Odisha news

ଅସହାୟ ବାପାଙ୍କ ଭିନ୍ନକ୍ଷମ ଯାଆଁଳା ଶିଶୁଙ୍କ ପାଇଁ ଆକୁଳ ନିବେଦନ

0

ଛତ୍ରପୁର,୧୪/୯ : ଭିନ୍ନକ୍ଷମ ଯାଆଁଳା ଶିଶୁପୁତ୍ରକୁ ଉତ୍ତମ ଚିକିତ୍ସା ଲାଗି ସରକାରୀ ସହାୟତା ପାଇଁ ସୋମାବର ଅସହାୟ ପିତା କୁଶ ସାହୁ ଛତ୍ରପୁର ଆସି ଗଂଜାମ ଜିଲ୍ଲାପାଳ ବିଜୟ ଅମୃତା କୁଲାଙ୍ଗେଙ୍କ ଦ୍ୱାରସ୍ଥ ହୋଇଛନ୍ତି ।

କୁଶ ପରିବାରର ସମସ୍ତ ବିଷୟ ଜଣାଇବା ପରେ ଜିଲ୍ଲାପାଳ ସହାୟତା କରିବା ଲାଗି ପ୍ରତିଶ୍ରୁତି ଦେଇଥିଲେ । ମୁଖ୍ୟମନ୍ତ୍ରୀଙ୍କ ସହାୟତା ପାଣ୍ଠିରୁ ଅଧିକରୁ ଅଧିକ ସହାୟତା ଲାଗି ଚେଷ୍ଟା କରାଯିବ । ଏଥିଲାଗି ସମସ୍ତ କାଗଜ ପତ୍ରକୁ ତୁରନ୍ତ ପ୍ରଦାନ କରିବା ପାଇଁ କୁଶକୁ ଜିଲ୍ଲାପାଳ ଶ୍ରୀ କୁଲାଙ୍ଗେ କହିଛନ୍ତି ।
ସୂଚାନୁସାରେ, ବ୍ରହ୍ମପୁର ଉପକଣ୍ଠ ବୋରିଗାଁ ଖଣ୍ଡିଆସାହି ନିବାସୀ ତଥା ଶ୍ରମିକ ଭାବେ କାର୍ଯ୍ୟ କରୁଥିବା ଅସହାୟ କୁଶ ସାହୁ ଓ ପତ୍ନୀ ଝୁମୁରୀ ସାହୁଙ୍କ ଯାଆଁଳା ଶିଶୁପୁତ୍ର ଜନ୍ମରୁ ଶାରୀରିକ ଭିନ୍ନକ୍ଷମ ଭାବେ ରହି ଆସୁଛନ୍ତି । ବର୍ତ୍ତମାନ ଉଭୟଙ୍କ ବୟ ୩ ବର୍ଷ ୫ ମାସ ଚାଲିଛି । ବାପା-ମାଆ ଦୁଇ ଯାଆଁଳା ଶିଶୁପୁତ୍ରଙ୍କୁ ଭଲ କରିବା ଲାଗି ବହୁ ଅର୍ଥ ଖର୍ଚ୍ଚ କରି ସାରିଲେଣି ।

କିନ୍ତୁ ଶିଶୁପୁତ୍ରଙ୍କ ଏବେ ସୁଦ୍ଧା ମୁଣ୍ଡ ସଳଖ ହେଉନଥିବା ବେଳେ ଉଭୟେ କଥା କହିପାରୁ ନାହାନ୍ତି । ଚିକିତ୍ସା ପାଇଁ କୁଶଙ୍କ ପ୍ରାୟ ୬ ଲକ୍ଷ ଟଙ୍କା ଖର୍ଚ୍ଚ ହୋଇ ଯାଇଥିବା ବେଳେ ବର୍ତ୍ତମାନ ଅର୍ଥର ଅଭାବ ଯୋଗୁଁ ସେ ଭାଙ୍ଗି ପଡିଛନ୍ତି । ସରକାରଙ୍କ ତରଫରୁ କାଣି କଉଡିଟିଏ ମିଳିନଥିବା ସେ କହିଛନ୍ତି ।

ଆଧାରକାର୍ଡ ନଥିବା ଯୋଗୁଁ ତାଙ୍କୁ ଏଯାବତ୍ ଭିନ୍ନକ୍ଷମ ଭତ୍ତା ବି ମିଳିନାହିଁ । ଏହି ଦୁଇ ଶିଶୁପୁତ୍ରଙ୍କ ପାଇଁ କୁଶ ନିଜ ଜାଗାବାଡି, ସୁନା ଅଳଙ୍କାର ଯାହା ଥିଲା ସବୁ ବିକ୍ରି କରିବା ସହ ଧାରା ଉଧାର କରି ବହୁ ଅର୍ଥ ଖର୍ଚ୍ଚ କରିସାରିଛନ୍ତି । ଏବେ ଅପେକ୍ଷା ସରକାରୀ ସାହାଯ୍ୟ ସହାୟତା ପାଇଲେ ସେ ଦୁହିଁଙ୍କ ଚିକିତ୍ସା କରାଇ ପାରିବ ବୋଲି ଆଶା ରଖିଛନ୍ତି ।

ଯେହେତୁ ସେ ଜଣେ ଶ୍ରମିକ ପ୍ରତ୍ୟେକ ଦିନ କାମ ମିଳୁନଥିବା ଯୋଗୁଁ ପରିବାର ପ୍ରତିପୋଷଣ କରିବା ତାଙ୍କ ପ୍ରତି ଏବେ ଅସମ୍ଭାଳ ହୋଇ ପଡିଛି । ପୂର୍ବରୁ ବାପାଙ୍କ ମୃତ୍ୟୁ ଘଟିଥିବା ବେଳେ ଏବେ ବୃଦ୍ଧା ମାଆ ତାଙ୍କ ସହ ରହୁଛନ୍ତି । ଏଣୁ ବାଧ୍ୟ ହୋଇ ସେ ଗଂଜାମ ଜିଲ୍ଲାପାଳଙ୍କୁ ସାକ୍ଷତ କରି ତାଙ୍କରି ବିଡମ୍ବନା ବିଷୟରେ ଜଣାଇଛନ୍ତି । ସରକାରଙ୍କ ତରଫରୁ କିଛି ସହାୟତା ହେଲେ ସେ ଦୁଇ ଭିନ୍ନକ୍ଷମ ଶିଶୁପୁତ୍ରଙ୍କ ଉତ୍ତମ ଚିକିତ୍ସା କରିପାରିବ ବୋଲି କହିଛନ୍ତି ।

Leave A Reply