ଛତ୍ରପୁର ୨୬/୧୨ : ଅନୁସୂଚିତ ଜାତି / ଜନଜାତି ଲୋକଙ୍କ ନିମନ୍ତେ ରାଜ୍ୟ ସରକାରଙ୍କ ପକ୍ଷରୁ ବିଭିନ୍ନ ଯୋଜନା ପ୍ରଣୟନ କରାଯାଇଛି । ଅନୁସୂଚିତ ଜାତି / ଜନଜାତିଙ୍କ ଆର୍ଥୀକ ଅଭିବୃଦ୍ଧି ନିମନ୍ତେ ପ୍ରୟାସ ଜାରି ରହିଛି । ହେଲେ, ଜିଲ୍ଲାର ବ୍ୟାଙ୍କ ଗୁଡିକରେ ଏହାକୁ ସଠିକ୍ ଭାବେ କାର୍ଯ୍ୟକାରୀ କରାଯାଉନଥିବା ଅଭିଯୋଗ ହେଉଛି । ଏମଏସଏମଇ ର କୃଷି ବିଭାଗ, ଉଦ୍ୟାନ ବିଭାଗର କିଛି ଅସାଧୁ କର୍ମଚାରୀଙ୍କ ମନମୁଖୀ କାର୍ଯ୍ୟ ଯୋଗୁଁ ଅନୁସୂଚିତ ଜାତି ଓ ଜନଜାତି ଲୋକେ ସରକାରଙ୍କ ଯ୍ଧେକ୍ସନାର ସୁଫଳ ପାଇ ପାରୁନାହାଁନ୍ତି । ଏନେଇ ମଙ୍ଗଳବାର ଓଡିଶା ଅନୁସୂଚିତ ଜାତି / ଜନଜାତି ସଂଗଠନର ଗଞ୍ଜାମ ଜିଲ୍ଲା ଶାଖା ପକ୍ଷରୁ ଗଞ୍ଜାମ ଜିଲ୍ଲାପାଳଙ୍କ ଉଦ୍ଦେଶ୍ୟରେ ଏକ ଦାବିପତ୍ର ଅତିରିକ୍ତ ଜିଲ୍ଲାପାଳ ପ୍ରିୟ ରଞ୍ଜନ ପୃଷ୍ଠିଙ୍କୁ ପ୍ରଦାନ କରାଯାଇଛି । ବ୍ୟାଙ୍କ ଅଧିକାରୀ ମାନେ ସେମାନଙ୍କୁ ଋଣ ପ୍ରଦାନ କରୁନଥିବାରୁ ସେମାନଙ୍କ ଆର୍ଥିକ ଅଭିବୃଦ୍ଧି କ୍ଷେତ୍ରରେ ଏହା ବାଧା ସୃଷ୍ଟି କରୁଛି ବୋଲି ସେମାନେ ଅଭିଯୋଗ କରିଛନ୍ତି । ସେମାନଙ୍କ ଦାବି ଗୁଡିକର ତୁରନ୍ତ ସମାଧାନ କରିବା ନିମନ୍ତେ ସେମାନେ ଉକ୍ତ ଦାବୀ ପତ୍ରରେ ଉଲ୍ଲେଖ କରିଛନ୍ତି । ଏହି ଦାବୀ ପତ୍ର ପ୍ରଦାନ ବେଳେ ଓଡିଶା ଅନୁସୂଚିତ ଜାତି / ଜନଜାତି ସଂଗଠନର ଗଞ୍ଜାମ ଜିଲ୍ଲା ଶାଖାର ସଭାପତି ମୃତ୍ୟୁଞ୍ଜୟ ବେହେରା, ସମ୍ପାଦକ ସୁଦାମ ବେହେରା, କୈଳାଶ ଚନ୍ଦ୍ର ବେହେରା, ସରସ୍ୱତୀ ପ୍ରଧାନ, ଜଗନ୍ନାଥ ପ୍ରଧାନ, ପ୍ରଦୀପ ପ୍ରଧାନ, ଅଶୋକ ଦାଶ, କାଳୁ ଚରଣ ନାୟକ , ମାଧୁରୀ ନାୟକ, ଦୁର୍ଗା ମାଧବ ନାୟକ, ଭାରତୀ ନାୟକ,ବୁଲୁ ନାହାକ,ଲକ୍ଷ୍ମୀ ଦାସ, ଜଗନ୍ନାଥ ପ୍ରଧାନଓ ବିଧାନ ନାୟକଙ୍କ ସମେତ ବହୁ ସଦସ୍ୟ ଓ କର୍ମକର୍ତ୍ତା ମାନେ ଉପସ୍ଥିତ ଥିଲେ ।