ଛତ୍ରପୁର, ୨୬/୧୨ : ଗଞ୍ଜାମ ଜିଲ୍ଲାର ଛତ୍ରପୁର ନିର୍ବାଚନ ମଣ୍ଡଳୀ ପକ୍ଷରୁ ମଙ୍ଗଳବାର ସ୍ଥାନୀୟ ବିଧାୟକ ସୁବାଷ ଚନ୍ଦ୍ର ବେହେରା ଙ୍କ ନେତୃତ୍ୱ ରେ ବିଜୁ ଜନତା ଦଳର ୨୭ତମ ପ୍ରତିଷ୍ଠା ଦିବସ ମହାସମାରୋହରେ ପାଳିତ ହୋଇଯାଇଛି, ଏହି ଅବସର ରେ ଗଣଦୌଡ଼, ରୋଗୀଙ୍କୁ ଫଳ ବଣ୍ଟନ, ଭିଡିଓ ପ୍ରଦର୍ଶନ,ସାଧାରଣ ସଭା ସହ ଶପଥ ପାଠ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା, ଆଜି ୨୭ବର୍ଷରେ ପଦାର୍ପଣ କରିଛି ବିଜୁ ଜନତା ଦଳ । ଗତ ୨୬ ବର୍ଷ ଧରି ଉତ୍ସର୍ଗୀକୃତ ମନୋଭାବ ନେଇ ନିଷ୍ଠାପର ଭାବେ ଜନତାଙ୍କ ପାଇଁ ନିରବଚ୍ଛିନ୍ନ କାର୍ଯ୍ୟ କରି ଆସୁଛି ବିଜେଡି । ବିଜୁବାବୁଙ୍କ ଆଦର୍ଶରେ ଗଠନ ହୋଇଥିବା ବିଜେଡି ରାଜ୍ୟ ତଥା ରାଜ୍ୟବାସୀଙ୍କ ବିକାଶର ଆଭିମୁଖ୍ୟ ନେଇ କାମ କରୁଥିବାରୁ ବାରମ୍ବାର ଜନ ଆର୍ଶୀବାଦ ଲାଭ କରିଛି। ଆଗାମୀ ଦିନରେ ରାଜ୍ୟବାସୀଙ୍କ ସେବାରେ ନିୟୋଜିତ ହୋଇଥିବା ବିକାଶଧାରାକୁ ବଜାୟ ରଖିବା ପାଇଁ ଏହା ଶକ୍ତି ଯୋଗାଇଛି। ନିର୍ବାଚନ ହେଉ କି ଉପନିର୍ବାଚନ, ସବୁଥିରେ ବିଜେଡିକୁ ମିଳିଛି ଅପୂର୍ବ ସଫଳତା । ବିକାଶର ନିରନ୍ତର ପ୍ରକ୍ରିୟାରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଓଡ଼ିଶାକୁ ଦେଇଛନ୍ତି ନୂଆ ପରିଚୟ। କ୍ରୀଡ଼ା ହେଉ କି ଖାଦ୍ୟ ଯୋଗାଣ, ଶିକ୍ଷା ହେଉ କି ପର୍ଯ୍ୟଟନ, ସବୁ କ୍ଷେତ୍ରରେ ବିକାଶର ଶୀର୍ଷ ଛୁଇଁଛି ଓଡ଼ିଶା। ୨୦୩୬ ସୁଦ୍ଧା ଓଡ଼ିଶାକୁ ବିକାଶିତ ରାଜ୍ୟ କରିବାରେ ମୁଖ୍ୟମନ୍ତ୍ରୀଙ୍କ ପ୍ରୟାସ ଜାରି ରହିଛି ବୋଲି ନିଜ ବକ୍ତବ୍ୟ ରେ ବିଧାୟକ ସୁବାଷ ଚନ୍ଦ୍ର ବେହେରା କହିଥିଲେ । ପ୍ରାରମ୍ଭ ରେ ସ୍ଥାନୀୟ ପୋଲିସ ପଡିଆ ନିକଟରେ ଥିବା ମହାତ୍ମା ଗାନ୍ଧୀଙ୍କ ପ୍ରତିମୂର୍ତ୍ତି ନିକଟରୁ ଲୋୟର ବସଷ୍ଟାଣ୍ଡ ପର୍ଯ୍ୟନ୍ତ ଏକ ଗଣଦୌଡ଼ ଅନୁଷ୍ଠିତ ହୋଇଥିଲା ,ଏଥିରେ ସମସ୍ତ ବର୍ଗ ର ଦଳୀୟ ନେତା ଓ କର୍ମୀ ମାନେ ସାମିଲ ହୋଇଥିଲେ, ପରେ ପ୍ରବାଦ ପୁରୁଷ ବିଜୁବାବୁଙ୍କ ପ୍ରତିମୂର୍ତ୍ତି ରେ ବିଧାୟକ ଙ୍କ ସହ ଦଳୀୟ ନେତା ଓ କର୍ମୀ ମାନେ ପୁଷ୍ପମାଲ୍ୟାର୍ପଣ କରିଥିଲେ, ପରେ ସ୍ଥାନୀୟ ଶିବ କୁମାର ପଟ୍ଟନାୟକ ରିଡିଙ୍ଗ ରୁମ ପରିସର ରେ ନବୀନ ଓଡିଶା ଗଢିବା ନେଇ ଶପଥ ପାଠ ସହ ଭିଡିଓ ପ୍ରଦର୍ଶନ ଏବଂ ଏକ ସାଧାରଣ ସଭା ଅନୁଷ୍ଠିତ ହୋଇଥିଲା, ଶେଷରେଛତ୍ରପୁର ହସ୍ପିଟାଲ ରେ ରୋଗୀଙ୍କୁ ଫଳ ବଣ୍ଟନ କରିଥିଲେ , ଏହି ସମସ୍ତ କାର୍ଯ୍ୟକ୍ରମ ରେ ପୂର୍ବତନ ବିଧାୟକ ଅଶୋକ କୁମାର ଚୌଧୁରୀ, ଛତ୍ରପୁର ଏନଏସି ଉପାଧ୍ୟକ୍ଷ ଜି. ପାପାରାଓ, ଛତ୍ରପୁର ନଗର ବିଜେଡି ସଭାପତି ବି. ରାଜୁବାବୁ, ଯୁବ ବିଜେଡି ଛତ୍ରପୁର ନିର୍ବାଚନ ମଣ୍ଡଳୀ ସଭାପତି ସନମୂଖ ପଟ୍ଟନାୟକ, ଗଞ୍ଜାମ ବ୍ଲକର ପୂର୍ବତନ ଅଧ୍ୟକ୍ଷ ସୁରଥ ପ୍ରଧାନ ଓ ରଘୁନାଥ ସାହୁ , ଗଞ୍ଜାମ ବ୍ଲକ ଉପାଧ୍ୟକ୍ଷ ଅନ୍ତର୍ଯ୍ୟାମୀ ବେହେରା, ଗଞ୍ଜାମ ଏନଏସି ଉପାଧ୍ୟକ୍ଷ ସୁରେନ୍ଦ୍ର ବାରିକି,ପୂର୍ବତନ ସାଂସଦ ପ୍ରତିନିଧି ସୁଧୀର ପାଢ଼ୀ, ଯୁବ ବିଜେଡି ଛତ୍ରପୁର ବ୍ଲକ ସଭାପତି କାଳିଆ ନାହାକ, ଯୁବ ବିଜେଡି ବ୍ଲକ ଉପସଭାପତି କାଁହୁ ଚରଣ ବେହେରା, ଛତ୍ରପୁର ନଗର ବିଜେଡି ଉପସଭାପତି ଅଟଳ ବିହାରୀ ପଟ୍ଟନାୟକ, କାଉନସିଲର ଦେବାଶିଷ ମିଶ୍ର, ସନ୍ତୋଷି ସେଠି, ପ୍ରୀତିଛନ୍ଦା ସାମଲ, ଡି. ଇନ୍ଦୁ, ୱାଣୀ ସେନାପତି, ବି. ନିଶ୍ଚଳା ସ୍ୱାମୀ, ମମତା ପାତ୍ର, ସୁମନ୍ତ ନାହାକ, ଜିଲ୍ଲାପରିଷଦ ସଭ୍ୟା ରଶ୍ମିତା ନାହାକ ଓ ଛବିତା ବେହେରା,ଜିଲ୍ଲା ପରିଷଦ ସଭ୍ୟ ସନାତନ ବେହେରା, ସରକାରୀ ଓକିଲ ଭୈରବୀ ପଟ୍ଟନାୟକ, ଡମିନାଥ ସାହୁ, କାଳୀ ପ୍ରସାଦ ଦାଶ, ଆଇନଜୀବି ସିମାଞ୍ଚଳ ମହାପାତ୍ର ଓ ପ୍ରଶାନ୍ତ ଶତପଥି,ବିଜୁ ଛାତ୍ର ଜନତା ଦଳର ଜିଲ୍ଲା ସଭାପତି ପ୍ରଶାନ୍ତ କୁମାର ପଣ୍ଡା, ଲିଙ୍ଗରାଜ ମହାପାତ୍ର,ଟିକିନା ଗୌଡ଼, ଶମ୍ଭୁନାଥ ସ୍ୱାଇଁ, ଶ୍ରୀରାମଚନ୍ଦ୍ରପୁର ସମିତି ସଭ୍ୟ ଏସ. ଚକ୍ରପାଣି ରେଡ୍ଡୀ,ପୂର୍ବତନ ଏନଏସି ଉପାଧ୍ୟକ୍ଷ ପ୍ରଦୋଷ କୁମାର ବେହେରା, ପୂର୍ବତନ କାଉନସିଲର କିଶୋର ଚନ୍ଦ୍ର ସେନାପତି,ଯୁବ ନେତା ଶହଦେଵ ସାହୁ ଓ ଏନ. କାମରାଜୁ ରେଡ୍ଡୀ, କାମରାଜୁ ଖୁଣ୍ଟିଆ ଙ୍କ ସହ ନିର୍ବାଚନ ମଣ୍ଡଳୀ ର ବହୁ ଜନପ୍ରତିନିଧି, ଆଗଧାଡି ର ଛାମୁଆ ନେତା ଓ କର୍ମୀ ଏବଂ ଯୁବ, ଛାତ୍ର ଙ୍କ ସମେତ ଶହ ଶହ ଦଳୀୟ କର୍ମୀ ମାନେ ଉପସ୍ଥିତ ଥିଲେ