Odisha news

ଆଜିଠୁ ଖୋଲିଲା ଅଙ୍ଗନବାଡି କେନ୍ଦ୍ର

0

ଛତ୍ରପୁର ୦୧/୨ ; ପ୍ରାୟ ୧୦ ମାସ ର ବ୍ୟବଧାନ ପରେ ଆଜିଠୁ ଗଞ୍ଜାମ ଜିଲ୍ଲାର ସମସ୍ତ ଅଙ୍ଗନବାଡି କେନ୍ଦ୍ର ଗୁଡିକ ଖୋଲାଯାଇଛି । ଜିଲ୍ଲାର ୫ହଜାର ୧୪୧ ଅଙ୍ଗନବାଡି କେନ୍ଦ୍ର ଆଜି ଠୁ ପିଲାଙ୍କ ପାଇଁ ଖୋଲିଛି । କରୋନା ମହାମାରୀ ଯୋଗୁଁ ଗତ ମାର୍ଚ୍ଚ ମାସ ଠାରୁ ଅଙ୍ଗନବାଡି କେନ୍ଦ୍ର ଗୁଡିକ ବନ୍ଦ ରହିଥିବା ବେଳେ ରାଜ୍ୟରେ ପରିସ୍ଥିତିରେ ସୁଧାର ଆସିବା ପରେ ଏବେ ସବୁକିଛି ଧିରେ ଧିରେ ସ୍ୱାଭାବିକ ହେବାରେ ଲାଗିଛି । ଆଜି ଛତ୍ରପୁର ସ୍ଥିତ ତରେଇପାଟପୁର ଅଙ୍ଗନବାଡି କେନ୍ଦ୍ର ଖୋଲାଯାଇଥିଲା । ପ୍ରଥମ ଦିନରେ ପ୍ରାୟ ୨୨ ଜଣ ପିଲା ସ୍କୁଲ ଆସିଥିଲେ । କେନ୍ଦ୍ର ପରିସରରେ ସାମାଜିକ ଦୂରତା, ମାସ୍କ ବ୍ୟବହାର ଭଳି ବିଭିନ୍ନ କୋଭିଡ୍ ନିୟମ ପାଳନ କରାଯାଇ ପିଲାମାନଙ୍କୁ ପାଠ ପଢାଯାଇଥିବା ଦେଖିବାକୁ ମିଳିଛି । ପ୍ରଥମେ ପିଲାମାନଙ୍କୁ ପୁଷ୍ପଗୁଚ୍ଛ ଦେଇ ସମ୍ବର୍ଦ୍ଧନା ପ୍ରଦାନ କରାଯାଇଥିଲା । ପରେ ସେମାନଙ୍କୁ କେନ୍ଦ୍ର ପରିସରକୁ ପାଛୋଟି ନେଇ ପାଠପଢା କାର୍ଯ୍ୟକ୍ରମ ଆରମ୍ଭ ହୋଇଥିଲା । ଅଙ୍ଗନବାଡି କେନ୍ଦ୍ର ଦାୟିତ୍ୱରେ ଥିବା କର୍ମୀ ରାଜଶ୍ରୀ ପଟ୍ଟନାୟକ ଓ ହେଲପର ଅଶୋକୀ ବେହେରା ପିଲାମାନଙ୍କୁ ବିଭିନ୍ନ ବହି ପାଠ ପଢିବା ନିମନ୍ତେ ପ୍ରଦାନ କରିଥିଲେ । ଗଂଜାମ ଜିଲ୍ଲପାଳ ବିଜୟ ଅମୃତା କୁଲାଙ୍ଗେଙ୍କ ନିଦେ୍ର୍ଦଶକ୍ରମ ଛତ୍ରପୁର ଉପଜିଲ୍ଲପାଳ ପ୍ରିୟ ରଂଜନ ପୃଷ୍ଟି , ବ୍ରହ୍ମପୁର ଉପଜିଲ୍ଲପାଳ ଓ ଭଂଜନଗର ଉପଜିଲ୍ଲପାଳ, ଜିଲ୍ଲା ସମାଜ ମଙ୍ଗଳ ଅଧିକାରୀ ସୁରେଖା ସୁନ୍ଦରୀ ମଲ୍ଲିକ , ଅତିରିକ୍ତ ଜିଲ୍ଲା ମଙ୍ଗଳ ଅଧିକାରୀ ସାଧନ ଚନ୍ଦ୍ର ଦାଶ ଙ୍କ ସମେତ ସମସ୍ତ ବ୍ଲକର ସିଡିପିଓ ଓ ୍ ସୁପରଭାଇଜର ମାନେ କ୍ଷେତ୍ର ପରିଦର୍ଶନ କରି କରୋନା ଗାଇଡଲାଇନ ଅନୁସାରେ ଆଜି ସମସ୍ତ କେନ୍ଦ୍ର ଗୁଡିକ ଖୋଲାଯାଇ ଶିଶୁମାନଙ୍କୁ ପାଠ ପଢାଯାଉଛି କି ନାହିଁ ତାହାର ତଦାରଖ କରିଛନ୍ତି ।

Leave A Reply