Odisha news

ବିଜେଡ଼ି ବିଧାୟକ ପ୍ରାର୍ଥୀଙ୍କ ଦେବ ଦର୍ଶନ ଓ ଆଶୀର୍ବାଦ କାମନା 

0

ସାକ୍ଷୀଗୋପାଳ : ଆଜି ପବିତ୍ର  ମହା ବିଷୁବ ସଂକ୍ରାନ୍ତି ତଥା ଓଡ଼ିଆ ନବବର୍ଷ ଅବସରରେ ସତ୍ୟବାଦୀ ବିଧାନସଭା ଆସନର  ବିଜୁ ଜନତା ଦଳର ବିଧାୟକ ପ୍ରାର୍ଥୀ ଶ୍ରୀଯୁକ୍ତ ସଞ୍ଜୟ କୁମାର ଦାସବର୍ମା ବ୍ଲକ ଛକ ଶ୍ରୀ ବାଟ ମହାବୀର ଙ୍କୁ ଦର୍ଶନ ଏବଂ ଆଶୀର୍ବାଦ ଭିକ୍ଷା କରିଥିଲେ । ଦୁଗଲ ଗ୍ରାମ ପଂଚାୟତର ମାଆ ମଙ୍ଗଳା,ମାଆ ହିଙ୍ଗୁଳା,ଆରାଧ୍ୟ ଦେବୀ ମାଆ ଦକ୍ଷିଣକାଳୀ, ସାରଙ୍ଗଯୋଡି  ପଞ୍ଚାୟତରେ  ବାବା ହରିଶଙ୍କର,ପ୍ରଭୁ ଶ୍ରୀ ମହାବୀର, ବଳପୁର ପଂଚାୟତର ଭ୍ରୁଗୁ ଘାଟ ମହାବୀର ,ବୀର ରାମଚନ୍ଦ୍ର ପୁର ପଂଚାୟତର ଶ୍ରୀ ଗୋପୀନାଥ,ମାଆ ମଣୀନାଗ ଦୁର୍ଗାଙ୍କ ଦର୍ଶନ ଏବଂ ଆଶିର୍ବାଦ କାମନା  କରିବା ସହିତ ବାର୍ଷିକ ଯଜ୍ଞରେ ଯୋଗଦାନ କରିଥିଲେ। ଶ୍ରୀରାଚନ୍ଦ୍ରପୁର ମାଧିତଳ ସାହି  ମାଆ ମଙ୍ଗଳାଙ୍କୁ ଦର୍ଶନ କରିଥିଲେ।ଶେଷରେ ଦଶବିଦ୍ୟାଧର ରେ ଯାଇ ବାବା ନୀଳକଣ୍ଠେଶ୍ଵରଙ୍କ ଦର୍ଶନ ସହିତ ଖାଇଫୋଡ ଯାତ୍ରାରେ ସାମିଲ ହୋଇଥିଲେ । ଭୀମ  ପୁର ଗ୍ରାମର ଆରାଧ୍ୟ ଦେବୀ ମାଆ ଗଡଚଣ୍ଡୀଙ୍କ ପୀଠରେ  ମାଆ ଙ୍କ ସାନ୍ନିଧ୍ୟ ଲାଭ କରିଥିଲେ।  ପ୍ରସିଦ୍ଧ ଖାଇ ଫୋଡ ଉତ୍ସବରେ ସାମିଲ ହୋଇ ସମସ୍ତଙ୍କର ମଙ୍ଗଳ କାମନା କରିଥିଲେ  । ଏହି କାର୍ଯକ୍ରମରେ ଶ୍ରୀଯୁକ୍ତ ଦାସବର୍ମାଙ୍କ ସହିତ ବ୍ଲକ ଅଧ୍ୟକ୍ଷ ସୁନୀଲ ପଣ୍ଡା, ଉପାଧ୍ୟକ୍ଷାଙ୍କ ପ୍ରତିନିଧି ପ୍ରକାଶ ପ୍ରଧାନ, ପୁର୍ବତନ ଅଧ୍ୟକ୍ଷ ପ୍ରହଲ୍ଲାଦ ଘଟୁଆରୀ,ପ୍ରେମାନନ୍ଦ ବେହେରା, ରାମଚନ୍ଦ୍ର ମହାନ୍ତି, କୃଷ୍ଣଚନ୍ଦ୍ର ସ୍ବାଇଁ, ଦେବାଶିଷ ରାୟ,ସ୍ଵାଧୀନ ଭାରତ ଜେନା,ମାନସ ମହାରଣା,ଯମୁନା ବେହେରା, ପୁଷ୍ପାଞ୍ଜଳି ବିଶ୍ଵାଳ, ଜିଲ୍ଲା ପରିଷଦ ସଭ୍ୟ ନାରାୟଣ ରାଉତରାୟ,ସୁରେଶ କୁମାର ସାହୁଙ୍କ ସମେତ  ଅନ୍ୟମାନେ  ଉପସ୍ଥିତ ଥିଲେ

Govt
Leave A Reply