ଛତ୍ରପୁର : ଛତ୍ରପୁର ଥାନା ଅନ୍ତର୍ଗତ ପାଲିଆ ଛତ୍ରପୁର ଛକ ନିକଟ ଜାତୀୟ ରାଜପଥ ରେ ଏକ ସଡ଼କ ଦୁର୍ଘଟଣାରେ ୩ ଜଣ ଯୁବକ ଗୁରୁତର ଆହତ ହୋଇଛନ୍ତି | ଆହତ ମାନେ ହେଲେ ନୋଳିଆ ନୁଆଗାଁ ର ଏ. ଭଗବାନ, ଏସ. ସିଧୁ ଓ ଇ . କିରଣ ବୋଲି ସୂଚନା ମିଳିଛି | ଏହି ତିନି ଜଣ ଏକ ବାଇକ ଯୋଗେ ଆର୍ଯ୍ୟପଲ୍ଲୀ ଗ୍ରାମ କୁ ଏକ ଭୋଜି କାର୍ଯ୍ୟକ୍ରମ କୁ ଯାଉଥିବା ବେଳେ ପାଲିଆ ଛତ୍ରପୁର ନିକଟ ଜାତୀୟ ରାଜପଥ ରେ ଗାଈ ହଠାତ ଚାଲିଆସିଥିବାରୁ ସେମାନଙ୍କ ବାଇକ ସହ ଧକ୍କା ହୋଇଥିଲା | ଯାହାଫଳ ରେସେମାନେ ଛିଞ୍ଚାଡି ହୋଇ ଆହାତ ଅବସ୍ଥାରେ ରାଜପଥ ରେ ପଡିଯାଇଥିଲେ, ଏହାର ଖବର ପାଇ ଅଗ୍ନିଶ୍ରମ ବିଭାଗ କର୍ମଚାରୀ ମାନେ ଆହାତ ମାନକୁ ଉଦ୍ଧାର କରି ଛତ୍ରପୁର ମେଡିକାଲ ରେ ଚିକିତ୍ସା ପାଇଁ ଭର୍ତି କରିଥିଲେ | ଆହତ ୩ ଜଣକ ଅବସ୍ଥା ଗୁରୁତର ଥିବାରୁ ସେମାନଙ୍କୁ ବ୍ରହ୍ମପୁର ମେଡିକାଲ କୁ ପଠାଯାଇଛି | ଘଟଣା ସ୍ଥଳରେ ଛତ୍ରପୁର ପୋଲିସ ପହଂଚି ତଦନ୍ତ ଜାରି ରଖିଛି |