Odisha news

ତାମ୍ପରା ପାଟତଡ ରୟତଙ୍କ ପାଇଁ ସ୍ୱତନ୍ତ୍ର ରାସ୍ତା ନିର୍ମାଣ ନିମନ୍ତେ ସଂଘ ପକ୍ଷରୁ ଜିଲ୍ଲାପାଳଙ୍କୁ ସ୍ମାରକ ପତ୍ର ପ୍ରଦାନ

0

ଛତ୍ରପୁର,୧୪/୯ : ତାମ୍ପରା ପାଟତଡ ରୟତ ପାଇଁ ସ୍ୱତନ୍ତ୍ର ରାସ୍ତା ନିର୍ମାଣ ନିମନ୍ତେ ଗଂଜାମ ଜିଲ୍ଲାପାଳ ବିଜୟ ଅମୃତା କୁଲାଙ୍ଗେଙ୍କୁ ଭେଟି ରୟତ ସଂଘ ପକ୍ଷରୁ ଏକ ସ୍ମାରକ ପତ୍ର ପ୍ରଦାନ କରାଯାଇଛି । ପୋଡାପଦର, ହୁମର, ଛତ୍ରପୁର ଓ ପାଲିଆ ଛତ୍ରପୁର ରୟତମାନଙ୍କ ତାମ୍ପରା ପାଟତଡରେ ବିଲ ଓ ପଦର ରହିଛି । ତାମ୍ପରା ହ୍ରଦ ଠାରେ ପ୍ରକଳ୍ପ କାର୍ଯ୍ୟ ଚାଲୁ ରହି ଏକ ପାଚେରୀ ନିର୍ମାଣ କରାଯାଉଛି ।

ଫଳରେ ରୟତମାନେ କେଉଁ ରାସ୍ତାରେ ବିଲ ଓ ପଦରକୁ ଫସଲ ଆଦାୟ କରିବୁ, ଚାଷ କରିବା ପାଇଁ ହଳ, ଶଗଡ, ଟ୍ରାକ୍ଟର ଏ ଗୁଡିକ ନେଇପାରିବୁ ନାହିଁ । ଆମ୍ଭର ଗ୍ରାମ୍ୟ ଜଙ୍ଗଲ ରାସ୍ତା ଯାହାକି ଆମ୍ଭର ଜବରଦଖଲ ରହିଥିଲା ତାହା ଗତଥର ରାସ୍ତା ନିର୍ମାଣ ସମୟରେ ଆମ୍ଭଙ୍କୁ ପ୍ରସ୍ତାବିତ ରାସ୍ତା ପାଇଁ ଆବେଦନ କରିଥିଲୁ ।

କିନ୍ତୁ ବର୍ତ୍ତମାନ ଆମ୍ଭ ଚାଷୀ ମତ ଓ ଲୋକ ମନୋନୀତ ସଭା ନ କରି ରାସ୍ତା ନିର୍ମାଣ ଯୋଗୁଁ ଚାଷୀମାନଙ୍କ ମନରେ ଅସନ୍ତୋଷ ପ୍ରକାଶ ହେଉଛି । ପୂର୍ବପୁରୁଷ ଠାରୁ ଏହି ସ୍ଥାନରେ ଅଛୁ । କିନ୍ତୁ ଆଜି ତାମ୍ପରାରୁ ସୌନ୍ଦର୍ଯ୍ୟ ଓ ଉନ୍ନତି କରଣ ହେଲେ ବି ଆମ୍ଭେ ପ୍ରୋଟେକସନ୍ ୱାଲ୍ ଦ୍ୱାରା ନିଜର ଜାଗାକୁ ଉନ୍ନତି କରିବାରୁ ବଞ୍ଚିତ ହେବୁ । ଆମ୍ଭେ ଫସଲ ସଠିକ୍ ଆଦାୟ ନ କଲେ କିପରି ଚାଷୀ ଋଣ ସୁଝିବୁ ବୋଲି କହିଛନ୍ତି । ଏଣୁ ରୟତମାନଙ୍କ ସୁବିଧା ଲାଗି ଜିଲ୍ଲା ପ୍ରଶାସନ ପକ୍ଷରୁ ଉତ୍ତମ ପଦକ୍ଷେପ ଗ୍ରହଣ କରିବାକୁ ଆଜି ଜିଲ୍ଲାପାଳଙ୍କୁ ରୟତ ସଂଘ ପକ୍ଷରୁ ଏକ ସ୍ମାରକ ପତ୍ର ପ୍ରଦାନ କରାଯାଇଛି ।

Leave A Reply