ଛତ୍ରପୁର ; ଛତ୍ରପୁର ସରକାରୀ ବିଜ୍ଞାନ ମହାବିଦ୍ୟାଳୟ ରୁ ଏନସିସି କୁ ଉଠାଇ ଦିଆଯାଇଛି । ମହାବିଦ୍ୟାଳୟ ରେ ଏନସିସି ବନ୍ଦ ନ କରିବା ଦାବୀ ନେଇ ଏନଏସି ଛାତ୍ରଛାତ୍ରୀ ମାନଙ୍କ ସମେତ ବହୁ ଛାତ୍ରମାନେ ସୋମବାର ମହାବିଦ୍ୟାଳୟ ମୁଖ୍ୟ ଫାଟକ ସମ୍ମୁଖରେ ଧାରଣ ରେ ବସିଥିଲେ । ଦୀର୍ଘ ୫୦ ବର୍ଷ ଧରି ମହାବିଦ୍ୟାଳୟରେ ଏନସିସି ଚାଲୁ ରହିଥିଲା । ଫଳରେ ଏଠାରେ ତାଲିମ୍ ନେଇ ବହୁ ଛାତ୍ରଛାତ୍ରୀ ରାଜ୍ୟ ଓ କେନ୍ଦ୍ର ସରକାରଙ୍କ ବିଭିନ୍ନ ବିଭାଗରେ କାର୍ଯ୍ୟ କରିଆସୁଛନ୍ତି । ଏବେ ମହାବିଦ୍ୟାଳୟ ପରିସରରେ ଛାତ୍ରଛାତ୍ରୀ ମାନେ ଏସବୁ ସୁବିଧା ପାଇପାରିବେ ନାହିଁ । ଏଣୁ ମହାବିଦ୍ୟାଳୟ ରୁ ଏନସିସି କୁ ବନ୍ଦ ନ କରିବା ପାଇଁ ଛାତ୍ରଛାତ୍ରୀ ମାନେ ଆନେ୍ଦାଳନକୁ ଓହ୍ଲାଇଥିଲେ ।
ମହାବିଦ୍ୟାଳୟରେ ଦୁଇ ଜଣ ଏଏନଓ ରହିଥିବା ବେଳେ ଏହି ପଦବୀ ରେ କେହି ନଥିବା ଦର୍ଶାଇ ଏନସିସି କୁ ଛତ୍ରପୁର ସରକାରୀ ବିଜ୍ଞାନ ମହାବିଦ୍ୟାଳୟରୁ ଉଠାଇଦିଆଯାଇଥିବା ସୂଚନା ମିଳିଛି । ପୂର୍ବରୁ ଏନେଇ ଶିକ୍ଷା ବିଭାଗର ଉଚ୍ଚ କର୍ତ୍ତୁପକ୍ଷ , ଡିଜି ଏନସିସି , ଆରଡି , ଜିଲ୍ଲାପାଳ ଓ ବ୍ରହ୍ମପୁର ସେକେଣ୍ଡ ବାଟାଲିୟାନ କୁ ଜଣାଯାଇଥିଲେ ସୁଦ୍ଧା ଏହା କୌଣସି କାର୍ଯ୍ୟ କାରୀ ହେଉନାହିଁ ବୋଲି ଆନେ୍ଦାଳନରତ ଥିବା ଏନସିସି ଛାତ୍ର (ଏସୟୁଓ) ଅଜିତ୍ ମିଶ୍ର ଅଭିଯୋଗ କରିଥିଲେ । ଘଟଣାର ସୂଚନା ପାଇ ଆନେ୍ଦାଳନସ୍ଥଳକୁ ଛତ୍ରପୁର ତହସିଲଦାର ନୀଳମାଧବ ଭୋଇ ଓ ପୋଲିସ୍ ପହଂଚି ଆନେ୍ଦାଳନରତ ଛାତ୍ର ଛାତ୍ରୀ ମାନଙ୍କୁ ବୁଝା ସୁଝା କରିଥିଲେ । ଏନସିସି ସମ୍ବଦ୍ଧରେ ମହାବିଦ୍ୟାଳୟକୁ ଆସିଥିବା ସମସ୍ତ ଚିଠି ଏବଂ ମହାବିଦ୍ୟାଳୟ ପକ୍ଷରୁ ପଠାଯାଇଥିବା ସମସ୍ତ ଚିଠି ସଂଗ୍ରହ କରି ଏନସିସି କିପରି ମହାବିଦ୍ୟାଳୟ ରେ ବନ୍ଦ ନ ହେବ ସେଥିପ୍ରତି ଜିଲ୍ଲାପାଳଙ୍କ ସହ ଆଲୋଚନା କରାଯିବ ବୋଲି ତହସିଲଦାର ଶ୍ରୀ ଭୋଇ କହିବା ପରେ ଚାତ୍ରଛାତ୍ରୀ ମାନେ ଆନେ୍ଦାଳନକୁ ସ୍ଥଗିତ ରଖିଥିଲେ । ପରେ ମହାବିଦ୍ୟାଳୟ ପରିସରରେ ପରିସ୍ଥିତି ସ୍ୱାଭାବିକ ହୋଇଥିଲା ।
Next Post