ବୋରିଗୁମ୍ମା କେ.ସାକିଲି ଦୋରା)—- ବୋରିଗୁମ୍ମା ବ୍ଲକରେ ଚଳିତ ବର୍ଷ ର ଜାନୁଆରୀ ୩୧ ତାରିଖ ରୁ ତିନି ଦିନ ଶିଶୁ ମାନଙ୍କୁ ପୋଲିଓ ଦିଆଯାଇଥିଲା। ବ୍ଲକର ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ର ରେ ମୋଟ ୧୭,୧୩୦ ଜଣ ଜନ୍ମ ରୁ ପାଞ୍ଚ ବର୍ଷ ଶିଶୁ ଙ୍କୁ ପୋଲିଓ ଦୁଇ ବୁନ୍ଦା ଦେବାକୁ ଲକ୍ଷ୍ୟ ଧାର୍ଯ୍ୟ କରାଯାଇଥିଲା। ସେଥି ମଧ୍ୟରୁ ପ୍ରଥମ ଦିନରେ ୧୬,୧୭୫ ଜଣ, ଦ୍ଵିତୀୟ ଦିନରେ ୧୨୬୮ ଜଣ ଶିଶୁ ପୋଲିଓ ବୁନ୍ଦା ଖାଇଥିଲେ।ବ୍ଲକରେ ମୋଟ ୧୭,୪୪୩ ଜଣ ଶିଶୁ ପୋଲିଓ ଖାଇଥିବା ସ୍ୱାସ୍ଥ୍ୟ ବିଭାଗ ପକ୍ଷରୁ ସୂଚନା ମିଳିଛି।ବ୍ଲକ ର ୩୧ ଗୋଟି ପଞ୍ଚାୟତ ରେ ମୋଟ ୧୬୭ ପୋଲିଓ କେନ୍ଦ୍ର ଖୋଲାଯାଇଥିଲା। ପ୍ରତି ଗାଁ ରେ ଅଙ୍ଗନବାଡି କେନ୍ଦ୍ର କୁ ପୋଲିଓ ବୁଥ କରାଯାଇଥିଲା। ବୋରିଗୁମ୍ମା ସହର ର ଥାନା ସାମନା, ଖୁଡ଼ିଗୁଡା ଓ ଅନ୍ୟାନ୍ୟ ସ୍ଥାନରେ ପୋଲିଓ ବୁଥ ଖୋଲିଥିଲା।ଆଶାକର୍ମୀ, ମହିଳା ଓ ପୁରୁଷ ସ୍ୱାସ୍ଥ୍ୟ କର୍ମୀ ଓ ଅନ୍ୟ ସ୍ୱାସ୍ଥ୍ୟ ବିଭାଗ ର କର୍ମଚାରୀ ମାନେ ପୋଲିଓ କାର୍ଯ୍ୟ ରେ ନିୟୋଜିତ ଥିଲେ।ଏହାକୁ ଦେଖାରେଖା କରିବା ପାଇଁ ୧୭ ଜଣ ସ୍ୱାସ୍ଥ୍ୟ ସୁପ୍ରଭାଇଜର ନିୟୋଜିତ ହୋଇଥିଲେ। ଚଳିତ ବର୍ଷ ପ୍ରଥମ ପୋଲିଓକରଣ ରେ ଶତ ପ୍ରତିଶତ ରୁ ଉର୍ଦ୍ଧ୍ବ ଶିଶୁ ପୋଲିଓ ବୁନ୍ଦା ଖାଇଥିଲେ।।ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ର ର ସ୍ୱାସ୍ଥ୍ୟ ଅଧିକାରୀ ଡ଼.ରାଜାରାମ ସ୍ୱାଇଁ, ପି ଏଚ ଇ ଓ କ୍ଷୀରାବଧି ବେହେରା, ବି ପି ଏମ ସରୋଜ କୁମାର ମହାପାତ୍ର, ବି ଡ଼ି ଏମ ସତ୍ୟନାରାୟଣ ବାଡ଼ତ୍ୟା ପ୍ରମୁଖ ପୋଲିଓ କରଣ ରେ ସହଯୋଗ କରିଥିଲେ।