Odisha news

ଚାଷିମାନଙ୍କ ତୁରନ୍ତ ଧାନ କିଣିବା କୁଦାବୀ କଲା ରୁଷିକୁଲ୍ୟା ରୟତ ମହାସଭା

0

ଛତ୍ରପୁର ; ଚଳିତ ବର୍ଷ ଗଞ୍ଜାମ ଜିଲ୍ଲାରେ ୧ ଲକ୍ଷ ୩୯ ହଜାର ୬୪୮ ଜଣ ଚାଷୀ ଧାନ କିଣିବା ପାଇଁ ପଞ୍ଜୀକରଣ କରିଥିବା ବେଳେ ସେଥି ମଧ୍ୟରୁ ମାତ୍ର ୪୫୦୦ ଜଣ ଭାଗ ଚାଷୀଙ୍କ ନାମ ପଞ୍ଜୀକରଣ କରାଯାଇଛି । ଜିଲ୍ଲାରେ ପ୍ରାୟ ୨ ଲକ୍ଷ ରୁ ଅଧିକ ଭାଗଚାଷୀ ମାନେ ଧାନ ଚାଷ କରୁଥିବା ବେଳେ ମାତ୍ର ୪୫୦୦ ଭାଗ ଚାଷୀ ପଞ୍ଜୀକରଣ କରିବା ଦୁର୍ଭାଗ୍ୟ ଜନକ । ଭାଗ ଚାଷି ମାନେ ହିଁ ପ୍ରକୃତ ଚାଷି । ସେମାନେ ପରିଶ୍ରମ, ନଗୁତି ଖର୍ଚ୍ଚ କରି ଚାଷ କରିଥାନ୍ତି । ମାତ୍ର ଜିଲ୍ଲାର ୫୦ ଭାଗରୁ ଅଧିକ ଜମି ଭାଗଚାଷି ମାନେ ଚାଷ କରିଥାନ୍ତି । ସରକାର ତାଙ୍କୁ ଚାଷୀର ମାନ୍ୟତା ଦେଇ ନଥିବାରୁ ସେମାନେ ସମସ୍ତ ସୁବିଧାରୁ ବଞ୍ଚିତ ହୋଇ ଭାଗଚାଷ କରିବାକୁ ଆଗ୍ରହ ପ୍ରକାଶ କରୁନାହାନ୍ତି । ଚଳିତ ବର୍ଷ ଗତ ଡିସେମ୍ବର ୧୬ ତାରିଖ ଠାରୁ ଧାନ କିଣା ନିମନ୍ତେ ମଣ୍ଡି ଖୋଲାଯାଇଥିଲେ ସୁଦ୍ଧା ଏଯାବତ୍ ୨୫ ଭାଗ ପଞ୍ଜୀକରଣ ଚାଷୀଙ୍କର ଧାନ କିଣାଯାଇଛି । ଆଉ ମାତ୍ର ଦୁଇ ମାସ ଅର୍ଥାତ୍ ମାର୍ଚ୍ଚ ୩୧ ତାରିଖ ପର୍ଯ୍ୟନ୍ତ ଧାନ କିଣିବାର ସମୟ ରହିଛି । ଦୁଇ ମାସ ମଧ୍ୟରେ ଲକ୍ଷାଧିକ ଚାଷୀଙ୍କ ଧାନ କିଣିବା ସନେ୍ଦହ ଘେରରେ ରହିଛି । ଯୋଗାଣ ଓ ସମବାୟ ବିଭାଗର ସମନ୍ୱୟ ନ ରହୁଥିବାରୁ ଚାଷୀ ମାନଙ୍କ ଧାନ କିଣାଯାଇପାରୁନି । ସମବାୟ ବିଭାଗର ନିୟମାନୁଯାୟୀ ପ୍ରତ୍ୟକ ସୋସାଇଟି/ଏସଏଚଜି ଦିନକୁ ଅନୁ୍ୟନ ୧୦୦୦ କୁଇଣ୍ଟ୍ାଲ ଦୈ÷ନିକ ଧାନ କିଣିବା କଥା , ମାତ୍ର ସୋସାଇଟି ଦିନକୁ ୨୦୦ କୁଇଣ୍ଟାଲ ମଧ୍ୟ ଧାନ କିଣିପାରୁନାହିଁ । ଚୁକ୍ତି କରିଥିବା ମିଲର ମାନେ ତାଙ୍କ ଗାଡି ଠିକ୍ ସମୟରେ ପଠାଉନାହାନ୍ତି ବୋଲି ବହୁ ସମବାୟ ବିଭାଗର କର୍ମଚାରୀ ମାନେ ଅଭିଯୋଗ କରିଛନ୍ତି । ସତେ ଯେମିତି ଜିଲ୍ଲାରେ ମିଲର ମାନଙ୍କ ଦୟାରେ ଧାନ କିଣା ଚାଲିଛି । ଯୋଗାଣ ଓ ସମବାୟ କର୍ମଚାରୀ ମାନେ ତାଙ୍କ ନିକଟରେ ବନ୍ଧା ପଡିରହିଥିବା ଭଳି ଜଣାପଡୁଛି । ଜିଲ୍ଲା ପ୍ରଶାସନ ସବୁ ଜାଣି ଚେଇଁ ଶୋଇଛି । ଗଞ୍ଜାମ ଜିଲ୍ଲା ମୁଖ୍ୟମନ୍ତ୍ରୀଙ୍କ ଜିଲ୍ଲା ହୋଇଥିଲେ ସୁଦ୍ଧା ପ୍ରତିବର୍ଷ ମାତ୍ର ୩୦ ଭାଗ ଚାଷୀଙ୍କ ଧାନ ସଂଗ୍ରହ କରାଯାଉଛି । କେବଳ ବଡ ବଡ ଓ ପ୍ରଭାବଶାଳୀ ଚାଷୀଙ୍କର ଧାନ କିଣାଯାଉଥିବା ବେଳେ ୭୦ ଭାଗ ଗରିବ ଓ ଭାଗଚାଷୀ ମାନଙ୍କ ଧାନ କିଣାଯାଉନାହିଁ । ଫଳରେ ଜିଲ୍ଲାର ଗରିବ ଓ ଭାଗଚାଷୀମାନେ ମଧ୍ୟସ୍ଥ ଦଲାଲ୍ ମାନଙ୍କୁ ବିକ୍ରି କରି ୨୦ କୋଟି ଟଙ୍କା କ୍ଷତି ସହୁଛନ୍ତି । ସେହିପରି ଭଞ୍ଜନଗର ଉପଖଣ୍ଡ ବ୍ଲକ ଗୁଡିକରେ କୁଇଣ୍ଟାଲ ପିଛା ୫ ରୁ ୭ କେଜି ଧାନ ଅଧିକ ନିଆଯାଉଛି ବୋଲି ଚାଷି ନେତା ଗୋପାଳ ବିଷୋୟୀ, ରବି ଶତପଥି, ନଣ୍ଡା ଗୌଡ ଓ କାଳୁ ଚରଣ ନାୟକ , ସନ୍ତୋଷ ସାହୁ ଅଭିଯୋଗ କରିଛନ୍ତି । ଏନେଇ ଆଜି ଛତ୍ରପୁର ଠାରେ ରୁଷିକୁଲ୍ୟା ରଇତ ମହାସଭା ର କାର୍ଯ୍ୟାଳୟ ପରିସରରେ ସଂପାଦକ ସିମାଂଚଳ ନାହାକ ଏକ ସାମ୍ବାଦିକ ସମ୍ମିଳନୀ ଜରିଆରେ ସୂଚନା ଦେଇଛନ୍ତି ।

Leave A Reply