବାକୁ ଦିଅନ୍ତୁ l ଏହାଦ୍ୱାରା ମଧ୍ୟ ଶନି ଦେବ ଙ୍କ ଶୁଭ ଦୃଷ୍ଟି ଲାଭ ହେବ ଓ ଜୀବନ ରେ ସୁଖ ସମୃଦ୍ଧି ଲାଭ ହେବ l
– ଯେଉଁମାନେ ଶଣିଦେବି ଙ୍କ ଶୁଭ ଦୃଷ୍ଟି ଲାଭ କରିବାକୁ ଚାହୁଁଛନ୍ତି କିମ୍ବା ଯେଉଁ ରାଶିରେ ଶନି ଙ୍କ ସାଢେ ସାତି ଚାଲିଛି ସେମାନେ କଦାପି ଶନିବାର ଦିନ ମାଂସ କିମ୍ବା ମଦିରା ସେବନ କରିବା ଉଚିତ ନୁହେଁ l ଏହା ସେମାନଙ୍କୁ ଅସୁବିଧା ଆଡକୁ ଟାଣି ନେଇଥାଏ l

Leave A Reply