ନିମାପଡ଼ା : ମୁକ୍ତାକାଶ ମଞ୍ଚରେ ଚାଲିଥିବା ୨୩ତମ ନିମାପଡ଼ା ନୃତ୍ୟ ଓ ସଙ୍ଗୀତ ମହୋତ୍ସବର ଆଜି ଦ୍ଵିତୀୟ ସଂଧ୍ୟାରେ ଦର୍ଶକଙ୍କ ମନ ଜିଣିଛି ଶିବ ତାଣ୍ଡବ ନୃତ୍ୟ। ଦ୍ୱିତୀୟ ଦିବସରେ ଅତିଥି ଭାବେ ମହୋତ୍ସବ କମିଟିର ସଭାପତି ତଥା ସ୍ଥାନୀୟ ବିଧାୟକ ସମୀର ରଞ୍ଜନ ଦାଶ,ବ୍ଲକ ଅଧ୍ୟକ୍ଷ ଶଙ୍କର ଭୋଇ, ଏନଏସି ଉପ ନଗରପାଳ ସନ୍ତୋଷ ଦାଶ,ହାସ୍ୟ ଅଭିନେତା ନନ୍ ସେନ୍ସ ମଣି,ମହୋତ୍ସବ କମିଟିର ସମ୍ପାଦକ ନିଗମା ନନ୍ଦ ସାହୁ,ହେଲ୍ପ ଲାଇନର ସଭାପତି ଅକ୍ଷୟ ସାହୁ ପ୍ରମୁଖ ଯୋଗ ଦେଇ ଏହି ମହୋତ୍ସବ ଆୟୋଜନ ଦ୍ଵାରା ନିମାପଡ଼ା ଓଡ଼ିଶା ସମେତ ଅନ୍ୟ ରାଜ୍ୟରେ ପରିଚିତ ହୋଇ ପାରିଛି ବୋଲି କହିଥିଲେ। ଦ୍ୱିତୀୟ ସଂଧ୍ୟାରେ ପାୟଲ ଡାନ୍ସ ଏକାଡେମୀ କଟକ ପକ୍ଷରୁ ଶିବ ତାଣ୍ଡବ ନୃତ୍ୟ ଦର୍ଶକ ବେଶ୍ ଉପଭୋଗ କରିଥିଲେ।ପରେ ଆଦି ନୃତ୍ୟକଳା ଏକାଡେମୀ କୋଲକାତା ପକ୍ଷରୁ କ୍ରିଏଟିଭ ନୃତ୍ୟ, ଗଡ ମେକର ଡାନ୍ସ ଏକାଡେମୀ କେନ୍ଦ୍ରାପଡ଼ା ପକ୍ଷରୁ କ୍ରିଏଟିଭ ନୃତ୍ୟ ଏବଂ ଶ୍ରୀରାମ ନାଟ୍ୟ ସଂସଦ ବାଙ୍କୀ ପକ୍ଷରୁ ଲଉଡି ନୃତ୍ୟ ଅତି ଉଁଚକୋଟିର ହୋଇଥିଲା।୨୭ ତାରିଖ ବୁଧବାର ସଂଧ୍ୟାରେ ଏହି ମହୋତ୍ସବ ଉଦଯାପିତ ହେବ