ଆଇଆରଇଏଲ କମ୍ପାନୀର ମୃତ କର୍ମଚାରୀଙ୍କ ପରିବାର ସଦସ୍ୟଙ୍କୁ ନିଯୁକ୍ତି ପ୍ରଦାନ କରିବା ଦାବୀ ନେଇ : ପୁଣି ଆନ୍ଦୋଳନକୁ ଓହ୍ଲାଇବେ ମୃତକଙ୍କ ପରିବାର ବର୍ଗ ।
ଛତ୍ରପୁର , ୦୮/୧୦ : ଗଂଜାମ ଜିଲ୍ଲା ଛତ୍ରପୁର ନିକଟ ଆଇଆରଇଏଲ କମ୍ପାନୀର କର୍ମଚାରୀଙ୍କ ମୃତ୍ୟୁପରେ ମୃତକଙ୍କ ପରିବାର ସଦସ୍ୟଙ୍କୁ ନିଯୁକ୍ତି ଦେବାରେ ଅହେତୁକ ବିଳମ୍ବ ଯୋଗୁଁ ମୃତକ ପରିବାର ସଦସ୍ୟ ମାନେ ପୁଣି ଆନ୍ଦୋଳନକୁ ଓହ୍ଲାଇବେ । ସେମାନଙ୍କୁ ନିଯୁକ୍ତି ଦାବୀ ନେଇ ଆସନ୍ତା ୧୭ ତାରିଖ ରୁ ଦାବୀ ପୂରଣ ହେଲା ପର୍ଯ୍ୟନ୍ତ ଆଇଆରଇଏଲ କମ୍ପାନୀର ମୁଖ୍ୟ ଫାଟକ ସମ୍ମୁଖରେ ଧାରଣା ଦିଆଯିବ ବୋଲି ମୃତକଙ୍କ ପରିବାର ସଦସ୍ୟ ମାନେ କହିଛନ୍ତି । ଏ ସମ୍ବନ୍ଧରେ ରବିବାର ଏ.ତୋଟାପଲ୍ଲୀ ସ୍ଥିତ ବ୍ୟାଘ୍ରଦେବୀ ମନ୍ଦିର ପ୍ରାଙ୍ଗଣରେ ଶ୍ରମିକ ନେତା ଅଜୟ କୁମାର ଚୈାଧୂରୀଙ୍କ ଅଧ୍ୟକ୍ଷତାରେ ଏକ ପ୍ରସ୍ତୁତି ବୈଠକ ଅନୁଷ୍ଠିତ ହୋଇଥିଲା । ଏଥିରେ ଛତ୍ରପୁର ଏନଏସିର ପୂର୍ବତନ ନଗରପାଳ ତଥା ଆଇନଜିବୀ ରାମଚନ୍ଦ୍ର ବେହେରା, ନାରୀନେତ୍ରୀ ନିଳାଦ୍ରୀ ପ୍ରଧାନ ଓ ଇଜୁ ଆମିନ୍ ଖାନ ପ୍ରମୁଖ ଯୋଗଦେଇ ମୃତକଙ୍କ ପରିବାର ସଦସ୍ୟଙ୍କୁ କମ୍ପାନୀ ପକ୍ଷରୁ ତରନ୍ତ ନିଯୁକ୍ତି ପ୍ରଦାନ କରିବା ନିମନ୍ତେ ସେମାନେ ଦାବୀ କରିଥିଲେ । ନଚେତ ଆଗାମୀ ଦିନରେ ସେମାନଙ୍କ ହକ୍ ନିମନ୍ତେ ବଡ ଧରଣର ଆନ୍ଦୋଳନ କରାଯିବ ବୋଲି ମଧ୍ୟ ସେମାନେ କହିଥିଲେ । ମୃତକଙ୍କ ପରିବାର ସଦସ୍ୟଙ୍କୁ ନିଯୁକ୍ତି ପ୍ରଦାନ ନିମନ୍ତେ ପୂର୍ବରୁ ବହୁବାର ଆନ୍ଦୋଳନ କରାଯିବ ସହିତ କମ୍ପାନୀ , ଜିଲ୍ଲାପ୍ରଶାସନ ଠାରୁ ବିଭିନ୍ନ ବିଭାଗର ଅଧିକାରୀଙ୍କୁ ଅବଗତ କାରଯାଇଛି । କମ୍ପାନୀ କର୍ତ୍ତୃପକ୍ଷ ଏହା ପ୍ରତି ଗୁରୁତ୍ୱ ଦେଉ ନାହାଁନ୍ତି । ଯାହାଫଳରେ ମୃତକଙ୍କ ପରିବାର ବର୍ଗ ବହୁ ଅସୁବିଧାର ସମ୍ମୁଖୀନ ହେଉଛନ୍ତି । ସେମାନଙ୍କୁ ନିଯୁକ୍ତି ପ୍ରଦାନ ଦେବା ନିମନ୍ତେ ବିଭିନ୍ନ ନୀୟମାବଳୀ ରହିଥିଲେ ସୁଦ୍ଧା କମ୍ପାନୀ କର୍ତ୍ତୃପକ୍ଷ ସେମାନଙ୍କୁ ନିଯୁକ୍ତି ଦେବାରେ କାହିଁକି ବିଳମ୍ବ କରୁଛନ୍ତି ତାହା ସଂନ୍ଦେହ ଜନକ ବୋଲି ମଧ୍ୟ ସେମାନେ ଅଭିଯୋଗ କରିଛନ୍ତି ।
ଗତ ୩ତାରିଖ ଦିନ ମୃତଙ୍କ ପରିବାର ସଦସ୍ୟଙ୍କୁ ନିଯୁକ୍ତି ଦାବୀ ନେଇ ଗଂଜାମ ଜିଲ୍ଲାପାଳ, ଆରଡିସି ଏବଂ କମ୍ପାନୀ କର୍ତ୍ତୃପକ୍ଷଙ୍କ ଉଦ୍ଦେଶ୍ୟରେ ଦାବୀ ପତ୍ର ଗୁଡିକ ପ୍ରଦାନ କରାଯାଇଛି । ମୃତକଙ୍କ ପରିବାର ସଦସ୍ୟଙ୍କୁ ଥଇଥାନ ଯୋଜନାରେ ୨୦୧୫ -୧୭ ବର୍ଷ ମଧ୍ୟରେ ୨୦ଜଣ ମୃତକଙ୍କ ସଦସ୍ୟଙ୍କୁ ନିଯୁକ୍ତି ପ୍ରଦାନ କରାଯାଇଥିଲେ ସୁଦ୍ଧା ଆଉ ବଳକା ମୃତକଙ୍କ ପରିବାର ସଦସ୍ୟଙ୍କୁ ନିଯୁକ୍ତି ଦେବାରେ କାହିଁକି ଅବହେଳା କରାଯାଉଛି ବୋଲି ମଧ୍ୟ ସେମାନେ ଅଭିଯୋଗ କରିଛନ୍ତି । ଆଗାମୀ ଦିନ ସେମାନଙ୍କ ହକ୍ ଏବଂ ପରିବାର ପ୍ରତିପୋଷଣ କରିବା ନିମନ୍ତେ ଆନ୍ଦୋଳନ କରାଯିବ । ଏହି ଆନ୍ଦୋଳନରେ ଅଂଚଳର ଜନପ୍ରତିନିଧୀ, ବିଭିନ୍ନ ରାଜନୈତିକ ଦଳର ନେତା , ବିଭିନ୍ନ ଶ୍ରମିକ ୟୁନିୟନର କର୍ମକର୍ତ୍ତା ଏବଂ ମୃତକଙ୍କ ପରିବାର ସଦସ୍ୟ ମାନେ ଏଥିରେ ସାମିଲ ହୋଇ ଧାରଣା ବସିବେ ବୋଲି କୁହାଯାଇଛି । ଏହି ପ୍ରସ୍ତୁତି ବୈଠକରେ ତପନ କୁମାର ପାତ୍ର, ଜିତୁ ରଣସିଂହ , ରଂଜିତ କୁମାର ବେହେରା, ମହମ୍ମଦ ନାସିରମୁଦିନ, ଅବନୀକାନ୍ତ ସାହୁ, ବାହିନୀପତି ବେହେରା ଓ ସୁବ୍ରତ କୁମାର ରଥଙ୍କ ସମେତ ବହୁ ମୃତକଙ୍କ ପରିବାରର ସଦସ୍ୟ ମାନେ ଉପସ୍ଥିତ ଥିଲେ ।