Odisha news

ଗ୍ରାମୀଣ ଶିଳ୍ପ ଉଦ୍ୟାନ ଅଗ୍ରଗତିର ସମୀକ୍ଷା ଏବଂ ବିଭିନ୍ନ କାର୍ଯ୍ୟ ବୁଲି ଦେଖିଲେ ଓରମାସ ସିଇଓ 

0
ଛତ୍ରପୁର , ୦୮/୧୦ : ଓଡିଶା ସରକାରଙ୍କ ପଞ୍ଚାୟତରାଜ ଓ ପାନୀୟଜଳ ବିଭାଗର ଅତିରିକ୍ତ ସଚିବ ତଥା ଓରମାସ ସିଇଓ ପୁନମ ଗୁହା ଗଂଜାମ ଜିଲ୍ଲା ଗ୍ରସ୍ତରେ ଆସି ଗ୍ରାମୀଣ ଶିଳ୍ପ ଉଦ୍ୟାନ (ରୁରାଲ ଇଣ୍ଡଷ୍ଟ୍ରିଆଲ ପାର୍କ)ର ଅଗ୍ରଗତିର ସମୀକ୍ଷା କରିଛନ୍ତି । ଏହା ସହିତ ଛତ୍ରପୁର , ଗଂଜାମ , ହିଞ୍ଜିଳି, ଶେରଗଡ ସମେତ ବିଭିନ୍ନ ଅଂଚଳ ପରିଦର୍ଶନ କରି ଗ୍ରାମାଞ୍ଚଳରେ ପିଜି ଓ ମିଶନ ଶକ୍ତି ସଦସ୍ୟାମାନଙ୍କ ଜୀବିକା ବୃଦ୍ଧି ପାଇଁ କରାଯାଇଥିବା ପ୍ରକଳ୍ପ ଗୁଡିକ ତଦାରଖ କରି ଆଲୋଚନ କରିଥିଲେ । ପ୍ରଥମେ ଛତ୍ରପୁର ବ୍ଲକ ଅନ୍ତର୍ଗତ ଚମାଖଣ୍ଡି ଠାରେ ଥିବା ରୁରାଲ ଇଣ୍ଡଷ୍ଟ୍ରିଆଲ ପାର୍କ ବୁଲି ଦେଖିବା ସହିତ ଖାଦ୍ୟ ଉତ୍ପାଦକ ୟୁନିଟ, ଉତ୍ପାଦକ ଗୋଷ୍ଠୀ ଓ ମିଶନ ଶକ୍ତିର ସଦସ୍ୟାଙ୍କ ଦ୍ୱାରା କରାଯାଇଥିବା ଝାଡୁ ପ୍ରସ୍ତୁତ , ଚିନା ବାଦମରୁ ତେଲ ପ୍ରସ୍ତୁତ, କିଆପତ୍ର ରୁ କରାଯାଉଥିବା ବିଭିନ୍ନ ସାମଗ୍ରୀ, ମିକ୍ସଚର ୟୁନିଟ, ଚିଲ ଓ ଟମାଟ ସସ୍ ସହିତ ବିଭିନ୍ନ କାର୍ଯ୍ୟ ଦେଖିଥିଲେ । ଛତ୍ରପୁର ଠାରେ ଥିବା ମିଶନ କାଫେ ଓ ଗଂଜାମ ହାଟ , ଦୀନ ଦୟାଲ ଉପାଧ୍ୟୟ ଗ୍ରାମୀଣ କୌଶଲ୍ୟ ଯୋଜନା ଦ୍ୱାରା ପରିଚାଳିତ ଦକ୍ଷତା ବିକାଶ କେନ୍ଦ୍ର ପରିଦର୍ଶନ କରିଥିଲେ । ସେଠାରେ ପ୍ରଶିକ୍ଷାର୍ଥୀମାନଙ୍କୁ ପ୍ରଦାନ କରାଯାଉଥିବା ତାଲିମ ଏବଂ ପ୍ରାକ୍ଟିକାଲ କ୍ଲାସ ସମ୍ବନ୍ଧରେ ଆଲୋଚନା କରିଥିଲେ । ଏହାପରେ ନରେନ୍ଦ୍ରପୁର ଠାରେ ଛତୁ ଚାଷ, ଦୁଗ୍ଧ ଚାଷ ଏବଂ ଗଂଜାମ ବ୍ଲକର ରାମଗଡ ଠାରେ ହୋଇଥିବା ଅର୍କିଟ ଚାଷ ବୁଲି ଦେଖିଥିଲେ । ଏହି ପରିଦର୍ଶନ ବେଳେ ଗଂଜାମ ଜିଲ୍ଲାପରିଷଦର ମୁଖ୍ୟ ଉନ୍ନୟନ ଅଧିକାରୀ ଭି.କୀର୍ତ୍ତି ଭାସନ, ଓଡିଶା ଜୀବିକା ମିଶନର ଜିଲ୍ଲା ପ୍ରକଳ୍ପ ସଂଯୋଜକ ନବୀନ ସେନାପତି, ଓରମାସର ଡେପୁଟି ସିଇଓ ସତ୍ୟସୁନ୍ଦର ପାଇଟାଲ , ଛତ୍ରପୁର ବିଡିଓ ସୁଶାନ୍ତ କୁମାର ବରାଳ, ଏବିଡିଓ ଜୟଶ୍ରୀ ନାୟକଙ୍କ ସମେତ ଉତ୍ପାଦକ ଗୋଷ୍ଠୀ, ଏମବିକେ, ସିଆରପି, ବ୍ୟାଙ୍କ ମିତ୍ରଙ୍କ ସମେତ ମିଶନ ଶକ୍ତିର ମା ମାନେ ଉପସ୍ଥିତ ଥିଲେ ।
Leave A Reply