Odisha news

ପ୍ରଭୁ ଶ୍ରୀରାମ ଙ୍କ ପ୍ରାଣ ପ୍ରତିଷ୍ଠା ପାଇଁ ଭୁବନ ଉତ୍ସବ ମୁଖର

0
ଭୁବନ, ୨୨.୧- ମର୍ଯ୍ୟାଦା ପୁରୁଷୋତ୍ତମ ପ୍ରଭୁ ଶ୍ରୀରାମ ଚନ୍ଦ୍ରଙ୍କ ଅଯୋଧ୍ୟାରେ ପ୍ରାଣ ପ୍ରତିଷ୍ଠା ଅବସରରେ ସମଗ୍ର ଭୁବନ ଉତ୍ସବ ମୁଖର ହୋଇଉଠିଛି। ଶ୍ରୀରାମ ମନ୍ଦିର ପରିସରରେ ରାଷ୍ଟ୍ରୀୟ ସ୍ଵଂୟ ସେବକ ସଂଘ,  ହିନ୍ଦୁ ଜାଗରଣ ମଂଚ, ଏବିଭିପି , ବିଶ୍ବହିନ୍ଦୁ ପରିଷଦ, ଶିକ୍ଷା ବିକାଶ ସମିତି, ସ୍ଵସ୍ଥି ୟୁଥ୍ କ୍ଳବ୍ ଓ ରାମ ଦୟାଲ ପରିଷଦ  ଆନୁକୁଲ୍ୟରେ ଭୁବନ ଶ୍ରୀରାମ ମନ୍ଦିର ପ୍ରାଙ୍ଗଣରେ  ପ୍ରାଣ ପ୍ରତିଷ୍ଠା ର ସିଧା ପ୍ରସାରଣ କରାଯାଇଥିଲା । ସୁନ୍ଦରା କାଣ୍ଡ ପଠନ ସହ, ଶ୍ରଦ୍ଧାଳୁ ମାନଙ୍କୁ ପ୍ରସାଦ ସେବନର ଆୟୋଜନ କରାଯାଇଥିଲା। ଏହି ଅବସରରେ କରସେବକ ଦୁଃଖବନ୍ଧୁ ସାହୁ,ବାଲୁକା ଶିଳ୍ପୀ ଜ୍ୟୋତିଷ କୁମାର ସାହୁ,ଶ୍ରୀରାମ ମନ୍ଦିର ପୂଜକ ଓ ସେବକ,ସେବିକା ମାନଙ୍କୁ ଉପଢୌକନ ଦେଇ ସମ୍ବର୍ଦ୍ଧିତ କରାଯାଇଥିଲା । ଅନୁରୂପ ଭାବେ ସ୍ଥାନୀୟ ସରସ୍ଵତୀ ଶିଶୁ ମନ୍ଦିର ରେ  କରିବା ସହ ପ୍ରସାଦ ସେବନର ଆୟୋଜନ ହୋଇଥିଲା। ସନ୍ଧ୍ୟାରେ ଶ୍ରୀରାମ ମନ୍ଦିର ରେ ଦୀପ ପ୍ରଜ୍ବଳନ କରାଯାଇଥିଲା। ଭୁବନର ବିଭିନ୍ନ ସାହି ମଣ୍ଡପ ରେ ପ୍ରଭୁ ଶ୍ରୀରାମ ଙ୍କ ପ୍ରାଣ ପ୍ରତିଷ୍ଠା କୁ ଉତ୍ସବକୁ ଧୁମଧାମ ରେ ପାଳନ କରାଯାଇଥିଲା।
IEC 2 years
Leave A Reply