Odisha news

ନୟାଗଡ଼ରେ ପ୍ରଥମ ଗୋଷ୍ଠୀ ସଂକ୍ରମଣ : ୨ ଗାଁ କଣ୍ଟେନ୍ମେଣ୍ଟ ଓ ୨ଟି ଗାଁକୁ ବଫର ଜୋନ ଘୋଷଣା

0

ନୟାଗଡ଼ : ନୟାଗଡ଼ରେ ଜିଲ୍ଲାରେ କୋଭିଡ-୧୯ ଭୂତାଣୁ ତାର କାୟା ବିସ୍ତାର କରିବାରେ ଲାଗିଛି । ସଂଗରୋଧ କେନ୍ଦ୍ରରେ ସଂକ୍ରମଣ ସମୀତ ନ ରହି ତାହା ଏବେ ଗୋଷ୍ଠୀ ସଂକ୍ରମଣ ରୂପ ଧାରଣ କରିଛି । ଜିଲ୍ଲାର ନୟାଗଡ଼ ସଦରମହକୁମା ନୟାଗଡ଼ ବ୍ଲକ ବାଲୁଗାଁ ଗ୍ରାମ ପଞ୍ଚାୟତ ଖେଡ଼ପଡ଼ା ଗାଁରେ ଜଣେ ବ୍ୟକ୍ତିଙ୍କ ଠାରେ କରୋନା ଭୂତାଣୁ ଚିହ୍ନଟ ହେବା ପରେ ପରିସ୍ଥିତି ଅଧିକ ଚିନ୍ତାଜନକ ହୋଇଛି । ଏହାକୁ ଆଖିରେ ରଖି ଜିଲ୍ଲାପାଳ ପୋମା ଟୁଡ଼ୁ ଖେଡ଼ପଡ଼ା ଓ ପନିକଟବର୍ତ୍ତୀ ଜୟମଙ୍ଗଳପ୍ରସାଦକୁ କଣ୍ଟେନମେଣ୍ଟ ଜୋନ ଭାବେ ଘୋଷଣା କରିଛନ୍ତି ।
କରୋନା ଭୂତାଣୁ ନୟାଗଡ଼ ଜିଲ୍ଲାର ସଂଗରୋଧ କେନ୍ଦ୍ରର ସୀମାସରହଦ ଟପି ଗୋଷ୍ଠୀ ସଂକ୍ରମଣର ରୂପ ନେଇଛି ।

ନୟାଗଡ଼ ବ୍ଲକ ବାଲୁଗାଁ ପଞ୍ଚାୟତ ଖେଡ଼ପଡ଼ା ଗାଁର ଜଣେ ସାଧାରଣ ବ୍ୟକ୍ତିଙ୍କ ଠାରେ କରୋନା ପଜିଟିଭ ଚିହ୍ନଟ ହେବା ପରେ ଏକଥା ନିଶ୍ଚିତ ହୋଇଛି । ସଂପୃକ୍ତ ବ୍ୟକ୍ତିଙ୍କୁ ଭୁବନେଶ୍ୱରରେ ଚିକିତ୍ସା କରାଯାଉଛି । ତାଙ୍କ ସଂସ୍ପର୍ଷରେ ଆସିଥିବା ବ୍ୟକ୍ତିଙ୍କ ସଂପର୍କରେ ସୂଚନା ସଂଗ୍ରହ କରିବା କାର୍ଯ୍ୟକୁ ଜୋର କରାଯାଇଛି । ଅନ୍ୟପକ୍ଷେ କଥିତ ପଞ୍ଚାୟତ ଗୋଷ୍ଠୀ ସଂକ୍ରମଣ ଗ୍ରାମ ଖେଡ଼ପଡ଼ା ଓ ତାର ନିକଟବର୍ତ୍ତୀ ଗାଁ ଜୟମଙ୍ଗଳପ୍ରସାଦ କୁ କଣ୍ଟେନମେଣ୍ଟ ଅଞ୍ଚଳ ଭାବେ ଘୋଷଣା କରାଯାଇଛି । ଉକ୍ତ ଦୁଇଟି ଗାଁର ସୀମା ସିଲ କରାଯାଇଛି ।

ସଂପୃକ୍ତ ଅଞ୍ଚକୁ ବାହାରୁ କୌଣସି ବ୍ୟକ୍ତି ପ୍ରବେଶରେ ନିଶେଧାଦେଶ ଜାରି ହୋଇଛି । ସେହିପିରି ସଂପୃକ୍ତ ଗାଁର କୌଣସି ବ୍ୟକ୍ତି ଜରୁରୀକାଳୀନ ସ୍ୱାସ୍ଥ୍ୟ ସେବା ବ୍ୟତିରକେ ବାହାରକୁ ଯାତାୟତ ଉପରେ କଟକଣା ଜାରି ହୋଇଛି । ସଂପୃକ୍ତ ଅଞ୍ଚଳରେ ଅତ୍ୟାବଶ୍ୟକ ସାମଗ୍ରୀ, ଓøଷଧ ଆଦି ପହଞ୍ଚାଇବାକୁ ଜିଲ୍ଲା ପ୍ରଶାସନ ବ୍ୟବସ୍ଥା ଗ୍ରହଣ କରିଛି । ଉକ୍ତି ଦୁଇ ଟି ଗାଁ ପାଶ୍ୱବର୍ତ୍ତୀ କାଦୁଆ ଏବଂ ଖଡ୍ଗପ୍ରସାଦ ଗ୍ରାମକୁ ବଫର ଜୋନ ଘୋଣୋ କରାଯାଇଛି । ସେଠାରେ ମଧ୍ୟ କରୋନା ସମ୍ବନ୍ଧିୟ ସମସ୍ତ କଟକଣା ଜାରି ହୋଇଛି । ଜିଲ୍ଲାପାଳ ପୋମା ଟୁଡ଼ୁ ଏନେଇ ୨ ଜୁନ୍ ରେ ବିଦ୍ଧିବଦ୍ଧ ନିଦେ୍ର୍ଦଶନାମା ଜାରି କରିବା ପରେ ପ୍ରଶସନିକ ସ୍ତରରେ ସଂପୃକ୍ତ ଅଞ୍ଚଳ ପ୍ରତି ସମସ୍ତ ପ୍ରକାର ସତର୍କ ଦୃଷ୍ଟି କେନ୍ଦ୍ରୀତ ହୋଇଛି ।

Leave A Reply

Your email address will not be published.