କଂଗ୍ରେସ ନେତା ତଥା ପୂର୍ବତନ ଅର୍ଥ ମନ୍ତ୍ରୀ ପି ଚିଦମ୍ବରମ୍ ଓ ତାଙ୍କ ଲୋକସଭା ସାଂସଦ ପୁତ୍ର କାର୍ତି ଚିଦମ୍ବରମ୍ଙ୍କ ନାମରେ ପ୍ରବର୍ତ୍ତନ ନିର୍ଦେଶାଳୟ(ଇଡି) ଆଜି ଚାର୍ଜସିଟ୍
ନୂଆଦିଲ୍ଲୀ: କଂଗ୍ରେସ ନେତା ତଥା ପୂର୍ବତନ ଅର୍ଥ ମନ୍ତ୍ରୀ ପି ଚିଦମ୍ବରମ୍ ଓ ତାଙ୍କ ଲୋକସଭା ସାଂସଦ ପୁତ୍ର କାର୍ତି ଚିଦମ୍ବରମ୍ଙ୍କ ନାମରେ ଆଇଏନ୍ଏକ୍ସ ମିଡିଆ ମନି ଲଣ୍ଡରିଂ ମାମଲାରେ ପ୍ରବର୍ତ୍ତନ ନିର୍ଦେଶାଳୟ(ଇଡି) ଆଜି ଚାର୍ଜସିଟ୍ ଦାଖଲ କରିଛି। ଏହି ତଦନ୍ତକାରୀ ସଂସ୍ଥା ଦ୍ୱାରା ଚିଦମ୍ବରମ୍ ବାପପୁଅଙ୍କ ସମେତ ଅନ୍ୟମାନଙ୍କ ନାମରେ ସ୍ୱତନ୍ତ୍ର ବିଚାରପତି ଅଜୟ କୁମାର କୁହରଙ୍କ ଅଦାଲତରେ ଇ-ଚାର୍ଜସିଟ୍ ପ୍ରକୃତରେ ସୋମବାର ଦାଖଲ ହୋଇସାରିଛି।
ତେବେ ଅଦାଲତ ସ୍ୱାଭାବିକ କାର୍ଯ୍ୟ କଲା ବେଳକୁ ଚାର୍ଜସିଟ୍ର ଏକ ହାର୍ଡକପି ମଧ୍ୟ ଦାଖଲ କରିବାକୁ ଇଡିକୁ ବିଚାରପତି କହିଛନ୍ତି। ୨୦୧୯ ଅଗଷ୍ଟ ୨୧ରେ ଚିଦମ୍ବରମ୍ ଗିରଫ ହୋଇଥିବା ବେଳେ ଅକ୍ଟୋବର ୨୨ ତାରିଖରେ ସୁପ୍ରିମ୍କୋର୍ଟ ତାଙ୍କୁ ଜାମିନ ଦେଇଥିଲେ। ଆଉ ୨୦୦୭ରେ କାର୍ତିଙ୍କ ବାପା ମନ୍ତ୍ରୀ ଥିବା ବେଳେ ବେଆଇନ ଭାବେ ବିପୁଳ ବିଦେଶୀ ନିବେଶ ସଂଗ୍ରହ କରିଥିଲେ।