ବାଲିପାଟଣା : ଆସନ୍ତା ୨୦ ତାରିଖ ରୁ ୨୨ ତାରିଖ ପର୍ଯ୍ୟନ୍ତ ୩ ଦିନ ଧରି ବାଲିପାଟଣା ସ୍ଥିତ ବଡ଼ ଖେଳପଡିଆ ଠାରେ ସିଦ୍ଧି ବିନାୟକ ଚାରିଟେବୁଲ ଟ୍ରଷ୍ଟ ଦ୍ୱାରା ଜୟଦେବ ଗୌରବ ସମ୍ମାନ ଉତ୍ସବ ଅନୁଷ୍ଠିତ ହେବ ବୋଲି ଟ୍ରଷ୍ଟ ର ଅଧ୍ୟକ୍ଷ ସତ୍ୟପ୍ରିୟ ବେହେରା ଏକ ପ୍ରେସ ବିବୃତିରେ ଜଣାଇଛନ୍ତି । ଉକ୍ତ କାର୍ଯ୍ୟକ୍ରମ ରେ ବଲିଉଡ଼ କଳାକାର ଗୁଲସନ ଗ୍ରୋଭର ଓ ସୁନିଲ ସେଟ୍ଟି ଓଲିଉଡ୍ ଅଭିନେତା ସବ୍ୟସାଚି ,ଅର୍ଚିତା , ପପୁ ପମ ପମ , ପ୍ରଜ୍ଞା ,ଗୋଲୁଆ , ଇରା ମହାନ୍ତି ପ୍ରମୁଖ ଯୋଗ ଦେବାର କାର୍ଯ୍ୟକ୍ରମ ରହିଛି । ଏଥି ସହିତ ଜୟଦେବ ମାଟିର ବହୁ ସୁଯୋଗ୍ୟ ସନ୍ତାନ କୁ ସମ୍ବର୍ଦ୍ଧନା କରାଯିବାର କାର୍ଯ୍ୟକ୍ରମ ରହିଛି ବୋଲି ଶ୍ରୀ ବେହେରା କହିଛନ୍ତି । କାର୍ଯ୍ୟକ୍ରମ କୁ କିପରି ଅଧିକ ସରସ ସୁନ୍ଦର କରିବାକୁ ହେବ ସେଥିପାଇଁ ଜୟଦେବ ନିର୍ବାଚନ ମଣ୍ଡଳୀ ର ଜନ ସାଧାରଣ ଙ୍କୁ ଉକ୍ତ କାର୍ଯ୍ୟକ୍ରମ ରେ ଉପସ୍ଥିତ ରହିବା ପାଇଁ ନିବେଦନ କରିଛନ୍ତି ।