ଚନ୍ଦ୍ରଭାଗା ଠାରେ ବିଜୁବାବୁଙ୍କ ପ୍ରତିମୂର୍ତ୍ତିରେ ମାଲ୍ୟାର୍ପଣ ଓ ଶ୍ରଦ୍ଧା ସୁମନ ଅର୍ପଣ କଲେ ପୂର୍ବତନ ବିଧାୟକ ସୁରେନ୍ଦ୍ର ସେଠୀ।
କୋଣାର୍କ – ବିଜୁ ଜନତା ଦଳର ୨୭ତମ ପ୍ରତିଷ୍ଠା ଦିବସ ପାଳନ ଅବସରରେ ପୂର୍ବତନ ବିଧାୟକ ସୁରେନ୍ଦ୍ର ସେଠୀଙ୍କ ନେତୃତ୍ବରେ ଶତାଧିକ ବିଜେଡି କର୍ମୀ ଛୋଟାରାମ ଦାସ ଆଶ୍ରମ ଠାରୁ ଏକ ବିରାଟ ପଟୁଆରରେ ବାହାରି ପ୍ରବାଦ ପୁରୁଷ ବିଜୁ ପଟ୍ଟନାୟକ ଅମର ରହେ ଧ୍ବନି, ନବୀନ ପଟ୍ଟନାୟକ ଜିନ୍ଦାବାଦ ଧ୍ବନି ଦେଇ ଚନ୍ଦ୍ରଭାଗା ଛକ ଠାରେ ଥିବା ବିଜୁପଟ୍ଟନାୟକଙ୍କ ପ୍ରତିମୂର୍ତ୍ତି ନିକଟରେ ପହଞ୍ଚି ଥିଲେ। ସେଠାରେ ପ୍ରବାଦ ପୁରୁଷ ତଥା ପୂର୍ବତନ ମୁଖ୍ୟମନ୍ତ୍ରୀ ବିଜୁ ପଟ୍ଟନାୟକଙ୍କ ପ୍ରତିମୂର୍ତ୍ତିରେ ମାଲ୍ୟାର୍ପଣ କରିବା ସହ ଶ୍ରଦ୍ଧାଞ୍ଜଳି ଅର୍ପଣ କରିଥିଲେ।ଏହି ପରିପ୍ରେକ୍ଷୀରେ କୋଣାର୍କ ଏନଏସି ସଫେଇର ୩୦ରୁ ଊର୍ଦ୍ଧ୍ବ କର୍ମଚାରୀ ମାନଙ୍କୁ ଶୀତବସ୍ତ୍ର ବଣ୍ଟନ କରିଥିଲେ ପୂର୍ବତନ ବିଧାୟକ ସୁରେନ୍ଦ୍ର ସେଠୀ। ବିଜେଡିର ୨୭ତମ ପ୍ରତିଷ୍ଠା ଦିବସ ପାଳନ ଅବସରରେ ଶତାଧିକ ବିଜେଡି କର୍ମୀ ମାନଙ୍କୁ ନେଇ ଚନ୍ଦ୍ରଭାଗା ବେଳାଭୂମି ସଫେଇ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା। ଏଥିରେ ଶତାଧିକ ବିଜେଡି କର୍ମୀ ଯୋଗ ଦେଇ ସଫେଇ କାର୍ଯ୍ୟ ସଂପାଦନ କରିଥିଲେ। ପରେ ପରେ ଚନ୍ଦ୍ରଭାଗା ସ୍ଥିତ ଛୋଟାରାମ ଦାସ ଆଶ୍ରମ ଠାରେ କାକଟପୁର ନିର୍ବାଚନ ମଣ୍ଡଳୀର ପୂର୍ବତନ ବିଧାୟକ ତଥା ବିଜେଡି ରାଜ୍ୟ ପରିଷଦ ସଭ୍ୟ ସୁରେନ୍ଦ୍ର ସେଠୀଙ୍କ ଅଧ୍ୟକ୍ଷତାରେ ପ୍ରତିଷ୍ଠା ଦିବସ ପାଳନ ଉପଲକ୍ଷେ ଏକ ବୈଠକ ଅନୁଷ୍ଠିତ ହୋଇଥିଲା। ୬ଷ୍ଠ ଥର ପାଇଁ ମାନ୍ୟବର ମୁଖ୍ୟମନ୍ତ୍ରୀ ଶ୍ରୀଯୁକ୍ତ ନବୀନ ପଟ୍ଟନାୟକଙ୍କୁ ମୁଖ୍ୟମନ୍ତ୍ରୀ ଭାବେ ଜିତାଇବାକୁ ଉପସ୍ଥିତ ଶତାଧିକ କର୍ମୀ ବାବାଙ୍କ ଆଶ୍ରମ ଠାରେ ଶପଥ ପାଠ କରିଥିଲେ। ଏହି ପରିପ୍ରେକ୍ଷୀରେ କାକଟପୁର ନିର୍ବାଚନ ମଣ୍ଡଳୀର ପୂର୍ବତନ ବିଧାୟକ ତଥା ବରିଷ୍ଠ ବିଜେଡି ନେତା ସୁରେନ୍ଦ୍ର ସେଠୀଙ୍କ ହାତ ମୁଠାକୁ ଠାଣ କରିବା ସହ ଆଗାମୀ ୨୦୨୪ ସାଧାରଣ ନିର୍ବାଚନରେ ବିଧାୟକ ଭାବେ ନିର୍ବାଚିତ କରିବା ପାଇଁ ନିର୍ବାଚନ ମଣ୍ଡଳୀ ଅନ୍ତର୍ଗତ କାକଟପୁର ବ୍ଲକ, କୋଣାର୍କ ଏନଏସି, ଅସ୍ତରଙ୍ଗ ବ୍ଲକ ଓ ଗୋପ ବ୍ଳକର ଉପସ୍ଥିତ ୩୯ଜଣ ନିର୍ବାଚିତ ସରପଞ୍ଚ, ସମିତି ସଭ୍ୟ ମାନଙ୍କ ସମେତ ବରିଷ୍ଠ ନେତା ମାନେ ମତବ୍ୟକ୍ତ କରିଥିଲେ। ଏହି କାର୍ଯ୍ୟକ୍ରମରେ ଅସ୍ତରଙ୍ଗ ବ୍ଲକର ବରିଷ୍ଠ ବିଜେଡି ନେତା ତଥା ରାଜ୍ଯ ପରିଷଦ ସଭ୍ୟ ଦିବାକର ଛାଟୋଇ, ପୂର୍ବତନ ଜିଲ୍ଲା ପରିଷଦ ସଭ୍ୟ ଗଦାଧର ବିଶ୍ବାଳ,ଅସ୍ତରଙ୍ଗ ବ୍ଲକ ପୂର୍ବତନ ବିଜେଡି ସଭାପତି ସାଇ ରଂଜନ ପ୍ରଧାନ, କାକଟପୁର ବ୍ଲକ ଅଧ୍ୟକ୍ଷ ଶ୍ରୀଧର ନାୟକ, କୋଣାର୍କ ଏନଏସି ବିଜେଡି ନେତା ବିମ୍ବାଧର ବେଉରା, ସରପଞ୍ଚ କୃଷ୍ଣ ଚନ୍ଦ୍ର ଜେନା, ପାର୍ଥ ସାରଥି ବେହେରା, ସମିତି ସଭ୍ୟ ଭକ୍ତ ଦାସ, ଯୁବ ନେତା କାର୍ତ୍ତିକ ମଲ୍ଲିକ, ପୂର୍ବତନ ସମିତି ସଭ୍ୟ ବାବୁଲି ବରାଳ, ପୁର୍ବତନ ସରପଞ୍ଚ ବାବୁଲାଲ ସ୍ଵାଇଁ, ରବିନାରାୟଣ ପତି ଓ ପୂର୍ବତନ ସମିତି ସଭ୍ୟ ଶରତ ଚନ୍ଦ୍ର ରାଉତ ଙ୍କ ସମେତ କାକଟପୁର ନିର୍ବାଚନ ମଣ୍ଡଳୀର ନିର୍ବାଚିତ ଜନ ପ୍ରତିନିଧି ମାନଙ୍କ ସମେତ ଶତାଧିକ କର୍ମୀ ଏହି ପ୍ରତିଷ୍ଠା ଦିବସ ସମାରୋହରେ ଯୋଗ ଦେଇଥିଲେ।
