ଛତ୍ରପୁର,୧୪/୯ :  ଅଖିଳ ଭାରତ କୃଷକ ସଂଘ ସମନ୍ୱୟ ସମିତି ଆହ୍ୱାନରେ ଦେଶବ୍ୟାପି କେନ୍ଦ୍ର ସରକାରଙ୍କ ଚାଷୀ ବିରୋଧୀ ଓ ଜନ ବିରୋଧୀ ବିଲ୍ ଯଥା- ଚୁକ୍ତିବଦ୍ଧ ଠିକା ଚାଷ କଣ୍ଟ୍ରାକ୍ଟ ଫାରମିଙ୍ଗ୍ ଅଦ୍ୟାଦେଶ ୨୦୨୦, ପରିବେଶଗତ ପ୍ରଭାବ ଆକଳନ ବିଜ୍ଞପ୍ତି ପ୍ରତ୍ୟାହର, କୃଷି ଉତ୍ପାଦନ ଓ ବାଣିଜ୍ୟ ଏବଂ ବ୍ୟବସାୟ ଉତ୍ପାଦନ ଅଦ୍ୟାଦେଶ ପ୍ରତ୍ୟାହର, ଜନ ବିରୋଧୀ ବିଦ୍ୟୁତ୍ ଆଇନ ସଂଶୋଧନ ବିଲ୍ ୨୦୨୦, ଅତ୍ୟାବଶ୍ୟକୀୟ ସାମଗ୍ରୀ ଆଇନ ସଂଶୋଧନ ଅଦ୍ୟାଦେଶ ରଦ୍ଧ କରିବା, ଉନ୍ନତ ରାଷ୍ଟ୍ରମାନଙ୍କ ସହିତ ମୁକ୍ତ ବାଣିଜ୍ୟ ଓ ବ୍ୟବସାୟ ଚୁକ୍ତିନାମା ବାତିଲ କରିବା ଓ ଡିଜେଲ ଦର ବୃଦ୍ଧିକୁ ପ୍ରତ୍ୟାହର କରିବା ଦାବି ନେଇ ରାଜ୍ୟ ଉପସଭାପତି ପି.ହରିକୃଷ୍ଣ ରେଡ୍ଡୀଙ୍କ ନେତୃତ୍ୱରେ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ସମ୍ମୁଖରେ ପ୍ରତିବାଦ କରାଯାଇଥିଲା ।

ଏହି ପ୍ରତିବାଦରେ କୃଷକ ଜିିଲ୍ଲା କମିଟି ସଦସ୍ୟ ଖଲ୍ଲି ସ୍ୱାଇଁ, ଗୋବର୍ଦ୍ଧନ ପାହାନ, ଧର୍ମରାଜ ସ୍ୱାଇଁ, ଭାସ୍କର ପାହାନ, ଖଲି ତରାଇ, କାମରାଜୁ ଛଟେଇ, ଦୁର୍ଯ୍ୟୋଧନ ସ୍ୱାଇଁ, ତ୍ରିନାଥ ବେହେରା ପ୍ରମୁଖ ଯୋଗଦେଇଥିଲେ । ପରେ ଓଡିଶା କୃଷକ ସଭା ଗଂଜାମ ଜିଲ୍ଲା କମିଟି ପକ୍ଷରୁ ଜିଲ୍ଲାରେ ସାରର କଳାବଜାର ବନ୍ଦ କରିବା ଓ ପର୍ଯ୍ୟାପ୍ତ ପରିମାଣରେ ଚାଷୀଙ୍କୁ ସାର ଯୋଗାଇବା ବିଷୟକୁ ନେଇ ଗଞ୍ଜାମ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ସମ୍ମୁଖରେ ବିକ୍ଷୋଭ ପ୍ରଦର୍ଶନ କରିବା ସହ ଏହି ସଂକ୍ରାନ୍ତରେ ଜିଲ୍ଲାପାଳଙ୍କୁ ଏକ ଦାବି ପତ୍ର ପ୍ରଦାନ କରାଯାଇଛି ।

LEAVE A REPLY

Please enter your comment!
Please enter your name here