Odisha news

ଛତ୍ରପୁରରେ ସ୍ୱାସ୍ଥ୍ୟ ଯାଂଚ ପ୍ରକ୍ରିୟା ଆରମ୍ଭ

0
ଛତ୍ରପୁର, 08/06 : ୨ଲକ୍ଷରୁ ଉର୍ଦ୍ଧ୍ୱ ପ୍ରବାସୀ ଓଡ଼ିଆ ଗଞ୍ଜାମ ଜିଲ୍ଲାରେ ପହଂଚି ସାରିଛନ୍ତି । ଆଗକୁ ବର୍ଷା ଋତୁ ମଧ୍ୟ ଆସୁଛି । ଏଣୁ ଏସବୁକୁ ଦୃଷ୍ଟିରେ ରଖି ଗଞ୍ଜାମ ଜିଲ୍ଲାରେ ଦ୍ୱିତୀୟ ପର୍ଯ୍ୟାୟ ସ୍ୱାସ୍ଥ୍ୟ ଯାଂଚ ପ୍ରକ୍ରିୟା ଆରମ୍ଭ ହୋଇଥିବା ଜିଲ୍ଲାପାଳ ବିଜୟ ଅମୃତା କୁଲାଙ୍ଗେ ସୂଚନା ଦେଇଛନ୍ତି । ପ୍ରଥମ ପର୍ଯ୍ୟାୟରେ ଜିଲ୍ଲାର ଯେପରି ସାଢେ ୩ଲକ୍ଷ ଲୋକଙ୍କର ସ୍ୱାସ୍ଥ୍ୟ ପରୀକ୍ଷା ମେଡ଼ିକାଲ ଟିମ୍ ଦ୍ୱାରା ଘରକୁ ଘର ବୁଲି କରାଯାଇଥିଲା ଠିକ୍ ସେହିପରି ଆଜି ଠାରୁ ୫ଦିନ ମଧ୍ୟରେ ସେହି ପ୍ରକ୍ରିୟା ସରିବ ଏଣୁ ନିଜର ସ୍ୱାସ୍ଥ୍ୟଜନିତ ସମସ୍ୟାର ତଥ୍ୟ ନଲୁଚାଇ ଘରକୁ ଯାଇଥିବା ମେଡ଼ିକାଲ ଟିମ୍ ନିକଟରେ ତାହା ପ୍ରକାଶ କରିବା ସହ ଟିମ୍ କୁ ସହଯୋଗ କରିବା ପାଇଁ ଜିଲ୍ଲାପାଳ ନିବେଦନ କରିଛନ୍ତି । ସେପଟେ ଗଞ୍ଜାମ ଜିଲ୍ଲାର ବିଭିନ୍ନ ସ୍ଥାନରେ ମେଡ଼ିକାଲ ଟିମ୍ ପକ୍ଷରୁ ଘରକୁ ଘର ବୁଲି ଲୋକଙ୍କର ସ୍ୱାସ୍ଥ୍ୟ ଯାଂଚ ପ୍ରକ୍ରିୟା ଆରମ୍ଭ ହୋଇ ସାରିଛି । ଛତ୍ରପୁର ବ୍ଲକ୍ ର ବିଭିନ୍ନ ପଂଚାୟତକୁ ଯାଇ ସ୍ୱାସ୍ଥ୍ୟ ଟିମ୍ ଲୋକଙ୍କର ଫର୍ମାଲ୍ ସ୍କ୍ରିନିଂ କରିବା ସହ କରୋନା ସଂପର୍କିତ ଲକ୍ଷଣ ରହିଛି ନା ନାହିଁ ତାହା ପଚାରି ବୁଲିଥିଲେ ।
ଛତ୍ରପୁର ବ୍ଲକ୍ ର କଣମଣା ପଂଚାୟତର କଣମଣା ଗ୍ରାମ ଠାରେ ଏହି ସ୍ୱାସ୍ଥ୍ୟ ଯାଂଚ କାର୍ଯ୍ୟକ୍ରମ ଆରମ୍ଭ ହୋଇଛି । ଏଥିରେ ଛତ୍ରପୁର ସିଡିପିଓ କ୍ରିଷ୍ଣା କୁମାରୀ ନନ୍ଦ, ମୁନିସିପେଣ୍ଠ ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ରର ଜନସ୍ୱାସ୍ଥ୍ୟ ସଂପ୍ରସାରଣ ଅଧିକାରୀ ବରୁଣ କୁମାର ପାଣିଗ୍ରାହୀ, ଡାକ୍ତର ଶିଶିଲ ରେଡ୍ଡି, କଣମଣା ସରପଂଚ ଏସ୍‌. ଚକ୍ରପାଣି ରେଡ୍ଡି ପ୍ରମୁଖ ଉପସ୍ଥିତିରେ ଅଙ୍ଗନବାଡ଼ି କର୍ମୀ ବାସନ୍ତି ସାହୁ, ଆଶା କର୍ମୀ ଇନ୍ଦିରା ବେହେରା, ଏଏନଏମ୍ କାମିନି ବେହେରା, ସାହାର୍ଯ୍ୟକାରିଣୀ ତୁଳସା ସାହୁ, ଶିକ୍ଷୟତ୍ରୀ ଭାଗ୍ୟବତୀ ବେହେରା ପ୍ରମୁଖ ଘରକୁ ଘର ଯାଇ ସ୍ୱାସ୍ଥ୍ୟ ଯାଂଚ କରିବା ସହ ଥର୍ମ ମିଟରରେ ତାପମାତ୍ରା ଯାଂଚ କରି କରୋନା ଲକ୍ଷ୍ୟଣ ସଂପର୍କରେ ପଚାରି ବୁଝିଛନ୍ତି । ଏହା ସହ ଯେଉଁ ମାନଙ୍କୁ ଜ୍ୱର, କାଶ, ଥଣ୍ଡା, ଡ଼ାଇରିଆ ଏବଂ କରୋନା ଲକ୍ଷ୍ୟଣ ଭଳି ଉପୁଯିଥିବ ସେମାନଙ୍କ ତଥ୍ୟ ସଂଗ୍ରହ କରାଯାଇ ସ୍ୱାସ୍ଥ୍ୟ ବିଭାଗକୁ ପ୍ରଦାନ କରାଯିବ । ଛତ୍ରପୁର ବ୍ଲକ୍ ର ୨୩୯ ଟି ସେଂନଟର୍ ର ଅଙ୍ଗନବାଡ଼ି , ଆଶା କର୍ମୀ, ଏଏନଏମ୍ ଓ ଶିକ୍ଷକ ଶିକ୍ଷୟତ୍ରୀ ମାନେ ଏହି କାର୍ଯ୍ୟକ୍ରମରେ ନିୟୋଜିତ ଥିବା ସିଡିପିଓ କ୍ରିଷ୍ଣା କୁମାରୀ ନନ୍ଦ ସୂଚନା ଦେଇଛନ୍ତି ।
Govt
Leave A Reply