ଗୋପ:୦୮-୦୬(ସ,ଵୁ)ମହାତ୍ମାଗାନ୍ଧୀ ଗ୍ରାମୀଣ ନିଶ୍ଚିତ କର୍ମନିଯୁକ୍ତି ଯୋଜନା ରେ ଗୋପ ବ୍ଲକରେ କେତେକ ପଞ୍ଚାୟତରେ ଶ୍ରମିକ ବଦଳରେ ମେସିନ କାର୍ଯ୍ୟ କରୁଥିବା ଅଭିଯୋଗ ହେଉଛି । ଗ୍ରାମାଞ୍ଚଳରେ ଲୋକମାନଙ୍କୁ କାମ ଯୋଗାଇଦେବା ପାଇଁ କେନ୍ଦ୍ର ସରକାରଙ୍କ ତରଫରୁ ମହାତ୍ମାଗାନ୍ଧୀ ଗ୍ରାମୀଣ ନିଶ୍ଚିତ କର୍ମନିଯୁକ୍ତି ଯୋଜନା ଆରମ୍ଭ କରାଥିବା ବେଳେ । ଗୋପ ବ୍ଲକ ଅଧିନ ବଡ଼ତରା,ବଉଳାଙ୍ଗ, ସୋରଭା,କୁଆଁପଡା, ପୟରା,ଗଣେଶ୍ୱରପୁର, ବଡ଼ଗାଁ,ସୁତନ,ନୂଆଖୋଲମରା, ଡଭାର, ରାନହାଙ୍ଗାରୋଡ଼ା,ଛଇତନା,ଗଡ଼ଭିଙ୍ଗୁ
ଏ ନେଇ ଯେଉଁଠି ଅଭିଯୋଗ ହେଉଛି ସେଠାରେ ରାତି ଅଧିଆ କାର୍ଯ୍ୟ କରାଯାଉଥିବା ବେଳେ ଅନ୍ୟ ସ୍ଥାନରେ ଦିନ ଦ୍ୱିପ୍ରହରରେ ମେଶିନ ଲଗାଇ କାମ କରାଯାଉଛି । କାର୍ଯ୍ୟ ଶେଷ ହେବା ପରେ ଶ୍ରମିକମାନଙ୍କ ବ୍ୟାଙ୍କ ଓ ପୋଷ୍ଟ ଅଫିସ୍ରେ ଥିବା ଆକାଉଣ୍ଟକୁ ଟଙ୍କା ଆସୁଛି। ଠିକାଦାର ଦଲାଲଙ୍କ ମାଧ୍ୟମରେ ଶ୍ରମିକମାନଙ୍କୁ ବ୍ୟାଙ୍କକୁ ନେଇ ଟଙ୍କା ଉଠାଉଛନ୍ତି। ଶ୍ରମିକଙ୍କ ନାମରେ ହଜାର ହଜାର ଟଙ୍କା ହଡ଼ପ କରାଯାଉଛି ।ଏନେଇ ବ୍ଲକ ପ୍ରଶାସନ ନିକଟରେ ବାରମ୍ବାର ଅଭିଯୋଗ ହେଉଥିଲେ ମଧ୍ୟ କୌଣସି କାର୍ଯ୍ୟାନୁଷ୍ଟାନ ନିଆଯାଉନାହିଁ ।ଏହି କାର୍ଯ୍ୟ ଉପରେ ଭିଜିଲାନ୍ସ ତଦନ୍ତ ଦାବି ହୋଇଛି ।ସୋମବାର ଗୋପ ବ୍ଳକ ଅଧିନ ନୂଆଖୋଲମରା ପଞ୍ଚାୟତରେ ଶ୍ରମିକ ବଦଳରେ ମେସିନ କାର୍ଯ୍ଯ କରାଯାଉଥିବା କିଛି ଗ୍ରାମବାସୀ ଗୋପ ବିଡ଼ିଓ ଦୀପ୍ତିରାଣୀ ଦାସଙ୍କ ନିକଟରେ ଲିଖିତ ଅଭିଯୋଗ କରିଥବାବେଳେ ପୁରୁଣା କାର୍ଯ୍ୟକୁ ନୂତନ ଦର୍ଶାଯାଇ ବିଲ କରିବାକୁ ମସୁଧା କରାଯାଉଥିବା ଅଭିଯୋଗ ପତ୍ରରେ ଦର୍ଶାଇଛନ୍ତି।ସେହିପରି ଡଭାର ପଞ୍ଚାୟତରେ ମଧ୍ୟ ଶ୍ରମିକ ବଦଳରେ ମେସିନ କାର୍ଯ୍ୟ କରୁଥିବା ଅଭିଯୋଗ ହୋଇଛି ଅସମ୍ପର୍କରେ ଗୋପ ବିଡ଼ିଓ ଦୀପ୍ତିରାଣୀ ଦାସଙ୍କୁ ପଚାରିବାରେ ସେ କୁହନ୍ତି ମେସିନରେ କାର୍ଯ୍ୟ କରାଯାଉଥିବା ସମ୍ପର୍କରେ ଅଭିଯୋଗ ଆସିବାମାତ୍ରେ ତଦନ୍ତ କରାଯାଇ କାର୍ଯ୍ୟାନୁଷ୍ଠାନ ନିଆଯିବ ।