ଆଜି ଗୋପାଳପୁର ନିର୍ବାଚନ ମଣ୍ଡଳୀ ଅନ୍ତର୍ଗତ ରଣ୍ଢା ପଞ୍ଚାୟତ ର ପଞ୍ଚମା ଗ୍ରାମର ପ୍ରଭୁ ଶ୍ରୀ ହନୁମାନ ଙ୍କ ମନ୍ଦିର ପ୍ରତିଷ୍ଠା ରେ ଯୋଗଦାନ କରିଥିଲେ ଗୋପାଳପୁର ର ଯୁବ ବିଧାୟକ ପ୍ରାର୍ଥୀ ଶ୍ରୀ ବିକ୍ରମ କୁମାର ପଣ୍ଡା ଏବଂ ସାଂସଦ ପ୍ରାର୍ଥୀ ଭୃଗୁ ବକ୍ସସି ପାତ୍ର!ପ୍ରଥମେ ଗ୍ରାମ ବାସି ଙ୍କ ତରଫରୁ ଉଭୟ ନେତା ଙ୍କୁ ପ୍ରତିଷ୍ଠା ସ୍ଥଳ କୁ ପାଛୋଟି ନେବା ସହ ପୁରୋହିତ ମାନେ ବେଦ ମନ୍ତ୍ର ଉଚ୍ଚାରଣ କରି ପ୍ରଭୁ ଙ୍କ ଦର୍ଶନ କରାଇଥିଲେ!ଉଭୟ ପ୍ରାର୍ଥୀ ପ୍ରଭୁ ହନୁମାନ ଙ୍କ ଆଶିଷ ଲାଭ କରି ନିଜ କୁ ଧନ୍ୟ ମନେ କରିଥିଲେ!ପରେ ଚିକରଡ଼ା ଗ୍ରାମ ରେ ଅନୁଷ୍ଠିତ ହେଉ ଥିବା ହନୁମାନ ଙ୍କ ବିଗ୍ରହ ପ୍ରତିଷ୍ଠା ରେ ମଧ୍ୟ ଯୋଗଦାନ କରି ପ୍ରଭୁ ଙ୍କ କୃପା ଲାଭ କରି ଥିଲେ!ଆଜିର ଉକ୍ତ କାର୍ଯ୍ୟକ୍ରମ ରେ ଲୋକ ଙ୍କ ସ୍ନେହ ଓ ଭଲ ପାଇବା ଦେଖି ଦୁଇ ପ୍ରାର୍ଥୀ ଅଭିଭୂତ ହୋଇ ଯାଇ ଥିଲେ!ଆଜିର ଉକ୍ତ କାର୍ଯ୍ୟକ୍ରମ ରେ ବିଧାୟକ ଓ ସାଂସଦ ପ୍ରାର୍ଥୀ ଙ୍କ ସହ ବ୍ଲକ ବିଜେଡି ସଭାପତି ଅଜିତ କୁମାର ଦାସ, ଜିଲ୍ଲା ପରିଷଦ ଉପାଧ୍ୟାକ୍ଷା ରାଜେଶ୍ୱରୀ ଦୋରା,54ନମ୍ବର ଜିଲ୍ଲା ପରିଷଦ ଦୀପକ ସାମନ୍ତ, ଯୁବ ନେତା ସୁଭାଶିଷ ସାହୁ, (ବଣ୍ଟି ), ଭକ୍ତ ବତ୍ସଳ ନାୟକ, ଛାତ୍ର ସଭାପତି ମିଲେନ୍ଦ୍ର ପ୍ରଧାନ, ସ୍ଥାନୀୟ ସରପଞ୍ଚ ଅଜିତ ରାଉଳ, ବ୍ଲକ ଉପାଧ୍ୟାକ୍ଷା ଅନିତା ମହାଙ୍କୁଡ, ବରିଷ୍ଠ ନେତା ଭରତ ପାତ୍ର, ଜିଲ୍ଲା ସାଧାରଣ ସମ୍ପାଦକ ରାମହରି ପାତ୍ର, ବରିଷ୍ଠ ନେତା ପ୍ରତାପ ଚନ୍ଦ୍ର କୋଠିଆ, ପ୍ରମୁଖ ଯୋଗ ଦେଇ ଥିଲେ!