ଚିକିଟି ତହସିଲରେ ପ୍ରାୟ ୫୦୦୦ ଏକର ଜମିରେ ବେଆଇନ ଚିଙ୍ଗୁଡ଼ି ଚାଷ, ପ୍ରଶାସନ ପାଖରେ ଖବର ନାହିଁ, ଚିଙ୍ଗୁଡ଼ି ଘେରିର ବିଶାକ୍ତ ପାଣିରେ ଧାନ ଫସଲ ନଷ୍ଟ ଚିନ୍ତାରେ ଚାଷୀ, ମାଲାମାଲ ଚିଙ୍ଗୁଡ଼ି ମାଫିଆ…
ଚିକିଟି, 7/11() : ଚିଙ୍ଗୁଡ଼ି ଚାଷକୁ ବେଆଇନ କରାଯାଇଛି ରାଜ୍ୟରେ, ପ୍ରଶାସନ କହୁଛି ଚିକିଟି ତହସିଲ ଇଲାକାରେ ଚିଙ୍ଗୁଡ଼ି ଚାଷ ହେଉନି, କିନ୍ତୁ ପ୍ରକୃତରେ କହିବାକୁ ଗଲେ ପ୍ରଶାସନ ଧୃତରାଷ୍ଟ୍ର ଶାସନ ଚଳେଇଚି, ସବୁ ଜାଣି ନଜାଣିବାର ଅଭିନୟ କରୁଛି | ଆନ୍ଦ୍ର ଦଲାଲ ମାନେ ଚିକିଟି ବ୍ଲକର ଉପକୂଳରେ ମନଇଛା ଚିଙ୍ଗୁଡ଼ି ଚାଷ କରୁଛନ୍ତି | ଏହି ତହସିଲ ର ସୁବାଣୀ, ସୁନାପୁର, ସୁରଳ, ପାତିସୁନାପୁର, ଅନନ୍ତରାୟ ପୁର, କତୁରୁ, ଚନ୍ଦନବାଡ଼ , ଏକସିଙ୍ଗି ଅଞ୍ଚଳରେ ପ୍ରାୟ ୫ହଜାର ଏକାରରୁ ଅଧିକ ସ୍ଥାନରେ ଚିଙ୍ଗୁଡ଼ି ଚାଷ ଦୀର୍ଘ ୩ ଦଶନ୍ଦି ଧରି କରିଆସୁଛନ୍ତି | ପ୍ରଶାସନ ସବୁଜାଣି ନଜାଣିବାର ଅଭିନୟ କରୁଛି | ଅନେକ ଧାନ ଚାଷ ଜମିକୁ ବେଆଇନ ଭାବେ ପୋଖରୀ ଖୋଳି ଚିଙ୍ଗୁଡ଼ି ଚାଷ କରୁଛନ୍ତି ଓ ସେହି ଦୁଷିତ ପାଣିକୁ ବହୁଦା ନଦୀ, ଚିଙ୍ଗୁଡ଼ି ନାଳ, ଏକଶିଙ୍ଗି ତାଂପରା ନାଳ କୁ ଛାଡ଼ୁଛନ୍ତି | ଯାହା ଫଳରେ ନଦୀ ଓ ନାଳରେ ଜଳ ଦୂଷିତ ହେଉଛି | ଏଠାରେ ସୂଚନା ଯୋଗ୍ୟ ଯେ ଏହି ମଧୁର ଜଳ ସମ୍ପନ୍ନ ନଦୀ ଓ ନାଳ ପାଣିରେ ଧାନ ଚାଷ ପାଇନ ଚାଷୀ ସମ୍ପୂର୍ଣ୍ଣ ନିର୍ଭର କରିଥାନ୍ତି, ଚିଙ୍ଗୁଡ଼ି ପୋଖରୀର ଦିଶିତ ପାଣି ଏତେ ପ୍ରଦୂଷିତ ଯେ ଶୀ ପାଇ ସଂସ୍ବର୍ଶରେ ଆସି ଧାନ ଗଛ ସବୁ ଜଳି ଯାଉଛି | ଗୋଟିଏ ପଟେ ବର୍ଷାର ଅଭାବ, ଅନ୍ୟପଟେ ଉପକୁଳ ଅଞ୍ଚଳରେ ଜଳସେଚନ ର ଅଭାବ, ଏଓରୀ ସ୍ଥିତିରେ ଚାଷୀ ରହି ସବୁ ନାଳ ର ପାଣି ଉପରେ ନିର୍ଭର କରିଥାନ୍ତି | ଶେଣୀକି ନଦୀ ନାଳ ପାଣିକୁ ମାଫିଆ ମାନେ ବିଷାକ୍ତ କରିଦେଇଛନ୍ତି |
ଏପରି ଏକ ସାଂଘାତିକ ଅଭିଯୋଗ ଆସିଛି ସୁମାଣ୍ଡି ଗ୍ରାମରୁ | ଆନ୍ଦ୍ର ର ଜଣେ ଚିଙ୍ଗୁଡ଼ି ମାଫିଆ ଲୋକଙ୍କ ଜମିକୁ ବେଆଇନ ଭାବେ ପୋଖରୀ ଖୋଳି ଚିଙ୍ଗୁଡ଼ି ଚାଷ କରୁଛି, ପ୍ରାୟ ଓ ଚାଷ ପରେ ସେହି ବିଷାକ୍ତ ପାଣିକୁ ଚିଙ୍ଗୁଡ଼ି ନାଳରେ ଛାଡି ଦେଉଛି ଯାହା ଫଳରେ ନାଳର ପାଣି ସମ୍ପୂର୍ଣ୍ଣ ଦୂଷିତ ହୋଇଯାଇଛି, ସେହି ପାଣି ଧାନ ଜମିକୁ ଯାଇ ଧାନ ଫସଲ ଉଜୁଡି ଗଲାନି | ଧାନ ଘଚ ସବୁ ଜଳି ଗଲାଣି | ଏନେଇ ସୁମଣ୍ଡି ଗ୍ରାମବାସୀ ଏକାଧିକ ବର୍ଷା ଏହାସିଲ ରେ ଲିଖିତ ଗୁହାରି କରିଥିଲେ ମଧ୍ୟ କୌଣସି କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଇନି | ଯାହାଫଳରେ ଗ୍ରାମରେ ଚାପ ଉତ୍ତେଜନା ଦେଖାଦେଇଛି, ଯେକୌଣସି ସମୟରେ ଏହା ଆନ୍ଦୋଳନ ର ରୂପ ନେବା ଆଶଙ୍କା କରାଯାଉଛି | ଅଦ୍ୟାବ୍ଧି ପ୍ରାୟ ଦୁଇ ଶହ ଏକର ଜମିର ଧାନ ଫସଲ ନଷ୍ଟ ହୋଇଥିବା ସରପଞ୍ଚ ଜୀବାନନ୍ଦ ରେଡ୍ଡୀ ଓ ଶତାଧିକ କହିଛନ୍ତି | ଧାନ ଫସଲ ଅମର ମୁଖ୍ୟମନ୍ତ୍ରୀ ଫସଲ, ଧାନ ଫସଲ ଉଜୁଡି ଗଲେ ବର୍ଷକର ଖାଦ୍ୟ ପିବୟ ଉପରେ ସମ୍ପୂର୍ଣ୍ଣ ପ୍ରଭାବ ଆସେ, ଏଣୁ ଢ ଫସଲ କ୍ଷତିକୁ ବରଦାସ୍ତ କରାଯିବନି ବୋଲି ଗ୍ରାମର ଚାଷୀ ମାନେ କହିଛନ୍ତି | ଦେଖାଯାଉ ପ୍ରଶାସନ ବେଆଇନ ଚିଙ୍ଗୁଡ଼ି ଚାଷ ଉପରେ କିପ୍ରକାର ପଦକ୍ଷେପ ନେଇ ଚାଷୀ କି ପ୍ରକାର ସୁରକ୍ଷା ଦେଉଛନ୍ତି ଆଗାମୀ ସମୟ କହିବ |