Odisha news

ଜାପାନର ୧୩ବର୍ଷ ବୟସ ବାଳିକା ଟୋକିଓ ଅଲମ୍ପିକରେ ସୁନା ମେଡାଲ ଜିତିଲେ

ଟୋକିଓ: ଜାପାନର ୧୩ବର୍ଷ ବାଳିକା ଟୋକିଓ ଅଲମ୍ପିକରେ ପ୍ରଥମ ମହିଳା ସ୍କେଟ ବୋର୍ଡିଂ ଚମ୍ପିୟନ ହେବା ଦେଶ ପାଇଁ ଗୋଲ୍ଡ ମେଡାଲ ଜିତିଛନ୍ତି।
ନିଶିୟା ମୋମିଜିଙ୍କ ଏହି ସଫଳତା ପାଇଁ ବିଭିନ୍ନ ଆଡୁ ତାଙ୍କ ପାଖକୁ ପ୍ରଶଂସାର ସୁଅ ଛୁଟି ଆସୁଛି। ନିଶିୟା ମାତ୍ର ୧୩ବର୍ଷ ବୟସରେ ୩୩୦ଦିନରେ ନିଶିଆ ଦେଶ ପାଇଁ ଗୌରିବ ଆଣିଛନ୍ତି। ସେ ୧୫.୨୬ ସ୍କୋର କରି ବିଜୟୀ ହୋଇଥିଲେ।

ପ୍ରଥମଥର ଟୋକିଓ ଅଲମ୍ପିକରେ ସ୍କେଟ ବୋର୍ଡିଂ ଖେଳକୁ ସାମିଲ କରାଯାଇଛି। ବ୍ରାଜିଲର ୧୩ବର୍ଷ ବୟସ୍କା ରିସେ ଲିଲ ୧୪.୬୪ ସ୍କୋର କରି ସିଲଭର ମେଡାଲ ହାସଲ କରିଥିବା ବେଳେ ୧୪.୪୯ ସ୍କୋର କରି  ବ୍ରୋଞ୍ଜ ମେଡାଲ ୧୬ବର୍ଷର ନାୟାକାମା ଫୁନାଙ୍କୁ ମିଳିଛି। ଏହି ପ୍ରତିଯୋଗିତାରେ ଫାଇନାଲରେ ଅଧାରୁ ଅଧିକ ଖେଳାଳିଙ୍କ ବୟସ ୧୬ବର୍ଷରୁ କମ୍ ଥିବା କୁହାଯାଉଛି।

Ad2

Comments are closed.