Odisha news

ବୁଢ଼ୀ ଠାକୁରାଣୀ ମନ୍ଦିର ର ରୂପାନ୍ତରିତକରଣ ନିମନ୍ତେ କାର୍ଯ୍ୟ ର ଶୁଭଆରମ୍ଭ କଲେ ବିଧାୟକ           

0

ଛତ୍ରପୁର,୧୪।୩: ଛତ୍ରପୁର ପୌରପରିଷଦ ଅନ୍ତର୍ଗତ ୧ ୨ ନଂ ୱାର୍ଡ ର ଡାଲଡା ମିଲ ରୋଡ଼ ଠାରେ ବିଜେ କରିଥିବା ବୁଢ଼ୀ ଠାକୁରାଣୀ ମନ୍ଦିର ରୂପାନ୍ତରିକରଣ (ଉନ୍ନତିକରଣ )ନିମନ୍ତେ ମୁଖ୍ୟମନ୍ତ୍ରୀ ସ୍ୱତନ୍ତ୍ର ସହାୟତା ଯୋଜନା ରେ ୫ ଲକ୍ଷ ଟଙ୍କା ପ୍ରଦାନ କରାଯାଇଛି, ଏନେଇ ଗୁରୁବାର ଛତ୍ରପୁର ବିଧାୟକ ସୁବାଷ ଚନ୍ଦ୍ର ବେହେରା ମୁଖ୍ୟ ଅତିଥି ଭାବେ ଯୋଗଦେଇ ପୂଜାର୍ଚନା କରିବା ସହିତ କାର୍ଯ୍ୟ ର ଶୁଭାରମ୍ଭ କରିଥିଲେ, ଏହି ଅବସର ରେ ୧ ୨ ନଂ କାଉନସିଲର ବି. ନିଶ୍ଚଳା ଓ ମନ୍ଦିର କମିଟି ର ବରିଷ୍ଠ ସଦସ୍ୟ ବାଉରୀ ବନ୍ଧୁ ଗୌଡ଼ ନଡ଼ିଆ ଭାଙ୍ଗି ମନ୍ଦିର ର ଉନ୍ନତି ସକାଶେ ସମସ୍ତଙ୍କ ସହଯୋଗ କାମନା କରିଥିଲେ, ଏଥିରେ ଅନ୍ୟମାନଙ୍କ ମଧ୍ୟରେ ୮ ନଂ କାଉନସିଲର କେ. ରମେଶ, ୯  ନଂକାଉନସିଲର ପ୍ରୀତିଛନ୍ଦା ସାମଲ, ୧୧ ନଂ କାଉନସିଲର ସନ୍ତୋଷୀ ସେଠି, ଛତ୍ରପୁର ନଗର ବିଜେଡି ସଭାପତି ବି. ରାଜୁବାବୁ, ପୂର୍ବତନ ନଗର ବିଜେଡି ସଭାପତି ଦିବାକର ବେହେରା, ଯୁବ ବିଜେଡି ଛତ୍ରପୁର ନିର୍ବାଚନ ମଣ୍ଡଳୀ ସଭାପତି ସନମୂଖ ପଟ୍ଟନାୟକ, ଅଟଳ ବିହାରୀ ପଟ୍ଟନାୟକ, ରବିନ୍ଦ୍ର ସାହୁ,ବି. ଗୋପାଳ ସ୍ୱାମୀ ଙ୍କ ସମେତ ମନ୍ଦିର କମିଟି ର ସମସ୍ତ ସଦସ୍ୟ ଓ ଆଖ ପାଖ ଅଂଚଳ ର ଶ୍ରଦ୍ଧାଳୁ ମାନେ ଉପସ୍ଥିତ ଥିଲେ

Leave A Reply