ଛତ୍ରପୁର ୦୧/୨ ; ବେଗୁନିଆପଡା ବ୍ଲକ ର ରେଗିଡିପଲ୍ଲୀ ଗ୍ରାମର ବହୁ ପରିବାର ଗ୍ରାମୀଣ ଗୃହ ଯୋଜନାରେ ବାଦ୍ ପଡିଥିବା ନେଇ ଆଜି ମହିଳାମାନେ ଛତ୍ରପୁର ପହଂଚି ଜିଲ୍ଲାପାଳଙ୍କ ଉଦେ୍ଦଶ୍ୟରେ ଏକ ଦାବୀ ପତ୍ର ଜିଲ୍ଲାପାଳଙ୍କ ଅଭିଯୋଗ ପ୍ରକୋଷ୍ଠରେ ପ୍ରଦାନ କରିଛନ୍ତି । ସେମାନେ ହେଲେ ସବିତା ଗୌଡ , ରମା ପ୍ରଧାନ, ନମିତା ପ୍ରଧାନ, ବବି ପ୍ରଧାନ ଓ କାଞ୍ଚନ ପ୍ରଧାନ । ସେମାନେ ନିହାତି ଗରିବ ଶ୍ରେଣୀର ହୋଇଥିବାରୁ ସେମାନଙ୍କୁ ଗ୍ରାମୀଣ ଗୃହ ଯୋଜନାରେ ସାମିଲ କରାଯାଇ ଘର ଖଣ୍ଡେ ଖଣ୍ଡେ ସରକାରଙ୍କ ପକ୍ଷରୁ ମିଳିଲେ ଉପକୃତ ହେବେ ବୋଲି ବାରମ୍ବାର ପଂଚାୟତ ଠାରୁ ଆରମ୍ଭ କରି ବ୍ଲକକୁ ଧାଉଁଥିଲେ ସୁଦ୍ଧା ସେମାନଙ୍କ ଗୁହାରୀ କିଏ ବୁଝୁନାହାନ୍ତି ବୋଲି ଅଭିଯୋଗ କରିଛନ୍ତି । ସେମାନେ ଏହି ଯୋଜନାରେ ଯୋଗ୍ୟ ହିତାଧିକାରୀ ହୋଇଥିବାରୁ ସେମାନଙ୍କୁ ଗୃହ ଖଣ୍ଡେ ଖଣ୍ଡେ ପ୍ରଦାନ କରିବା ନିମନ୍ତେ ଦାବି ପତ୍ର ରେ ଉଲ୍ଲେଖ କରିଛନ୍ତି ।