Odisha news

ଶ୍ରୀରାମ ମନ୍ଦିର ପ୍ରାଣପ୍ରତିଷ୍ଠା ପାଇଁ ଯଜ୍ଞ ଅନୁଷ୍ଠିତ।

0
ଛତ୍ରପୁର, ୨୨/୦୧:  ସ୍ଥାନୀୟ ଶ୍ରୀରାମନଗର ସ୍ଥିତ ସରସ୍ବତୀ ଶିଶୁବିଦ୍ୟାମନ୍ଦିର ପରିସର ରେ ଶ୍ରୀରାମ ମନ୍ଦିର ପ୍ରାଣ ପ୍ରତିଷ୍ଠା ଅବସର ରେ ଯଜ୍ଞ ଅନୁଷ୍ଠିତ ହୋଇ ଯାଇଛି। ଉକ୍ତ କାର୍ଯ୍ୟକ୍ରମ ରେ ମୁଖ୍ଯ ଅତିଥି ରୂପେ ଅଧ୍ୟାପିକା ନିଖିଳ ପ୍ରଭା ମିଶ୍ର ଯୋଗ ଦେଇ ଭଗବାନ ଶ୍ରୀରାମଙ୍କ ଜନ୍ମ ଚରିତ ସହିତ ଏକ ନିଜସ୍ବ କବିତା ପାଠ କରିଥିଲେ। ପ୍ରଧାନାଚାର୍ଯ୍ଯ ରବୀନ୍ଦ୍ରନାଥ ଦାଶ ଅତିଥିମାନଙ୍କ ପରିଚୟ ସହିତ ସ୍ବାଗତ ଭାଷଣ ପ୍ରଦାନ କରିଥିଲେ। ଶିଶୁମାନଙ୍କ ମଧ୍ଯ ରେ ସମ୍ପୂର୍ଣ୍ଣ ରାମାୟଣ କଥନ ପ୍ରତିଯୋଗିତା ଅନୁଷ୍ଠିତ ହୋଇଥିଲା। ଆଚାର୍ଯ୍ଯ ଦୀପକ କୁମାର ଦାଶ କାର୍ଯ୍ୟକ୍ରମ ସଂଯୋଜନା କରିଥିଲେ। ଏହି ଅବସର ରେ ଶିଶୁମାନଙ୍କୁ ଶ୍ରୀରାମ ମନ୍ଦିର ପ୍ରାଣପ୍ରତିଷ୍ଠାର ସିଧାପ୍ରସାରଣ ପ୍ରୋଜେକ୍ଟର ମାଧ୍ୟମ ରେ ଦେଖାଯାଇଥିଲା। ଶେଷ ରେ କୃତୀ ପ୍ରତିଯୋଗୀମାନଙ୍କୁ ପୁରସ୍କୃତ କରାଯୋଇଥିଲା
Leave A Reply