Odisha news

ନିମାପଡ଼ା-ଅସ୍ତରଙ୍ଗ ପ୍ରଶସ୍ତିକରଣ ରାସ୍ତା କାର୍ଯ୍ୟକୁ ସରକାରୀ ଟିମ ଓ ବିଜେପି ଉଭୟଙ୍କ ଯାଞ୍ଚ

କାକଟପୁର-୨୬/୭ ନିମାପଡ଼ା ପୂର୍ତ୍ତବିଭାଗ ଅଧିନରେ ନିମାପଡ଼ା ଗୋଲେଇ ଛକ ଠାରୁ ଅସ୍ତରଙ୍ଗ ବଜାର ପର୍ଯ୍ୟନ୍ତ ପ୍ରାୟ ୪୨କୋଟି ଟଙ୍କା ବ୍ୟୟରେ ନିର୍ମାଣାଧୀନ ରାସ୍ତାର ପ୍ରଶସ୍ତିକରଣରେ ବ୍ୟାପକ ଅନିୟମିତତା ହୋଇଥିବାର ସଂପୃକ୍ତଅଞ୍ଚଳର ବାସିନ୍ଦାଙ୍କ ପକ୍ଷରୁ ଅଭିଯୋଗ ହୋଇଥିଲା।ସୋମନାଥପୁର ଛକ ଠାରୁ ପାଣିଛତ୍ର ମଧ୍ୟରେ ନିର୍ମାଣାଧୀନ ରାସ୍ତାରୁ ପିଚୁ ଉଠିଥିବାର ଫଟୋ ଉତ୍ତୋଳନ କରି ସ୍ଥାନୀୟ ଅଞ୍ଚଳର ଯୁବକ ଟୁଇଟ୍ ଯୋଗେ ଉଚ୍ଚପଦସ୍ଥ ଅଧିକାରୀଙ୍କୁ ଜଣାଇଥିଲେ।ଫଳରେ ବିଭାଗୀୟ ଅଧିକାରୀଙ୍କ ନିର୍ଦ୍ଦେଶକ୍ରମେ ଏକ ମାନନିର୍ଦ୍ଧାରକ ଟିମଙ୍କ ସହ ନିର୍ବାହୀ ଯନ୍ତ୍ରୀ ସାରଦା ପ୍ରସନ୍ନ ଦାଶ ଓ କନିଷ୍ଠ ଯନ୍ତ୍ରୀ ଜଗମୋହନ ଜେନା ଉପସ୍ଥିତ ରହି ଠିକାଦାରଙ୍କ ଦ୍ବାରା ସେହି ସ୍ଥାନର ପୁନଃ ନିର୍ମାଣ କରିଥିଲେ।ଏହା ପରେ ଯାଞ୍ଚ ଟିମ୍ ଅସ୍ତରଙ୍ଗ ପର୍ଯ୍ୟନ୍ତ ଯାଇ ରାସ୍ତାର ବିଭିନ୍ନ ସ୍ଥାନ ଯାଞ୍ଚ କରି ଏଷ୍ଟିମେଟ ଅନୁସାରେ କାର୍ଯ୍ୟ ହୋଇଥିବାର ତଦାରଖ କରିଥିଲେ।

Ad2

Comments are closed.