ଜମୁନା ରିୟଲିଟି ଦ୍ୱାରା ଜାତୀୟ ରାଜପଥ ଓ ସରକାରୀ ମୂଲ୍ୟବାନ ଜମି ହଡପ : ସଙ୍କୁଚିତ ହେଉଛି ରାଜପଥ, ଜାତାୟାତରେ ହେଉଛି ଘୋର ସମସ୍ୟା
ଚଣ୍ଡିଖୋଲ, ୨୫/୭ : ଯାଜପୁର ଜିଲ୍ଲାର ଚଣ୍ଡିଖୋଲ ବଜାରର ମଧ୍ୟସ୍ଥଳୀ ଓ ଆରଟିଓ ଅଫିସ ସମ୍ମୁଖ କୋଟି ଟଙ୍କାର ମୂଲ୍ୟବାନ ରାଜସ୍ୱ ବିଭାଗ ଅଧନ ସରକାରୀ ଜମି ଓ ଜାତୀୟ ରାଜପଥ ଜମି ସମେତ ରାଜପଥର ବ୍ୟାପକ ଅଶକୁ ଜମୁନାରିୟଲିଟି ନାମକ ଏକ ରିୟଲ ଇଷ୍ଟେଟ କମ୍ଫାନୀ ଜବର ଦଖଲ କରି ନିଜ ଅକ୍ତିଆରରକୁ ନେବାସହ ସେହି ଜବର ଦଖଲ ଜମିରେ ସ୍ଥାୟୀ ନିର୍ମାଣ କରିଚାଲିଛି। ବଜାରର ଗହଳି ସ୍ଥାନରୁ ସରକାରୀ ଜମି ଓ ଜାତୀୟ ରାଜପଥ ଜମି ଏବଂ ରାଜପଥକୁ ବେଆଇନ ଭାବେ ଅକ୍ତିଆର କରି ନିର୍ମାଣ ଚାଲିଥିବାରୁ ଏହା ସର୍ବସାଧାରଣ ରାସ୍ତାକୁ ସଙ୍କୁଚିତ କରିଚାଲିଛି । ଫଳରେ ସେହି ସ୍ଥାନରେ ଭିଷଣ ଟ୍ରାଫିକ ସମସ୍ୟା ଦେଖାଦେଉଛି। ଉକ୍ତ ସସ୍ଥାର ଯୋଜନାବଦ୍ଧ ଚଞ୍ଚକତା ପାଇଁ ଏବେ ଆର ଟି ଓ ଅଫିସ ଓ ଦମକଳ କେନ୍ଦ୍ର ଠାରୁ ବଜାରର ମୁଖ୍ୟ ଛକକୁ ସର୍ବସାଧାରଣ ଚଳାଚଳ ବାଧାପ୍ରାପ୍ତ ହେଉଛି ।
ବିଶେଷକରି ଜାତୀୟ ରାଜପଥର ମୁଖ୍ୟରାସ୍ତା ପାରଶ୍ୱ ସରଭିସ ରୋଡପ ପାଇଁ ଏହି ଜବରଦଖଲ ସ୍ଥାୟୀ ସମସ୍ୟା ଶୃଷ୍ଟି କରୁଛି। ଚଣ୍ଡିଖୋଲ ପରି ଏକ ବ୍ୟସ୍ତବହୁଳ ଛକ ଓ ତିନୋଟି ଜାତୀୟ ରାଜପଥର ସଯୋଗ ସ୍ଥଳରେ ଗୋଟିଏ ବେସରକାରୀ ସସ୍ଥା ସରକାରୀ ତଥା ଜାତୀୟ ରାଜପଥକୁ ଜବରଦଖଲ କରି ସେଠାରେ ନିଜର ସ୍ଥାୟୀ ନିର୍ମାଣ ଚଳାଇ ଥିଲେ ମଧ୍ୟ ଏପରି ବେଆଇନ କାମକୁ ରୋକିବା ପାଇଁ କେହି ଦୃଷ୍ଟି ଦେଉନାହାନ୍ତି। ଏହି ସସ୍ଥା ତାର ବିଲଡଙ୍ଗର ସାମନା ପଟେ ଜାତୀୟ ରାଜପଥ ଜମି ଓ ପଛପଟ ଜଥା ଦୁଇ ପାଖରେ ବ୍ୟାପକ ମୂଲ୍ୟ ବାନ ଅନାବାଦୀ ଜମି ଜବର ଦଖଲ କରି ପ୍ରାଚିର ନିର୍ମାଣ କରିବା ସହ ବିଜୁଳି ଟ୍ରାନ୍ସଫରମର ବସାଇଛି। ଏପରି ସରକାରୀଜମି ଜବର ଦଖଲ ନେଇ ସ୍ଥାନୀୟ ପଞ୍ଚାୟତ ନେତୃମଣ୍ଡଳୀ ଓ ବଜାର ବାସୀଙ୍କ ପଖ୍ୟରୁ ବାରମ୍ବାର ଦର୍ପଣ ତହସିଲଦାର ଓ ଯାଜପୁର ଜିଲ୍ଲାପାଳଙ୍କ ନିକଟରେ ଅଭିଯୋଗ ହୋଇଥିଲେ ମଧ୍ୟ ଅଦ୍ୟାବଧି କୌଣସି କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଉନାହିଁ। ଏହି ସରଭିସ ରୋଡରେ ପ୍ରତିଦିନ ସହ ସହ ଗାଡି ମାଲ ପରିବହନ କରିବା ସହ ବିଭିନ୍ନ ପର୍ଯ୍ୟଟନ ସ୍ଥାନକୁ ପର୍ଯ୍ୟଟକ ମାନେ ଯିବା ଆସିବା କରିଥାନ୍ତି ।
ଏହି ସସ୍ଥା ସର୍ବସାଧାରଣ ଜମି ଓ ରାସ୍ତା ମାଡିବସିଥିବାରୁ ଦିନରାତି ସବୁବେଳେ ଏଠାରେ ରାସ୍ତାଯାମ ହେଉଛି ଯାହା ସମଗ୍ର ବଜାର ଅଞ୍ଚଳରେ ସମସ୍ୟା ଶୃଷ୍ଟି କରୁଛି । ଏବେ ଏହି ସସ୍ଥା ଜାତୀୟ ରାଜପଥର ସରଭିସ ରୋଡ ଓ ବାଜାର ପାଖ ୨୦ଫୁଟ ପାଦଚଲା ରାସ୍ତାକୁ ମଧ୍ୟ ଜବର ଦଖଲକରି ତାର ସ୍ଥାୟୀ ନିର୍ମାଣ କରୁଛି। ଫଳରେ ସେହି ରାସ୍ତାଦେଇ ନିଆଲିଭା ଦମକଳ ଗାଡି ମଧ୍ୟ ଯିବା ଆସିବା କରିବାରେ ସମସ୍ୟା ହେଉଛି। ଏକ ଘରୋଇ ରିୟଲଷ୍ଟେଟ ସସ୍ଥାର ଏପରି ବେଆଇନ କାମକୁ ରୋକିବା ଓ ଜବର ଦଖଲ ଉଛେଦ ପାଇଁ ବୁଦ୍ଧିଜୀବୀ ମହଲରୁ ଯାଜପୁର ଜିଲ୍ଲାପାଳ ଓ ଦର୍ପଣ ତହସିଲ ଦାରଙ୍କ ନିକଟରେ ଦାବି ହୋଇଛି।
Comments are closed.