Odisha news

ବାର୍ଦ୍ଧକ୍ୟ ଭତ୍ତା ପାଇନଥିବାରୁ ଜିଲ୍ଲାପାଳଙ୍କ ଅଭିଯୋଗ ପ୍ରକୋଷ୍ଠରେ ଦାବିପତ୍ର ପ୍ରଦାନ କଲେ ଦୁଇ ବୃଦ୍ଧ

0

ଛତ୍ରପୁର  ; ବାର୍ଦ୍ଧକ୍ୟ ଭତ୍ତା ପାଇବା ପାଇଁ ଦୁଇ ଜଣ ଯୋଗ୍ୟ ହିତାଧିକାରୀ ଆଜି ଗଞ୍ଜାମ ଜିଲ୍ଲାପାଳଙ୍କ ଉଦେ୍ଦଶ୍ୟରେ ଏକ ଦାବୀ ପତ୍ର ଗଞ୍ଜାମ ଜିଲ୍ଲାପାଳଙ୍କ ଅଭିଯୋଗ ପ୍ରକୋଷ୍ଠ ରେ ପ୍ରଦାନ କରିଛନ୍ତି । କୁକୁଡାଖଣ୍ଡି ବ୍ଲକର ପାଣ୍ଡିଆଶୁଳୀ ଗ୍ରାମର ଅଶୋକ ପାତ୍ର (୬୪) ଏବଂ ରାଇଝୋଳ ଗ୍ରାମର ଅଶୋକ ପାଢୀ (୬୪) ବୟସ ହୋଇଯାଇଥିଲେ ସୁଦ୍ଧା ସେମାନଙ୍କୁ ବ୍ଲକ ପକ୍ଷରୁ ବାର୍ଦ୍ଧକ୍ୟ ଭତ୍ତା ପ୍ରଦାନ କରାଯାଉନାହିଁ । ଏନେଇ ପଂଚାୟତର ସରପଂଚ ଏବଂ ବ୍ଲକ ସାମାଜିକ ସୁରକ୍ଷା ଅଧିକାରୀ ଙ୍କୁ ଜଣାଇଥିଲେ ସୁଦ୍ଧା ସେମାନଙ୍କୁ ଏପର୍ଯ୍ୟନ୍ତ ଭତ୍ତା ଟିକିଏ ମିଳୁନାହିଁ । ସେମାନେ ନିହାତି ଗରୀବ ଶ୍ରେଣୀର ଅଟନ୍ତି ତେଣୁ ସେମାନଙ୍କୁ ବାର୍ଦ୍ଦକ୍ୟ ଭତ୍ତା ପ୍ରଦାନ କରିବା ପାଇଁ ଏହି ଦାବୀପତ୍ରରେ ଦର୍ଶାଯାଇଛି ।

Nalco
Leave A Reply